ETV Bharat / city

Ratha Yatra 2022: ଘୋଷଯାତ୍ରା ଅଗ୍ନିଶମ ବାହିନୀ ପ୍ରସ୍ତୁତି ଜୋରଦାର

author img

By

Published : Jun 30, 2022, 8:53 AM IST

ଶୁକ୍ରବାର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ରହିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କରାଯାଇଛି । ଅଧିକ ପଢନ୍ତୁ

ରଥଯାତ୍ରାରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମକ୍‌ ଡ୍ରିଲ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗତକାଲି(ବୁଧବାର) ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କରାଯାଇଛି । କୌଣସି ଆପଦକାଳୀନ ପରିସ୍ଥିତି ପାଇଁ ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ପୁରୀ ଅଗ୍ନିଶମ କେନ୍ଦ୍ରରେ 24ଘଣ୍ଟିଆ କାର୍ଯ୍ୟ କରିବେ । ଏନେଇ ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।

ଜନଗହଳି ପାଇଁ ଜଳସିଞ୍ଚନ, ଲୋକଙ୍କୁ ସୁରକ୍ଷିତ ଉଦ୍ଧାର, ସୁରକ୍ଷିତ ସମୁଦ୍ର ସ୍ନାନ, ଅଗ୍ନିନିରାପତ୍ତା ବ୍ୟବସ୍ଥା ନେଇ ଅଗ୍ନିଶମ ବିଭାଗ ପ୍ରସ୍ତୁତି କରିଛି । ତିନି ରଥର ସୁରକ୍ଷା ପାଇଁ ୩ଟି ଫାୟାର ଫାଇଟିଙ୍ଗ ଟିମ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯିବା ନେଇ ପ୍ରସ୍ତୁତି ହୋଇଛି । ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ 39ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ତିନିଟି ସ୍ୱତନ୍ତ୍ର ଟିମ ଓ 90 ଜଣ ଲାଇଫ ଗାର୍ଡ ଓ 300ଜଣ ଘରୋଇ ଲାଇଫ ଗାର୍ଡ ମୁତୟନ କରାଯିବ । ଅଂଶୁଘାତ ଜନିତ ସୁରକ୍ଷା ପାଇଁ 15ଟି କୁଇକ ରେସ୍ପନ୍ସ ଟିମ ଓ 8ଟି ୱାଟର ଟ୍ୟାଙ୍କର ମୁତୟନ ହୋଇଛନ୍ତି । ପଞ୍ଚତୀର୍ଥ ପୁଷ୍କରିଣୀରେ ଅତ୍ୟାଧୁନିକ ପାୱାର ବୋଟ ସହ ଉଦ୍ଧାରକାରୀ ସମସ୍ଥ ସରଞ୍ଜାମ ରହିବ ।

ଗତ ଦୁଇବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଅଗ୍ନିଶମ ଗାଡି, ୱାଟର ଟ୍ୟାଙ୍କର, ୱାଟର ସ୍ପ୍ରିଙ୍କଲର ଓ କର୍ମଚାରୀ ନିୟୋଜନ କରାଯାଇଛି । ବର୍ଷା ହେଲେ ଜଳ ନିଷ୍କାସନ ସମସ୍ୟା ସମାଧାନ ପାଇଁ 10ଟି ଫାୟାର ପମ୍ପର ବ୍ୟବହାର କରାଯିବ । କୌଣସି ଆପଦକାଳୀନ ପରିସ୍ଥିତି ପାଇଁ ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ପୁରୀ ଅଗ୍ନିଶମ କେନ୍ଦ୍ରରେ 24ଘଣ୍ଟିଆ କାର୍ଯ୍ୟ କରିବେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ, ଏଡିଜି ସୌମ୍ୟା ମିଶ୍ର ଉପସ୍ଥିତ ରହି ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.