ETV Bharat / city

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, 4 ଘଣ୍ଟା ଦର୍ଶନ ବନ୍ଦ - 4 ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଆଜି ସଜେଇ ହେବ ମହାପ୍ରଭୁ । ତିନି ଦାରୁମୂର୍ତ୍ତିଙ୍କ ଶ୍ରୀମୁଖ ଶୃଙ୍ଗାର ହେବ । ଏଥିପାଇଁ 4 ଘଣ୍ଟା ବନ୍ଦ ରହିବ ଦର୍ଶନ । ଅଧିକ ପଢନ୍ତୁ..

ବୁଧବାର ମହାପ୍ରଭୁଙ୍କ ବନକ ଲାଗି ନୀତି , 4 ଘଣ୍ଟା ଦର୍ଶନ ବନ୍ଦ ରହିବ

author img

By

Published : Mar 30, 2021, 10:57 PM IST

Updated : Mar 31, 2021, 8:49 AM IST

ପୁରୀ: ଆଜି (ବୁଧବାର) ଚୈତ୍ର କୃଷ୍ଣ ତୃତୀୟ ତିଥିରେ ଶ୍ରୀଜୀଉମାନଙ୍କ 'ବନକଲାଗି' ବା ଶ୍ରୀମୁଖଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଦିତୀୟ ଭୋଗମଣ୍ଡପ ଭୋଗ ପରେ ଅପରାହ୍ନ ଘ.୪.୦୦ ଟାରୁ ସଂନ୍ଧ୍ୟା ଘ.୮.୦୦ ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଆପାତତଃ ଦର୍ଶନ ବନ୍ଦ ରହିବ ।

ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ବାରା କରାଯାଇଥାଏ । ପରମ୍ପରା ଅନୁଯାୟୀ ଚୈତ୍ର କୃଷ୍ଣ ତୃତୀୟ ତିଥିରେ ବନକଲାଗି ହୋଇଥାଏ । ଏହା ଗୁପ୍ତ ନୀତି ହୋଇ ଥିବା ରୁ ଦି’ପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦ୍ବାର ବନ୍ଦ କରାଯାଇ ଏହି ନୀତି କରାଯିବ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ସମୟ ଶ୍ରୀମନ୍ଦିରର ସମସ୍ତ ଦ୍ବାରା ସମ୍ପୂର୍ଣ୍ଣ ବନ୍ଦ ରହେ ।

ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 31, 2021, 8:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.