ETV Bharat / city

26 ବର୍ଷ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ଚଳଚଞ୍ଚଳ ବୁଣାକାର

ବାର ମାସରେ ତେର ପର୍ବ ମାନବୀୟ ଲୀଳାର ଠାକୁର ଜଗନ୍ନାଥଙ୍କ ଟିକିଏ ଦର୍ଶନ ପାଇବାକୁ ଭକ୍ତଟିଏ ଅଥୟ ଓ ଅଧିର ହୋଇପଡେ । ମହାପ୍ରଭୁଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବେଶରେ ବିଭୂଷିତ ହୋଇଥାନ୍ତି । ସେଥିମଧ୍ୟରୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନ୍ୟତମ । ଏନେଇ ଏବେ ଚଳଚଞ୍ଚଳ ହୋଇ ଉଠିଛି ଖୋର୍ଦ୍ଧା ବେଗୁନିଆ ରାଉତପଡା ଗ୍ରାମର ତନ୍ତଶାଳ । ଅଧିକ ଖବର ପଢନ୍ତୁ...

26 ବର୍ଷ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ଚଳଚଞ୍ଚଳ ବୁଣାକାର
26 ବର୍ଷ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ଚଳଚଞ୍ଚଳ ବୁଣାକାର
author img

By

Published : Nov 1, 2020, 1:56 PM IST

ଖୋର୍ଦ୍ଧା: ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ନାଗାର୍ଜୁନ ବେଶ ପାଇ ସବୁଠି ଦେଖିବାକୁ ମିଳିଛି ଉତ୍କଣ୍ଠା ଓ ଉତ୍ସାହ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ମୁତାବକ ଖୋର୍ଦ୍ଧା ବେଗୁନିଆ ରାଉତପଡା ଗ୍ରାମରେ ପ୍ରସ୍ତୁତ ହୋଇଥାଏ ଚତୁର୍ଦ୍ଦା ମୁରତୀଙ୍କ ଅଙ୍ଗଲାଗୀ ବସ୍ତ୍ର। ତେବେ ଚଳିତ ବର୍ଷ ପାବିତ୍ର ନାଗାର୍ଜୁନ ବେଶରେ ବ୍ୟବହାର ହେବାକୁ ଥିବା ସମସ୍ତ ବସ୍ତ୍ର ବୁଣିବାରେ ବ୍ୟସ୍ତ ରାଉତପଡାର ବୁଣାକାର। ସେପଟେ ଚଳଞ୍ଚଳ ତନ୍ତଶାଳା । ମହାପ୍ରଭୁଙ୍କ ସେବାରେ ଦିନରାତି ଏକ କରି ବୁଣିବାରେ ବ୍ୟସ୍ତ ଏହି ବୁଣାକାର ପରିବାର । ଯାହାକୁ ନେଇ ସେମାନେ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି ।

26 ବର୍ଷ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ଚଳଚଞ୍ଚଳ ବୁଣାକାର

ଧଳା ସୁତାକୁ ଭିଜାଇ ତାକୁ ସୁଖାଇ ସେଥିରେ ବିଭିନ୍ନ ପ୍ରକାର ରଙ୍ଗ ଦେବା ପର୍ଯ୍ୟନ୍ତ ସବୁ କାମ ଏବେ ବେଶ ଜୋରସୋରରେ ଚାଲୁ ରହିଛି ଖୋର୍ଦ୍ଧା ରାଉତପଡା ଗ୍ରାମରେ । ଏହି ଗ୍ରାମର ବୁଣାକାର ମାନେ ପିଢ଼ିପରେ ପିଢ଼ି ଶ୍ରୀମନ୍ଦୀର ପ୍ରଶାସନକୁ ଚତୁର୍ଦ୍ଦା ମୁରତିଙ୍କ ପ୍ରତିଦିନ ଲାଗି ହେଉଥିବା ଅଙ୍ଗଲାଗି ବସ୍ତ୍ର ଯୋଗାଇ ଆସୁଛନ୍ତି । ତେବେ ଦୀର୍ଘ 26 ବର୍ଷ ପରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଚଳିତ କାର୍ତ୍ତିକ ମାସ ପଞ୍ଚୁକରେ ହେବାକୁ ଥିବା ବେଳେ ସେଥିଲାଗି ବସ୍ତ୍ର ବୁଣିବାରେ ବ୍ୟସ୍ତ ବୁଣାକାର । ଗୀତ ଗୋବିନ୍ଧ ପାଟ୍ଟ ଠାରୁ ମହାପ୍ରଭୁଙ୍କ ଅନ୍ୟାନ୍ୟ ବସ୍ତ୍ର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଅରଟରେ ସୁତା ପ୍ରସ୍ତୁତି କରିବା ସହିତ ସେସବୁକୁ ତନ୍ତରେ ଲଗାଇବା ପର୍ଯ୍ୟନ୍ତ ସବୁ କିଛି ସଠିକ୍‌ ଭାବରେ କରୁଛନ୍ତି ବୁଣାକାର ।

ଚଳିତ ବର୍ଷ ନେଭମ୍ବର 27 ତାରିଖ ଶୁକ୍ରବାର ଦିନ ଦୁର୍ଲଭ ନାଗାର୍ଜୁନ ବେଶରେ ମହାପ୍ରଭୁ ଦର୍ଶନ ଦେବେ କୋଟି ଜନମାନସକୁ । ସେଥିପାଇ ଖୋର୍ଦ୍ଧା ରାଉତପଡାର ବୁଣାକାରଙ୍କ ଆଖିରେ ଜେମିତି ନିଦ ନାହିଁ । ଏହି ଦୁର୍ଲଭ ବେସରେ ସେମାନଙ୍କ ବୁଣା ବସ୍ତ୍ର ଲାଗିବାକୁ ଥିବା ବେଳେ ସେମାନେ ବୁଣାଯାଉଥିବା ତନ୍ତ ଓ ନିଜକୁ ବେଶ‌ ଭାଗ୍ୟବାନ ବୋଲି କହିଛନ୍ତି ।

ସେହିପରି ବସ୍ତ୍ରରେ ଅକ୍ଷର ବୁଣୁଥିବା ବୁଣାକାର ମଧ୍ୟ ନିଜକୁ ବେଶ ଗର୍ବିତ ବୋଲି କହିଛନ୍ତି । ଏମାନେ ବର୍ଷ ତମାମ ଅଙ୍ଗଲାଗି ବସ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ଚଳିତ ବର୍ଷ ନାଗାର୍ଜୁନ ବେଶ ପାଇଁ ସ୍ୱତନ୍ତ୍ର ବସ୍ତ୍ର ପ୍ରସ୍ତୁତ କରୁଛନ୍ତି । ନିଜେ ନିଷ୍ଠାର ସହିତ ଏହି କାମ କରୁଥିବାର କହିଛନ୍ତି ବୁଣାକାର । ସେହିପରି ଶୁକ୍ରବାର ଦିନ ମହାପ୍ରଭୁଙ୍କର ଧଳା ବସ୍ତ୍ର ପରିଧାନ କାରୁଥିବାର ନୀତି ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.