ETV Bharat / city

ଆଜି ମହାଶିବରାତ୍ରୀ, ଲୋକନାଥଙ୍କ ପୀଠରେ ଲାଗିଛି ଭିଡ

ଆଜି ପବିତ୍ର ଜାଗର ଯାତ୍ରା । ଏହି ଅବସରରେ ପୁରୀର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଲୋକନାଥଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ସେପଟେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

maha shivaratri
ଆଜି ମହାଶିବରାତ୍ରୀ, ଲୋକନାଥଙ୍କ ପୀଠରେ ଲାଗିଛି ଭିଡ
author img

By

Published : Feb 21, 2020, 1:00 PM IST

Updated : Feb 21, 2020, 1:54 PM IST

ଭୁବନେଶ୍ବର: ଆଜି ପବିତ୍ର ଜାଗର ଯାତ୍ରା । ଏହି ଅବସରରେ ପୁରୀର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଲୋକନାଥଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ସେପଟେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଜି ମହାଶିବରାତ୍ରୀ, ଲୋକନାଥଙ୍କ ପୀଠରେ ଲାଗିଛି ଭିଡ

ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଲାଗି ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିବାବେଳେ ରାତି 3ଟା ସୁଦ୍ଧା ମହାଦୀପ ଉଠିବା ନେଇ ନିଷ୍ପତ୍ତି ନିଆଯାଇଛି । ଭିଡକୁ ଲକ୍ଷ୍ୟ କରି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ 20 ରୁ ଉର୍ଦ୍ଧ୍ବ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଜାଗର ଅବସରରେ ପିଇବା ପାଣି, ଆଲୋକୀ କରଣ, ସଫାସୁତୁରା, ଫାଷ୍ଟ ଏଡ ସେଣ୍ଟର ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ନୀତିକୁ ଶୃଙ୍ଖଳିତ କରିବା ପାଇଁ ସେବାୟତ ମାନଙ୍କ ସହ ଜିଲ୍ଲା ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟିର ପୂର୍ବରୁ ବୈଠକ ହୋଇଥିବାବେଳେ ରାତି 3ଟା ସୁଦ୍ଧା ମହାଦୀପ ଉଠିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଦେବଦେବ ମହାଦେବ ପ୍ରଭୁ ଲୋକନାଥଙ୍କ ପୀଠ ହେଉଛି ପୁରୀର ଅନ୍ୟତମ ତଥା ପ୍ରମୁଖ ଶୈବପୀଠ । ମହାଶିବରାତ୍ରୀରେ ଏଠାରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 21, 2020, 1:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.