ETV Bharat / city

ଅନେକ ବର୍ଷ ଖାଲି ପଡ଼ିଥିଲା ରତ୍ନ ସିଂହାସନ, ଶ୍ରୀମନ୍ଦିରରେ ନଥିଲେ ବଡଠାକୁର

ଜଗନ୍ନାଥ ସଂସ୍କୃତିକୁ ବିଲୋପ କରିବା ସହ ରତ୍ନ ଭଣ୍ଡାର ଲୁଟ କରିବା ଉଦ୍ଦେଶ୍ୟରେ ଏକାଧିକ ଥର ଯବନ ମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ଫଳରେ ଶ୍ରୀଜୀଉଙ୍କ ଶ୍ରୀବିଗ୍ରହକୁ ସୁରକ୍ଷିତ ରଖିବା ପାଇଁ ଶ୍ରୀମନ୍ଦିରରୁ ବିଭିନ୍ନ ସମୟରେ ଭିନ୍ନ ଭନ୍ନ ସ୍ଥାନକୁ ଚତୁର୍ଦ୍ଧାମୂର୍ତ୍ତି ହୋଇଥିଲେ ସ୍ଥାନାନ୍ତର । ଅଧିକ ପଢ଼ନ୍ତୁ...

author img

By

Published : Jul 7, 2021, 2:45 PM IST

attacks on sri mandir, mahaprabhu were kept secretly, lord jagannath worshiped secretly, ଖାଲି ପଡ଼ିଥିଲା ରତ୍ନ ସିଂହାସନ, ରତ୍ନ ଭଣ୍ଡାର ଲୁଟ, ଶ୍ରୀମନ୍ଦିର ଉପରେ ଆକ୍ରମଣ, mughals attack on sri mandira, ଶ୍ରୀବିଗ୍ରହଙ୍କ ସୁରକ୍ଷା, ଗଞ୍ଜାମର ମାରଦା, ପାତାଳୀ ଶ୍ରୀକ୍ଷେତ୍ର
ଅନେକ ବର୍ଷ ଖାଲି ପଡ଼ିଥିଲା ରତ୍ନ ସିଂହାସନ

ପୁରୀ: ଶ୍ରୀକ୍ଷେତ୍ରରେ ବିରାଜମାନ ହୋଇ କେଉଁ ଅନାଦି କାଳରୁ ବିଭିନ୍ନ ଲୀଳା କରୁଛନ୍ତି ନିଳାଦ୍ରିନାଥ ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କ ଦର୍ଶନ ତଥା ପ୍ରତିବର୍ଷ ରଥଯାତ୍ରା ସମୟରେ ହଜାର ହଜାର ଭକ୍ତଙ୍କ ଆଗମନ ହୁଏ ଶ୍ରୀକ୍ଷେତ୍ର ପୁରୀକୁ । ତେବେ ଏମିତି ବି ଦିନ ଥିଲା ଯେତେବେଳେ ମହାପ୍ରଭୁ ତାଙ୍କ ରତ୍ନ ସିଂହାସନରେ ଅବସ୍ଥାନ କରି ନଥିଲେ । ଜଗନ୍ନାଥ ସଂକୃତିକୁ ବିଲୋପ କରିବା ସହ ରତ୍ନ ଭଣ୍ଡାର ଲୁଟ କରିବା ଉଦ୍ଦେଶ୍ୟରେ ଏକାଧିକ ଥର ଯବନ ମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ ।

