ETV Bharat / city

ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ପାଳନ ନେଇ ପୁରୀରେ ମକ୍ ଡ୍ରିଲ୍

ରଥଯାତ୍ରା ସମୟରେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ପୋଲିସ୍ ବିଭାଗର ସ୍ପେସାଲ୍ ଟାକ୍ଟୀକାଲ ୟୁନିଟ(Tactical Unit) ତଥା STU ର ମକ୍ ଡ୍ରିଲ୍ । ଅଧିକ ପଢନ୍ତୁ

author img

By

Published : Jun 29, 2022, 8:58 PM IST

ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ପାଳନ ନେଇ ମକ୍ ଡ୍ରିଲ୍ କଲା ପୁରୀ ପୋଲିସ

ପୁରୀ: ଶାନ୍ତି ଶୃଙ୍ଖଳାର ସହ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଳନ ନେଇ ପୁରୀ ପୋଲିସର ମକ୍ ଡ୍ରିଲ୍ । ରଥଯାତ୍ରା ସମୟରେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ପୋଲିସ୍ ବିଭାଗର ସ୍ପେସାଲ୍ ଟାକ୍ଟୀକାଲ ୟୁନିଟ(Tactical Unit) ତଥା STU ମକ୍ ଡ୍ରିଲ୍ କରିଛି । ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଥିବା ପୋଲିସ ବିଭାଗର ଅବକାଶ ଗୃହ ନିକଟରେ କରାଯାଇଛି ମକ୍ ଡ୍ରିଲ୍ ।

ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ପାଳନ ନେଇ ପୁରୀରେ ମକ୍ ଡ୍ରିଲ୍

ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ମକ୍ ଡ୍ରିଲ୍ ହୋଇଥିବା ଦେଖିବାକୁ ମିଳିଛି । ରଥଯାତ୍ରା ସମୟରେ ଯଦି କୌଣସି ଆତଙ୍କବାଦୀ ବା ଦୁର୍ବୃତ୍ତ ଲୋକଙ୍କୁ ବନ୍ଧକ ରଖନ୍ତି ତେବେ ସେମାନଙ୍କୁ କିପରି ରକ୍ଷା କରାଯାଇ ପାରିବ ତାହା ମକ୍ ଡ୍ରିଲରେ ପ୍ରଦର୍ଶନ କରାଯାଇଛି । ପ୍ରତୀକାତ୍ମକ ଭାବେ କିଛି ଲୋକଙ୍କୁ ବନ୍ଧକ ରଖାଯାଇ ଉଦ୍ଧାର କରାଯିବା ସହ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦିଆଯାଇଛି ମକ୍ ଡ୍ରିଲ୍‌ରେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.