ETV Bharat / city

Mother's day: ବାଲୁକା କଳାରେ ଶୋଭା ପାଇଲା ମାତୃତ୍ବର ଝଲକ - ବାଲିରେ ଚିତ୍ର ଆଙ୍କି ମା' ମାନଙ୍କୁ ସମ୍ମାନ

ମା’ ଶବ୍ଦ ଶୁଣିଲେ ମନରେ ଖୁସି ଆସେ । ତାର ଉପସ୍ଥିତିରେ ସବୁ କିଛି ଖୁସି ନେଇ ଆସେ । ମା'ର ତୁଳନା କାହାସହ କରି ହେବନି । ଏଭଳି ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଅଧିକ ପଢ଼ନ୍ତୁ

ମାତୃ ଦିବସ ଉପଲକ୍ଷେ : ବାଲିରେ ଚିତ୍ର ଆଙ୍କି  ମା' ମାନଙ୍କୁ ସମ୍ମାନ ଜଣାଇଲେ ବାଲୁକା ଶିଳ୍ପୀ ମାନସ

author img

By

Published : May 8, 2022, 3:28 PM IST

Updated : May 8, 2022, 4:09 PM IST

ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀର ଲାଇଟ ହାଉସ ବେଳାଭୂମିରେ ମାତୃ ଦିବସ ଉପଲକ୍ଷେ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ସେ ମା' ଏବଂ ତାର ସନ୍ତାନର ଚିତ୍ରଣ କରିବା ସହିତ ସେ ସମସ୍ତ ଜନସମାଜକୁ ମା'ର ସର୍ତ୍ତଶୂନ୍ୟ ଉପସ୍ଥାପନ କରିଛନ୍ତି । ମା'ର ଭଲପାଇବାକୁ କେହି ନଭୁଲିବା ପାଇଁ ଅନୁରୋଧ କରିଛନ୍ତି ବାଲୁକା କଳା ମାଧ୍ୟମରେ । ମା' ହିଁ ଏକ ମାତ୍ର ଭଗବାନ । ତାଙ୍କ ସୁନ୍ଦର ପରିକଳ୍ପନା ଆଗରେ ସବୁ ତୁଚ୍ଛ ।

Mother's day: ବାଲୁକା କଳାରେ ଶୋଭା ପାଇଲା ମାତୃତ୍ବର ଝଲକ

ଯିଏ କି କୌଣସି ଆଶା ଅଭିଳାଷ ନରଖି ସନ୍ତାନକୁ ସ୍ନେହ, ଶ୍ରଦ୍ଧା, ଭଲପାଇବା ବିନା ସ୍ୱାର୍ଥରେ ଦେଇଚାଲେ । ତେଣୁ ଆମେ ସମସ୍ତେ ମା'ଙ୍କୁ ଭଲପାଇବା ଦରକାର । କେବଳ ମାତୃ ଦିବସରେ ନୁହେଁ ନିଜ ବାସ୍ତବିକ ଜୀବନରେ ମା'ଙ୍କୁ ଶ୍ରଦ୍ଧା ଏବଂ ସର୍ବଦା ସମ୍ମାନ ଜଣାଇବା ଦରକାର । ଏହି ଭାବମୂର୍ତ୍ତିକୁ ନିଜ ବାଲୁକା କଳା ମାଧ୍ୟମରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ମାନସ ସାହୁ । ଏହି ବାଲୁକା ମୂର୍ତ୍ତିଟିକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ବାଲୁକା କଳାଟି ୧୨ ଫୁଟ ଓସାର ବିଶିଷ୍ଟ ଏଥିରେ ୧୨ ଟନ ବାଲି ଉପଯୋଗ କରାଯାଇଛି । ଯେଉଁଥିରେ "HAPPY MOTHER'S DAY" ବା ମାତୃ ଦିବସର ଶୁଭେଚ୍ଛାର ବାର୍ତ୍ତା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 8, 2022, 4:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.