ETV Bharat / city

କଡା ସୁରକ୍ଷାରେ ଶ୍ରୀମନ୍ଦିର, ବଡ଼ଦାଣ୍ଡ ମଝିରେ ଭକ୍ତଙ୍କ ପାଇଁ ବ୍ୟାରିକେଡ - ଭକ୍ତଙ୍କ ପାଇଁ ବ୍ୟାରିକେଡ

ନୂଆବର୍ଷ ପାଇଁ ପୁରୀରେ ଶ୍ରୀମନ୍ଦିର ଓ ଭକ୍ତ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମୋଟ 60 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ନେଇ ବଡ଼ଦାଣ୍ଡ ମଝିରେ ଭକ୍ତଙ୍କ ପାଇଁ ବ୍ୟାରିକେଡ କରାଯାଇଛି। ଅଧିକ ଖବର ପଢନ୍ତୁ...

new year security
କଡା ସୁରକ୍ଷାରେ ଶ୍ରୀମନ୍ଦିର,ବଡ଼ଦାଣ୍ଡ ମଝିରେ ଭକ୍ତଙ୍କ ପାଇଁ ବ୍ୟାରିକେଡ
author img

By

Published : Jan 1, 2020, 11:51 AM IST

ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି। ତେବେ ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ କରିବା ଓ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ସୁବନ୍ଦୋବସ୍ତ ନେଇ ପୁରୀ ପୋଲିସ ବ୍ୟାପକ ବ୍ୟବସ୍ଥା କରିଛି ।

ସୂଚନା ଅନୁଯାୟୀ, ନୂଆବର୍ଷ ପାଇଁ ପୁରୀରେ ଶ୍ରୀମନ୍ଦିର ଓ ଭକ୍ତ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମୋଟ 60 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। 8 ସହ କନେଷ୍ଟବଳ , ହୋମ ଗାର୍ଡ ମଧ୍ୟ ରହିଛନ୍ତି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ ସୁପରିଚଳନା ନେଇ 10 ଜଣ ଅତିରିକ୍ତ ଏସପି, 25 ଜଣ ଡିଏସପି, 260 ଜଣ ଇନ୍ସପେକ୍ଟର,ଏଏସଆଇ ରହିଛନ୍ତି।

କଡା ସୁରକ୍ଷାରେ ଶ୍ରୀମନ୍ଦିର,ବଡ଼ଦାଣ୍ଡ ମଝିରେ ଭକ୍ତଙ୍କ ପାଇଁ ବ୍ୟାରିକେଡ

ତେବେ ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ନେଇ ମାର୍କେଟ ଛକରୁ ବଡ଼ ଦାଣ୍ଡକୁ ତିନି ଭାଗରେ ବିଭକ୍ତ କରାଯାଇଛି। ବଡ଼ ଦାଣ୍ଡ ମଝିରେ ଭକ୍ତଙ୍କ ପାଇଁ ବ୍ୟାରିକେଡ କରାଯାଇଛି । ଫଳରେ ଭକ୍ତ ମାନେ ବ୍ୟାରିକେଡରେ ପାଦରେ ଚାଲି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇ ପାରିବେ। ଏପଟେ ବ୍ୟାରିକେଡର ବାମପଟେ କେଵଳ ଜରୁରୀକାଳୀନ ବ୍ୟବସ୍ଥା ଯଥା ପୋଲିସ ଗାଡି , ଅଗ୍ନିଶମ ଗାଡି ଓ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ସହାୟତା ଗାଡି ଚଳାଚଳ କରିବା ନେଇ ବ୍ୟବସ୍ଥା ହୋଇଛି। ମାର୍କେଟ ଛକରୁ ସମସ୍ତ ଗାଡି ଚଳାଚଳ ମନ୍ଦିର ଦିଗକୁ ନିଷିଦ୍ଧ କରାଯାଇଛି। ମାର୍କେଟ ଛକ ପୌରପାଳିକା ମାର୍କେଟ କମ୍ପ୍ଲେକ୍ସର ଉଚ୍ଛେଦ ଜାଗାରେ ଦୁଇ ଚକିଆ ଗାଡି ପାର୍କିଂ କରାଯାଉଛି ।

ସେହିପରି ଜଗନ୍ନାଥ ବଲ୍ଲବ, ଜେଲ ରୋଡ଼ରେ 4 ଚକିଆ ଯାନ ପାର୍କିଂ ହେବ। ଅଧିକ ପାର୍କିଂ ଆବଶ୍ୟକ ହେଲେ ରଥଯାତ୍ରା ବ୍ୟବସ୍ଥା ଭଳି ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଖାଲି ଜାଗା , ତାଳ ବଣିଆ ଆଦି ଅଞ୍ଚଳରେ ପାର୍କିଂ ହେବ। ତାଳ ବଣିଆ ପାର୍କିଂ ପାଇଁ ଗାଡି ଗୁଡିକ ମାଳତୀପାଟପୁର ଓଭର ବ୍ରିଜ ଦେଇ ଯିବେ।

