ପୁରୀ: ଶିଶୁ କନ୍ୟା ପ୍ରତି ବଢ଼ୁଛି ଅତ୍ୟାଚାର । ୩ ଦିନରେ ତିନି-ତିନିଟି ଦୁଷ୍କର୍ମ ଘଟଣାକୁ ନେଇ ସାଧରଣରେ ଉଦବେଗ । ଗତ ଦୁଇ ହେବ 2 ଟି ମାମଲା ହୋଇଥିବାବେଳେ ପୁଣି ଆଜି(ମଙ୍ଗଳବାର) ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି ।
ପଡୋଶୀ ଘରର ଜଣେ ଯୁବକ ଏହି ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଶିଶୁକନ୍ୟାର ପରିବାର ଲୋକେ । ଥାନାରେ ଅଭିଯୋଗ ପରେ ବଳିଆପଣ୍ଡା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଶୁଭାଶିଷ ତ୍ରିପାଠୀ ବୋଲି ପୋଲିସ କହିଛି । ଅନ୍ୟପଟେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ପୋଲିସ ପକ୍ଷରୁ କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ:- ବାପା ନାଁରେ କଳଙ୍କ, ଜନ୍ମ କଲା ଝିଅକୁ ଅସଦାଚରଣ ଅଭିଯୋଗ
ସେପଟେ ଶିଶୁ କନ୍ୟାଙ୍କ ଉପରେ ପାଶବିକ ଆଚରଣ ବଢୁଥିବାବେଳେ ଏହା ସାମାଜିକ ବ୍ୟବସ୍ଥା ଅଧୋପତନ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରିବାକୁ ବୁଦ୍ଧିଜୀବୀ ପ୍ରତିକ୍ରିୟା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