ETV Bharat / city

Jagannath Temple Servitor Shot Dead: ପାରିବାରିକ କଳହରୁ ହତ୍ୟା, 3 ଅଟକ - ପୁରୀରେ ଗୁଳିକାଣ୍ଡ

ଶ୍ରୀମନ୍ଦିର ସମ୍ମୁଖରେ ଗୁଳିକାଣ୍ଡ ଘଟଣା । ସେବାୟତ ଶିବରାମ ପାତ୍ର ହତ୍ୟାକାଣ୍ଡ ମାମଲା ନେଇ 3 ଜଣଙ୍କୁ ଅଟକ ରଖିଲା ପୋଲିସ । ପାରିବାରିକ ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

puri servitor murder case
ସେବାୟତ ଶିବରାମ ହତ୍ୟା ଘଟଣା: ପାରିବାରିକ କଳହରୁ ହତ୍ୟାକାଣ୍ଡ
author img

By

Published : May 25, 2022, 12:55 PM IST

ପୁରୀ: ଶ୍ରୀମନ୍ଦିର ସମ୍ମୁଖରେ ଗୁଳିକାଣ୍ଡ ଘଟଣା । ସେବାୟତ ଶିବରାମ ପାତ୍ର ହତ୍ୟାକାଣ୍ଡ ମାମଲା ନେଇ 3 ଜଣଙ୍କୁ ଅଟକ ରଖିଲା ପୋଲିସ। ପାରିବାରିକ ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

ସେବାୟତ ଶିବରାମ ହତ୍ୟା ଘଟଣା: ପାରିବାରିକ କଳହରୁ ହତ୍ୟାକାଣ୍ଡ

ପୁରୀ ଲୋକନାଥ ମନ୍ଦିରର ସେବାୟତ ଶିବ ରାମ ପାତ୍ରଙ୍କ ହତ୍ୟାକାଣ୍ଡ ନେଇ ରୁଜୁ ହୋଇଥିବା ଏତଲାକୁ ଆଧାର କରି ତିନି ଜଣଙ୍କୁ ପୋଲିସ ଅଟକ ରଖିଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକକୁ ହତ୍ୟାକାଣ୍ଡର କାରଣ ନେଇ ପଚରା ଉଚରା କରୁଛି । ପାରିବାରିକ ବିବାଦ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୁରୀ ଏସପି କହିଛନ୍ତି । ସେପଟେ ଧାର୍ମିକ ନଗରୀ ସହରରେ ପୁରୀ ଗୁଳିକାଣ୍ଡ ଘଟଣା ବଢି ଚାଲିଥିବା ବେଳେ ଚୋରା ବନ୍ଧୁକ କାରବାର ବଢିବାରେ ଲାଗିଛି ।

ଅପରାଧୀ ମାନେ ଖୁଲମ ଖୁଲା ବନ୍ଧୁକ ବ୍ୟବହାର କରି ଅପରାଧ ଭିଆଉଛନ୍ତି । ତେବେ ପୁରୀ ସହରରେ ଚୋରା ବନ୍ଧୁକ କାରବାର ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ 5 ଟିମ ଗଠନ କରାଯାଇଛି । ବନ୍ଧୁକ କୋଉଁଠୁ ଆସୁଛି ଏବଂ କିଏ ବିକୁଛି ତାକୁ ଧରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଛି । ଖୁବ ଶୀଘ୍ର ବନ୍ଧୁକ ରାକେଟର ପର୍ଦ୍ଦାଫାସ ହେବ ଏସପି ସୂଚନା ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.