ETV Bharat / city

ପବିତ୍ର ମାଘ ସପ୍ତମୀ: ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ - Magha saptami

ଆଜି ପବିତ୍ର ମାଘ ସପ୍ତମୀ । ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ସେପଟେ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅଧିକ ପଢନ୍ତୁ...

Magha saptami
ମାଘ ସପ୍ତମୀ ଉପଲକ୍ଷେ ବୁଡ ପକାଇଲା ଶ୍ରଦ୍ଧାଳୁ
author img

By

Published : Feb 1, 2020, 9:05 AM IST

ପୁରୀ: ଆଜି ମାଘ ସପ୍ତମୀ । ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ଭୋର ପ୍ରାୟ 3ଟା 50 ମିନିଟରେ ତ୍ରିବେଣୀଶ୍ବର ମହାଦେଶ, ସନ୍ଥପୁରର ଐଶାନ୍ୟଶ୍ବର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ବର ମହାଦେବଙ୍କ ମହାସ୍ନାନ ସହ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା । ଏହା ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁସନ୍ଥମାନେ ସାହି ସ୍ନାନ କରିଥିଲେ । ପରେ ଭୋର 4ଟା 10ମିନିଟରେ ଶ୍ରଦ୍ଧାଳୁମାନେ ବୁଡ ପକାଇଥିଲେ ।

ମାଘ ସପ୍ତମୀ ଉପଲକ୍ଷେ ବୁଡ ପକାଇଲା ଶ୍ରଦ୍ଧାଳୁ

ପରମ୍ପରା ଅନୁଯାୟୀ, ଗତକାଲି ରାତିରେ ମାଧିପୁରର ତ୍ରିବେଣଶ୍ବର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ବର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ବର ମହାଦେବ ମାଘ ଷଷ୍ଠୀରେ ଶୋଭାଯାତ୍ରାରେ ବାହାରିଥିଲେ । କୋଣାର୍କ ଏନଏସି ପଡିଆରେ ତିନି ଠାକୁରଙ୍କୁ ଭୋଗ ଲାଗି କରାଯାଇଥିଲା । ଏହାପରେ ତିନି ଠାକୁର କୋଣାର୍କ ମେଡିକାଲ ଛକରେ ଏକାଠି ହେବା ପରେ ଏକ ବିଶାଳ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ମଣ୍ଡପ ଉଦ୍ଦେଶ୍ୟରେ ବାହାରିବା ସହ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପୌରାଣିକ କଥାବସ୍ତୁ ଅନୁସାରେ ମାଘମାସ ଶୁକ୍ଲପକ୍ଷ ସପ୍ତମୀ ତିଥିରେ କାଶ୍ୟପ ରୁଷି ଓ ଆଦିତିଙ୍କ ଗର୍ଭରୁ ସୂର୍ଯ୍ୟ ଭଗବାନ ଜନ୍ମ ଗ୍ରହଣ କରିଥିଲେ। ଏହି ଦିନ ଅର୍କ କ୍ଷେତ୍ରର ପବିତ୍ର ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇଲେ ରୋଗ, ଶୋକ, ଭୟ ଓ ଦାରିଦ୍ର୍ୟତାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି।

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୁଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବା ସହ ଆଇନ ଶୃଙ୍ଖଳାକୁ ଦୁଷ୍ଟିରେ ରଖି 30 ପ୍ଲାଟୁନ ପୋଲିସ ଫୋର୍ସ, 100ରୁ ଊର୍ଦ୍ଧ୍ବ ଅଫିସର ମୁତୟନ ହୋଇଛନ୍ତି । ଏହାସହ ଶୃଙ୍ଖଳିତ ବୁଡ ପକାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ପୁରୀ ଏସପି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:od_pur_deferd magha buda_7205521

Body:od_pur_deferd magha buda_7205521

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.