ETV Bharat / city

ଅଶାନ୍ତ ପୁରୀ ! ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ, ସେବାୟତ ମୃତ

author img

By

Published : May 24, 2022, 9:39 PM IST

Updated : May 25, 2022, 8:02 AM IST

ଅଶାନ୍ତ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ପୁରୀ ଏମାରମଠ ନିକଟରେ ଜଣେ ସେବାୟତଙ୍କୁ ଗୁଳିକରି ହତ୍ୟା । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ନିକଟରେ ଗୁଳିକାଣ୍ଡ, ଜଣେ ମୃତ
ଶ୍ରୀମନ୍ଦିର ନିକଟରେ ଗୁଳିକାଣ୍ଡ, ଜଣେ ମୃତ

ପୁରୀ: ଶ୍ରୀକ୍ଷେତ୍ରରେ ପୁଣି ଫୁଟିଲା ଗୁଳି । ପୁରୀ ଶ୍ରୀମନ୍ଦିର ସମ୍ମୁଖ ଏମାରମଠ ନିକଟରେ ଜଣେ ସେବାୟତଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୃତ ସେବାୟତ ହେଉଛନ୍ତି ତଳୁଛ ସାହିର ଶିବରାମ ପାତ୍ର । ଏହି ଘଟଣାରେ ଜଣେ ଅଟକ ଥିବା ସହ ବନ୍ଧୁକ ଜବତ କରିଛି ପୋଲିସ।

ଶ୍ରୀମନ୍ଦିର ନିକଟରେ ଗୁଳିକାଣ୍ଡ, ଜଣେ ମୃତ

ସୂଚନା ଅନୁସାରେ, ଶିବରାମ ବାଇକ ଯୋଗେ ଘରୁ ଆସୁଥିବା ବେଳେ ଏମାର ମଠ ନିକଟରେ କିଛି ଦୁର୍ବୃତ୍ତ ତାଙ୍କ ମୁଣ୍ଡ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ ।‌ ଘଟଣାସ୍ଥଳରେ ହିଁ ଶିବାରାମ ଟଳି ପଡ଼ିଥିଲେ । ଖବର ପାଇ ସିଂହଦ୍ଵାର ଟାଉନ ଥାନା ପୋଲିସ ସହ ଏସ୍ପି କନୱର ବିଶାଳ ସିଂ ପହଞ୍ଚି ତଦନ୍ତ ଜାରି କରିଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବେଲି ଏସପି କହିଛନ୍ତି ।

ସେପଟେ ଗୁଳି ମାଡ ଘଟଣାକୁ ନେଇ ଚନ୍ଦନ ବାରିକକୁ ପୋଲିସ ଅଟକ ରଖିଥିବା ବେଳେ ତା ଠାରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି । ଗତ କିଛି ଦିନ ହେବ ଧାର୍ମିକ କ୍ଷେତ୍ରରେ ଏଭଳି ଅମାନୁଷିକ କାଣ୍ଡ ଯୋଗୁଁ ପୁରୀ ସହର ଏକ ପ୍ରକାର ଅସୁରକ୍ଷିତ ହୋଇପଡ଼ିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 25, 2022, 8:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.