ETV Bharat / city

ସାଷ୍ଟାଙ୍ଗ ପ୍ରଣାମରେ ଶ୍ରୀକ୍ଷେତ୍ର ଅଭିମୁଖେ ନେପାଳ ଭକ୍ତ

ଦଣ୍ଡ ପ୍ରଣାମ କରି କାଳିଆର ଶ୍ରୀମୁଖ ଦର୍ଶନ ପାଇଁ ପୁରୀ ଅଭିମୁଖେ ନେପାଳ ଭକ୍ତ । ବିଶ୍ବର କଲ୍ୟାଣ ପାଇଁ ନାଗାସାଧୁ ଜଣକ ଶରୀରରକୁ କଷ୍ଟ ଦେଇ ପାହୁଣ୍ଡ ପାହୁଣ୍ଡ ରାସ୍ତା ଅତିକ୍ରମ କରି ସାଷ୍ଟାଙ୍ଗ ପ୍ରଣାମ କରି ଆସୁଛନ୍ତି ଶ୍ରୀକ୍ଷେତ୍ର ।

author img

By

Published : Jul 3, 2019, 3:12 PM IST

Updated : Jul 3, 2019, 11:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ

ପୁରୀ: ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥି । ଶ୍ରୀଜୀଉଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏହି ଯାତ୍ରା ପାଇଁ ଭକ୍ତ ବର୍ଷଟିଏ ଚାତକ ପରି ଚାହିଁ ରହିଥାଏ । କାଳିଆର ଶ୍ରୀମୁଖ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତ ପୁରୀକୁ ଧାଇଁ ଆସିଥାନ୍ତି । ହେଲେ ଏଠି କାଳିଆ ଦର୍ଶନ ସହ ବିଶ୍ବବାସୀଙ୍କ କଲ୍ୟାଣ ପାଇଁ ନେପାଳରୁ ଧାଇଁ ଆସିଛନ୍ତି ଜଣେ ନାଗାସାଧୁ । ଶରୀରକୁ କଷ୍ଟ ଦେଇ ପାହୁଣ୍ଡ ପାହୁଣ୍ଡ ରାସ୍ତା ଅତିକ୍ରମ କରି ସେ ଆସୁଛନ୍ତି ଶ୍ରୀକ୍ଷେତ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ଖବର ଅନୁଯାୟୀ, ନେପାଳ ଜନକପୁରର ନାଗା ବାବା ରଘୁବିର ମହାରାଜ । ସେ ଦଣ୍ଡ ପ୍ରଣାମ ଜରିଆରେ ନେପାଳରୁ ସାଢେ ତିନିବର୍ଷ ଧରି ୨୦୦୦ କିମି ରାସ୍ତା ଅତିକ୍ରମ କରି ଆସିଛନ୍ତି ପୁରୀ । ଜଗନ୍ନାଥଙ୍କ ଦର୍ଶନ ପରେ ତାଙ୍କ ଯାତ୍ରା ରାମେଶ୍ବର ପର୍ଯ୍ୟନ୍ତ ରହିବ । ଏହା ପୁର୍ବରୁ ସାଧୁ ଜଣକ ଝାଡଖଣ୍ଡର ବାସୁକିନାଥ ବୈଦନାଥ, ପଶ୍ଚିମବଙ୍ଗର ତାରାପୀଠ ଓ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ମଧ୍ୟ ଦର୍ଶନ କରିଛନ୍ତି ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Jul 3, 2019, 11:49 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.