ETV Bharat / city

କୋରୋନା ସଚେତନତା, ବାଲୁକା କଳାରେ ହୋଲିକୁ ନା - ବାଲୁକା କଳାରେ ହୋଲିକୁ ନା

ହୋଲି ଉପଲକ୍ଷେ ଆର୍ନ୍ତଜାତୀକ ପ୍ରଖ୍ୟାତ ବାଲୁକାଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ କୋରନା ଭାଇରସ୍ ର ସଚେତନତା ପ୍ରଚାର କରିଛନ୍ତି । ମହାମାରୀ ପରି ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି କୋରୋନା ଭାଇରସ୍ । ଏଥିରୁ ବଞ୍ଚିବା ପାଇଁ ଏକମାତ୍ର ଉପାୟ ହେଉଛି ସଚେତନତା ଏବଂ ସତର୍କତା । ଅଧିକ ପଢନ୍ତୁ...

aa
ବଲୁକା କଳାରେ କୋରୋନା ସତର୍କତା
author img

By

Published : Mar 9, 2020, 11:06 PM IST

ପୁରୀ: ମହାମାରୀ ପରି ବିଶ୍ବକୁ ଗ୍ରାସ କରୁଛି ପ୍ରାଣଘାତୀ କୋରୋନା ଭାଇରସ । ଦିନକୁ ଦିନ ଏହା ଭୟଙ୍କର ରୂପ ନେବାରେ ଲାଗିଛି । ସେପଟେ ହୋଲି ଉତ୍ସବକୁ ନେଇ ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ।

ବଲୁକା କଳାରେ କୋରୋନା ସତର୍କତା

ବାଲୁକା କଳାରେ ସମସ୍ତଙ୍କୁ ହୋଲିର ଅଭିନନ୍ଦନ ଜଣାଇବା ହୋଲି ଠାରୁ ଦୂରେଇ ରହିବା ବାର୍ତ୍ତା ବାଲୁକାକଳା ମାଧ୍ୟମରେ ଦେଇଛନ୍ତି । ସେ ପୁରୀର ଲାଇଟ୍ ହାଉସ୍ ବେଳା ଭୂମିରେ କୋରୋନା ଭାଇରସ୍ ର ଚିତ୍ରଣ କରିଛନ୍ତି ଏବଂ ଜନସମାଜ କିପରି ରଙ୍ଗଠାରୁ ଦୂରେଇ ରହିପାରିବେ ତାହା ଦର୍ଶାଇଛନ୍ତି । 15 ଫୁଟ୍‌ର ଏହି ବାଲୁକା କଳା ନିର୍ମାଣ କରିବାକୁ 7 ଘଣ୍ଟା ସମୟ ଲାଗିଥିବାବେଳେ 5 ଟନ ବାଲି ବ୍ୟବହୃତ ହୋଇଥିବା ସୂଚନା ରହିଛି । ମାନସ ଏହି ବାଲୁକାକଳାରେ AVOID COLOUR..AVOID CORONAର ବାର୍ତ୍ତା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.