ଅନେକ ବର୍ଷ ଖାଲି ପଡ଼ିଥିଲା ରତ୍ନ ସିଂହାସନ

ଫଳରେ ଶ୍ରୀଜୀଉଙ୍କ ଶ୍ରୀବିଗ୍ରହକୁ ସୁରକ୍ଷିତ ରଖିବା ଶ୍ରୀମନ୍ଦିରରୁ ବିଭିନ୍ନ ସମୟରେ ଭିନ୍ନ ଭନ୍ନ ସ୍ଥାନକୁ ଚତୁର୍ଦ୍ଧାମୂର୍ତ୍ତି ହୋଇଥିଲେ ସ୍ଥାନାନ୍ତର । ସେବାୟତ ମାନେ ଶଗଡିରେ ଦାରୁ ବିଗ୍ରହଙ୍କୁ ନେଇ ଓଡି଼ଶାର ବିଭିନ୍ନ ସ୍ଥାନରେ ରଖି ଗୁପ୍ତରେ ପୂଜାର୍ଚ୍ଚନା କରିଥିଲେ। ଫଳରେ ବର୍ଷ ବର୍ଷ ଧରି ଖାଲି ପଡ଼ିଥିଲା ରତ୍ନସିଂହାସନ । ମହାପ୍ରଭୁଙ୍କୁ ଅନେକ ଥର ଚିଲିକା ମୁହାଣର ବିଭିନ୍ନ ସ୍ଥାନରେ ଲୁକ୍କାୟିତ ଭାବେ ରଖାଯାଇ ପୂଜାର୍ଚ୍ଚନା ହେଉଥିବା କୁହନ୍ତି ସେବାୟତ ।

ଚିଲିକା ମୁହାଣ ସହ ଗଞ୍ଜାମର ମାରଦା, ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର, ଚିଲିକା ମୁହାଣ ଅଞ୍ଚଳର ଗଡ଼ କୋକଳ, କାଙ୍କଣ ଶିଖରୀ, ଗୁରୁବାଇ, ବାଣପୁର, ଚକାନାସି, ବଉଳ ବନ୍ଧ, ଆଦି ସ୍ଥାନ ଗୁଡିକରେ ମହାପ୍ରଭୁଙ୍କର ହୋଇଥିଲା ଅଜ୍ଞାତ ବାସ ବା ଗୁପ୍ତବାସ । ଇତିହାସରୁ ଜଣାଯାଏ ଯେ ଶ୍ରୀମନ୍ଦିର ଉପରେ ଅନେକ ଥର ଆକ୍ରମଣ ହୋଇଛି ହେଲେ ଏହାର ସଠିକ ତଥ୍ୟ ନାହିଁ । 1568ରେ କଳା ପାହାଡ଼, 1731ରେ ତକି ଖାଁ ସମେତ ଅକ୍ରମ ଖାଁ ଆଦି ଅନେକ ଯବନ ଶ୍ରୀମନ୍ଦିରରେ ଥିବା ଅମାପ ଧନ ସମ୍ପତ୍ତି ଲୁଣ୍ଠନ ନେଇ ଆକ୍ରମଣ କରିଥିଲେ । ପ୍ରାୟ 250 ବର୍ଷରୁ ଅଧିକ ସମୟ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ କରିଛନ୍ତି ଗୁପ୍ତ ଲୀଳା ।

ଗଞ୍ଜାମ ଜିଲ୍ଲାର ମାରଦା ଗ୍ରାମରେ ଥିବା ମନ୍ଦିରେ 28 ମସା ନିଜର ଗୁପ୍ତ ଲୀଳା କରିଥିଲେ ମହାପ୍ରଭୁ । ମଥୁରାର 46 ଜଣ କାରିଗର ମାତ୍ର 2 ମାସ ସମୟ ମଧ୍ୟରେ ଜଗମୋହନ ଓ ବିମାନ ସହ ଦୁଇଥାକିଆ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିରରେ ଠାକୁରଙ୍କ ପାଇଁ ତିନୋଟି ବେଦୀ ନିର୍ମାଣ କରଯାଇ ଠାକୁରଙ୍କୁ ଅଧିଷ୍ଠିତ କରାଯାଇଥିଲା । ତତ୍କାଳୀନ ପୁରୀ ରାଜା ଗଜପତି ରାମଚନ୍ଦ୍ର ଦେବ ପୁରୀରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୁପ୍ତଭାବେ ମାରଦା ସ୍ଥାନାନ୍ତର କରିଥିଲେ । ମନ୍ଦିରରେ ଠାକୁରଙ୍କ ସୁରକ୍ଷା ପାଇଁ ଆଠଗଡ଼ର ପ୍ରାୟ 300 ସୈନିକ ଦିନ ରାତି ସୁରକ୍ଷା ଦେଉଥିଲେ ବୋଲି କୁହାଯାଏ ।