ସେହିପରି ମନ୍ଦିର ନିକଟକୁ କୌଣସି ଭିଭିଆଇପି ଗାଡି ଯିବା ନେଇ ପୁରୀ ପୋଲିସ କଟକଣା ଜାରି କରିଛି। କେଵଳ ରାଜ୍ୟସ୍ତରୀୟ ଅତିଥି ତଥା ସ୍ବତନ୍ତ୍ର ଅଧିକାରୀ ମାନେ ଯିବା ପାଇଁ ପାସ ବ୍ୟବସ୍ଥା ହୋଇଛି। ତେବେ ଏହି କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବାକୁ କେନ୍ଦ୍ରାଞ୍ଚଳ ଆଇ ଜି ଆଶିଷ ସିଂ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Intro:ନୂଆ ବର୍ଷ ନେଇ ପୁରୀ ରେ କଡା ସୁରକ୍ଷା ବ୍ୟବସ୍ଥାBody:1 ଜାନୁଆରୀ ନୂଆବର୍ଷ ଉପ ଲକ୍ଷେ ପୁରୀ କୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ ଭିଡ଼ ଲାଗି ରହିଛି। ତେବେ ଟ୍ରଫିକ ବ୍ୟବସ୍ଥା ଶୃଙ୍ଖଳିତ କରିବା ଓ ଶ୍ରୀମନ୍ଦିର ରେ ଦର୍ଶନ ବ୍ୟବସ୍ଥା ସୁ ବନ୍ଦୋବସ୍ତ ନେଇ ପୁରୀ ପୋଲିସ ବ୍ୟପକ ବ୍ୟବସ୍ଥା କରିଚି । ସୂଚନା ଅନୁଯାୟୀ ନୂଆବର୍ଷ ପାଇଁ ପୁରୀ ରେ ଶ୍ରୀମନ୍ଦିର ଓ ଭକ୍ତ ତଥା ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ମୋଟ 60 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। 8 ସହ କନେଷ୍ଟବଳ , ହୋମ ଗାର୍ଡ ମଧ୍ୟ ରହି ଛନ୍ତି। ଏଥି ସହିତ ସୁରକ୍ଷା ବ୍ୟବସ୍ଥା କୁ ସୁ ପରିଚଳନା ନେଇ 10 ଜଣ ଅତିରିକ୍ତ ଏସପି, 25 ଜଣ ଡିଏସପି, 260 ଜଣ ଇନ୍ସ ପେକ୍ଟର , ଏ ଏସ ଆଇ ରହିଛନ୍ତି। ତେବେ ଭକ୍ତ ଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ନେଇ ମାର୍କେଟ ଛକ ରୁ ବଡ଼ ଦାଣ୍ଡ କୁ ତିନି ଭାଗରେ ବିଭକ୍ତ କରାଯାଇଛି। ବଡ଼ ଦାଣ୍ଡ ମଝିରେ ଭକ୍ତ ଙ୍କ ପାଇଁ ବ୍ୟାରିକେଡ କରାଯାଇଛି । ଫଳରେ ଭକ୍ତ ମାନେ ବ୍ୟାରିକେଡ ରେ ପାଦ ରେ ଚାଲି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇ ପାରିବେ। ସେହିପରି ବ୍ୟାରିକେଡ ର ବାମ ପଟେ କେଵଳ ଜରୁରୀ କାଳୀନ ବ୍ୟବସ୍ଥା ଯଥା ପୋଲିସ ଗାଡି , ଅଗ୍ନିଶମ ଗାଡି ଓ ଦିବ୍ୟଙ୍ଗ, ବରିଷ୍ଠ ନାଗରିକ ଙ୍କ ସହାୟତା ଗାଡି ଚଳାଚଳ କରିବା ନେଇ ବ୍ୟବସ୍ଥା ହୋଇଛି। ମାର୍କେଟ ଛକ ରୁ ସମସ୍ତ ଗାଡି ଚଳାଚଳ ମନ୍ଦିର ଦିଗ କୁ ନିଷିଦ୍ଧ କରାଯାଇଛି। ମାର୍କେଟ ଛକ ପୌର ପାଳିକା ମାର୍କେଟ କମ୍ପ୍ଲେକ୍ସ ର ଉଛେଦ ଜାଗାରେ ଦୁଇ ଚକିଆ ଗାଡି ପାର୍କିଂ କରାଯାଉଛି । ସେହିପରି ଜଗନ୍ନାଥ ବଲ୍ଲବ, ଜେଲ ରୋଡ଼ ରେ 4 ଚକିଆ ଯାନ ପାର୍କିଂ ହେବ। ଅଧିକ ପାର୍କିଂ ଆବଶ୍ୟକ ହେଲେ ରଥଯାତ୍ରା ବ୍ୟବସ୍ଥା ଭଳି ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଖାଲି ଜାଗା , ତାଳ ବଣିଆ ଆଦି ଅଞ୍ଚଳରେ ପାର୍କିଂ ହେବ। ତାଳ ବଣିଆ ପାର୍କିଂ ପାଇଁ ଗାଡି ଗୁଡିକ ମାଳତୀ ପାଟ ପୁର ଓଭର ବ୍ରିଜ ଦେଇ ଯିବେ। ସେହିପରି ମନ୍ଦିର ନିକଟକୁ କୌଣସି ଭିଭି ଆଇ ପି ଗାଡି ଯିବା ନେଇ ପୁରୀ ପୋଲିସ କଟକଣା ଜାରି କରିଛି। କେଵଳ ରାଜ୍ୟ ସ୍ତରୀୟ ଅତିଥି ତଥା ସ୍ୱତନ୍ତ୍ର ଅଧିକାରୀ ମାନେ ଯିବା ପାଇଁ ପାସ ବ୍ୟବସ୍ଥା ହୋଇଛି। ତେବେ ଏହି କାର୍ଯ୍ୟକ୍ରମ ରେ ସମସ୍ତେ ସହଯୋଗ କରିବାକୁ କେନ୍ଦ୍ରାଞ୍ଚଳ ଆଇ ଜି ଆଶିଷ ସିଂ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି।

ବାଇଟ,, ଆଶିଷ ସିଂ, କେନ୍ଦ୍ରାଞ୍ଚଳ ଆଇ ଜି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.