ETV Bharat / city

ମହାପ୍ରଭୁଙ୍କ କୋଠଭୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଣିବ ନୂଆ ଏସଓପି

ଶ୍ରୀମନ୍ଦିରରେ ଭୋଗ ବାଢିବାକୁ ନେଇ ଖୁବ ଶୀଘ୍ର ଆସିବ ନୂଆ ଏସଓପି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

new SOP for Kotha bhoga of mahaprabhu
ମହାପ୍ରଭୁଙ୍କ କୋଠଭୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଣିବ ନୂଆ ଏସଓପି
author img

By

Published : May 31, 2021, 5:28 PM IST

ପୁରୀ: ଶ୍ରୀମନ୍ଦିରରେ ଭୋଗ ବାଢିବାକୁ ନେଇ ଖୁବ ଶୀଘ୍ର ନୂଆ ନିୟମ ଲାଗୁ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ଆଇନକୁ ଉଲ୍ଲଘଂନ କରି କୋଠ ଭୋଗରେ ବରାଦୀ ଡାଲି, ବେଶର ଆଦି ଲାଗି ହେଉଥିବାରୁ ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୋଠ ଭୋଗ ବେଳେ ଯାହା ପରମ୍ପରା ତଥା ନିୟମ ରହିଛି, ତାହା ପାଳନ ହେବା ନେଇ ଏକ ଏସଓପି ପ୍ରସ୍ତୁତି କରାଯିବ। ଗତ 27 ତାରିଖରେ ରତ୍ନ ସିଂହାସନ ନିକଟରେ ଭୋଗ ତୋଳା ସମୟରେ ତଳେ ପଡି ଆହତ ହୋଇଥିଲେ ଜଣେ ସୁଆର ସେବକ । ତାଙ୍କ ମୁଣ୍ଡ ଫାଟି ରକ୍ତ ଛିଟା ପଡିବାରୁ ନିୟମ ଅନୁଯାୟୀ ମହାପ୍ରଭୁଙ୍କ ଲାଗି ପାଇଁ ରଖା ଯାଇଥିବା ଜାତ ଭୋଗ ସହ ଡାଲି, ବେଶର ସବୁ ମାରା ହେବାରୁ କୋଇଲି ବୈକୁଣ୍ଠରେ ପୋତା ଯାଇଥିଲା । ଏହି ବିଭ୍ରାଟରୁ ମହାପ୍ରଭୁଙ୍କର ନୀତି 4 ଘଣ୍ଟା ବିଳମ୍ବ ହୋଇଥିଲା। ଏ ନେଇ ଅଭିଯୋଗ ପରେ ଅନାଧିକାର ପ୍ରବେଶ ନେଇ ସୁଆର ମହାସୁଆର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ନୋଟିସ ଜାରି କରିଛି। ମହାପ୍ରଭୁଙ୍କ କୋଠ ଭୋଗରେ ନାନାଦି ପିଠା ଲାଗି କରାଯାଏ । କିନ୍ତୁ ନିୟମ ଉଲ୍ଲଘଂନ କରାଯାଇ ସୁଆର ସେବକ ମାନେ କୋଠ ଭୋଗ ସମୟରେ ବରାଦି ଡାଲି, ବେଶର ଆଦି ଲାଗି କରୁଥିବା ଅଭିଯୋଗ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.