ETV Bharat / city

ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ନୂଆ ମୁଖ୍ୟ ଶାସନ ସଚିବ, କହିଲେ ନିଷ୍ଠାର ସହ କାମ କରିବି

ମୁଖ୍ୟମନ୍ତ୍ରୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ନୂଆ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ନବ ନିଯୁ୍କ୍ତ ମୁଖ୍ୟ ଶାସନ ସଚିବ ଶୁକ୍ରବାର ପୁରୀ ଗସ୍ତ କରିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ...

new chief secretary of odisha suresh mohapatra thanked people of the state
ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ନୂଆ ମୁଖ୍ୟ ଶାସନ ସଚିବ
author img

By

Published : Dec 25, 2020, 10:48 PM IST

ପୁରୀ: ମୁଖ୍ୟମନ୍ତ୍ରୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ନୂଆ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ନବ ନିଯୁକ୍ତ ମୁଖ୍ୟ ଶାସନ ସଚିବ ଆଜି(ଶୁକ୍ରବାର) ପୁରୀ ଗସ୍ତ କରିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହାପରେ ରାଜ୍ୟର ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟବାସୀଙ୍କୁ ଦେଇଥିଲେ।

ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର। ଏହାପୂର୍ବରୁ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଆଶୀର୍ବାଦ ନେବା ସହ ରାଜ୍ୟରେ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି। ସେହିପରି ଶ୍ରୀମନ୍ଦିର ସାଧାରଣ ଦର୍ଶନ ବ୍ୟବସ୍ଥା ପାଇଁ ସମସ୍ତ ବନ୍ଦୋବସ୍ତ ସରିଛି। କୋଭିଡ ଗାଇଡଲାଇନ ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ନୂଆ ମୁଖ୍ୟ ଶାସନ ସଚିବ

ଏହାସହ ରାଜ୍ୟରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କିଭଳି ସୁରୁଖୁରରେ କାର୍ଯ୍ୟକାରୀ ହୋଇପାରିବ ସନେଇ ଉଦ୍ୟମ ଜାରି ରହିବ । ରାଜ୍ୟରେ କୋଭିଡ ପରିଚାଳନା ଠିକ ଭାବରେ ହୋଇଛି । ସଠିକ ପଦକ୍ଷେପ ଯୋଗୁଁ ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରିତ ରହିଛି। ଓଡ଼ିଶାବାସୀ କୋଭିଡ ଗାଇଡଲାଇନ ମାନିଲେ ଆଉ କିଛି ଦିନ ଭିତରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିହେବ ବୋଲି ସେ କହିଛନ୍ତି। କୋଭିଡ ଯୋଗୁ ଅନେକ ଲୋକଙ୍କ ଜୀବନ ଜୀବୀକା ବହୁତ ପ୍ରଭାବିତ ହୋଇଛି ।

ଲୋକଙ୍କ ଜୀବନ ଜୀବିକା କିଭଳି ପୂର୍ବବସ୍ଥାକୁ ଫେରିବ ସେନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସେହିପରି ପୁରୀରେ ଜଗନ୍ନାଥ ମେଡିକାଲ କଲେଜରେ ଚଳିତ ବର୍ଷଠାରୁ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ନୂଆ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.