ସେହିପରି ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଅନେକ ବର୍ଷ ଧରି ପାତାଳି ହୋଇ ରହିଛିଲେ । ସେଠାରେ ମହାପ୍ରଭୁଙ୍କୁ ଗୁପ୍ତ ଭାବରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସେଠାରୁ ମହାପ୍ରଭୁଙ୍କୁ ଆଣି ପୁନର୍ବାର ପୁରୀ ମନ୍ଦିରରେ ଅବସ୍ଥାପିତ କରାଇଥିଲେ।

ମୋଗଲ ସମ୍ରାଟ ତକି ଖାଁଙ୍କ ଆକ୍ରଣରୁ ଶ୍ରୀବିଗ୍ରହଙ୍କ ସୁରକ୍ଷା ପାଇଁ ଦଇତାପତି ମାନେ ମହାପ୍ରଭୁଙ୍କୁ ବ୍ରହ୍ମଗିରି ଦେଇ ନୌକାରେ ନଈରୀ ଗ୍ରାମକୁ ଗଲେ । ରାତି କାଚିବା ପାଇଁ ଚିଲିକା କୁଦରେ ମହାପ୍ରଭୁଙ୍କୁ ରଖାଯାଇଥିଲା । ସେହି କୁଦର ନାମ ଥିଲା କାଙ୍କଣ ଶିଖରୀ ।

ତେବେ ଯବନ ମାନଙ୍କ ଆକ୍ରମଣକୁ ପୂର୍ବରୁ ଦେବତା ମାନଙ୍କ ଉପରେ ରାକ୍ଷସ ମାନଙ୍କ ଆକ୍ରମଣ ସହ ତୁଳନା କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୂର୍ଯ୍ୟ ନାରାୟଣ ରଥ ଶର୍ମା। ତ୍ରେତୟା, ଦ୍ଵାପର, ସତ୍ୟ ଯୁଗ ପରି, କଳି ଯୁଗରେ ମଧ୍ୟରେ ରାକ୍ଷସ ରୂପରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଉପରେ ଯବନ ମାନେ ଆକ୍ରମଣ କରିଛନ୍ତି। କିନ୍ତୁ ଏହା ମହାପ୍ରଭୁଙ୍କ ଏକ ଲୀଳା ମଧ୍ୟ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ କହିଛନ୍ତି।

ଯବନ ମାନଙ୍କ ଆକ୍ରମଣରୁ ମହାପ୍ରଭୁଙ୍କୁ ସୁରକ୍ଷିତ ରଖିବା ପାଇଁ ଅତୀତରେ ସେବାୟତ ମାନେ ପୀଡା, କଷ୍ଟକୁ ଖାତିର ନ କରି ମହାପ୍ରଭୁଙ୍କୁ ସ୍ଥାନାନ୍ତର କରିବା ସହ ଓଡ଼ିଆ ଜାତିର ଅସ୍ମିତା, ସଂସ୍କୃତି, ପରମ୍ପରା ସୁରକ୍ଷିତ ରଖିଥିଲେ। ତେବେ ଏସବୁ ଜଗତର ନାଥ ଜଗନ୍ନାଥଙ୍କର କଳିଯୁଗର ଲୀଳା ବୋଲି ବିଶ୍ବାସ କରନ୍ତି ଜଗନ୍ନାଥ ପ୍ରେମୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.