ETV Bharat / city

ଅପେକ୍ଷାର ଅନ୍ତ: ସର୍ବସାଧାରଣଙ୍କୁ ଦର୍ଶନ ଦେଲେ କାଳିଆ ସାଆନ୍ତ - ଭକ୍ତଙ୍କୁ ଦର୍ଶନ ଦେଲେ ବଡ ଠାକୁର

ଆଜିଠୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର । ଦୀର୍ଘ ୪ ମାସ ପରେ କୋଭିଡ କଟକଣା ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଅଧିକ ପଢନ୍ତୁ...

ସର୍ବସାଧାରଣଙ୍କ ପାଇଁ ଖୋଲିଲା ଜଗା ଦ୍ବାର, ଭକ୍ତଙ୍କୁ ଦର୍ଶନ ଦେଲେ ବଡ ଠାକୁର
ସର୍ବସାଧାରଣଙ୍କ ପାଇଁ ଖୋଲିଲା ଜଗା ଦ୍ବାର, ଭକ୍ତଙ୍କୁ ଦର୍ଶନ ଦେଲେ ବଡ ଠାକୁରସର୍ବସାଧାରଣଙ୍କ ପାଇଁ ଖୋଲିଲା ଜଗା ଦ୍ବାର, ଭକ୍ତଙ୍କୁ ଦର୍ଶନ ଦେଲେ ବଡ ଠାକୁର
author img

By

Published : Aug 23, 2021, 7:08 AM IST

Updated : Aug 23, 2021, 9:19 AM IST

ପୁରୀ: ସର୍ବସାଧାରଣଙ୍କ ପାଇଁ ଖୋଲିଲା କାଳିଆ ସାଆନ୍ତଙ୍କ ଦ୍ବାର । ଦୀର୍ଘ 4 ମାସ ପରେ ପୁଣି ଭକ୍ତ-ଭଗବାନଙ୍କ ହେଲା ମିଳନ । ଆକୁଳ ଆଖି ଖୋଜୁଥିଲା ଟିକେ ଜଗା ଦର୍ଶନ ପାଇଁ । ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇଛି । ଶ୍ରୀମନ୍ଦିର ଖୋଲିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।

ଗତ 4 ଚାରି ମାସ ହେଲା ଭକ୍ତ-ଭଗବାନ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଥିଲା କୋରୋନା ମହାମାରୀ । କଳା ଶ୍ରୀମୁଖକୁ ଦେଖିବା ପାଇଁ ଆକୁଳ ହୋଇ ଉଠିଥିଲା ଭକ୍ତର ମନ । ଜଗା ଦର୍ଶନ ନହେଲା ନାହିଁ ଦୁଆର ବାହାରୁ ସିଂହଦ୍ବାରକୁ ମୁଣ୍ଡିଆ ମାରି ଫେରି ଯାଉଥିଲେ ଭକ୍ତ । ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି ସର୍ବସାଧାରଣଙ୍କୁ ଦର୍ଶନ ଦେଇଛନ୍ତି କାଳିଆ ସାଆନ୍ତେ ।

ପୂର୍ବରୁ ମନ୍ଦିର ସେବାୟତ ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିସାରିଥିବା ବେଳେ ଆଜି ରାଜ୍ୟ ଭିତର ଓ ବାହାରର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର। କୋରୋନା କଟକଣା ମଧ୍ୟରେ ଜଗାକୁ ଦର୍ଶନ କରୁଛନ୍ତି ଭକ୍ତ । ରାଜ୍ୟ ଭିତର ତଥା ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ୯୬ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ୟାୟ କୋଭିଡ ଟୀକାକରଣ ପ୍ରମାଣପତ୍ର ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ଭକ୍ତ।

ଅପେକ୍ଷାର ଅନ୍ତ: ସର୍ବସାଧାରଣଙ୍କୁ ଦର୍ଶନ ଦେଲେ କାଳିଆ ସାଆନ୍ତ

ଏଥିପାଇଁ ଗତକାଲି ଶ୍ରୀମନ୍ଦିର ପୁନଃ ସାନିଟାଇଜ କରାଯାଇଥିଲା । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି । ଅଗ୍ନିଶମ ବାହିନୀ ପୌର ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ବାରା ଶ୍ରୀମନ୍ଦିରର ଚାରିଦ୍ବାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ଼ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଇଥିଲା । ଶ୍ରୀମନ୍ଦିରରେ ପ୍ରତିଦିନ ମହାପ୍ରଭୁଙ୍କ ଦୈନନ୍ଦିନ ସେବା, ପୂଜା କରୁଥିବା ସେବାୟତଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ସାନିଟାଇଜ କରାଯାଇଛି ।

ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ, ୮ଟି କିଓସ୍କୋ ସ୍ଥାପନ କରାଯାଇଥିବା ବେଳେ ସୁରକ୍ଷା ପାଇଁ ୧୦ ପ୍ଲାଟୁନ୍‌ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସିଂହଦ୍ୱାର ପଟେ ପ୍ରବେଶ ଓ ଉତ୍ତର ଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି । ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ । ପୂର୍ବରୁ ପୁରୀ ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ମିଳିଥିଲା । ୫ଦିନ ଭିତରେ ପ୍ରାୟ ୫୧ ହଜାର ଭକ୍ତ ଦର୍ଶନ କରିଥିଲେ ।

ଗତ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ପାଞ୍ଚ ଦିନ ପୁରୀ ପୌରାଞ୍ଚଳବାସୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଆଜି ଠାରୁ ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ପୁରୀବାସୀଙ୍କୁ ୱାର୍ଡ ଅନୁଯାୟୀ ବିଭକ୍ତ କରାଯାଇ ସବୁ ୱାର୍ଡର ସବୁ ଘରେ ଟୋକନ ଦିଆଯାଇଥିଲା । କେଉଁ ସ୍ଲଟରେ କିଏ ଦର୍ଶନ କରିବ ତାହା ମଧ୍ୟ ଜଣାଇ ଦିଆଯାଇଥିଲା । ମନ୍ଦିର ପ୍ରବେଶ ପଥରେ ୮ଟି କାଉଣ୍ଟରରେ ଏହି ରେସିଡେନ୍ସ ପ୍ରମାଣପତ୍ର ଦେଖାଇ ଯାଇଥିଲେ । ଏହା ବ୍ୟତୀତ ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ତେବେ ପ୍ରଥମେ 12 ଓ 13 ତାରିଖରେ କେବଳ ସେବାୟତଙ୍କ ପରିବାର 16ରୁ 20 ତାରିଖ ଯାଏଁ କେଵଳ ପୁରୀ ପୌରାଞ୍ଚଳ ବାସିନ୍ଦାଙ୍କ ପାଇଁ ପ୍ରଥମେ ପ୍ରଶାସନ ପକ୍ଷରୁ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିଲା । ସେହିଭଳି ଆଜି ସର୍ବସାଧାରଣ ଦର୍ଶନକୁ ନେଇ ହୋଇଥିବା ଗାଇଡ଼ ଲାଇନକୁ ମଧ୍ୟ ସ୍ବାଗତ କରିଛନ୍ତି ଭକ୍ତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 23, 2021, 9:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.