ETV Bharat / city

ସେନାପଟା ଲାଗି ନୀତି: ବଡଠାକୁରଙ୍କ ସୁରକ୍ଷାରେ ବକୁଳ ବନର ବଉଳ କାଠ

ମହାପ୍ରଭୁ ରଥାରୂଢ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପୂର୍ବରୁ ସମ୍ପାଦନ ହୋଇଥାଏ ଅନେକ ନୀତିକାନ୍ତି । ସେଥିମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ, ଯାହାକୁ ମହାପ୍ରଭୁଙ୍କ ଆଦ୍ୟଯାତ୍ରା ମଧ୍ୟ କୁହାଯାଏ ଏହାପୂର୍ବରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କୁ ଦଇତାପତି ସେବାୟତମାନେ ପହଣ୍ଡି କରି ନେବାବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ସେନାପଟା ଓ ବାହୁଟ କଣ୍ଟ ନୀତି ହୋଇଥାଏ । ଜାଣନ୍ତୁ କଣ ରହିଛି ଏହି ସେନାପଟାର ଲାଗି ନୀତିର ରହସ୍ୟ ।

author img

By

Published : Jun 13, 2022, 7:03 AM IST

ସେନାପଟା ଲାଗି ନୀତି, ବଡଠାକୁରଙ୍କ ସୁରକ୍ଷାରେ ବକୁଳ ବନର ବଉଳ କାଠ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ବାଦଶ ଲୀଳା, ସତେଇଶ ଉପଲୀଳା ଓ 108 ପର୍ବପର୍ବାଣୀ ଶ୍ରୀଗୁଣ୍ଡିଚା ଯାତ୍ରା ଭିନ୍ନ ଏବଂ ସ୍ବତନ୍ତ୍ର । ବର୍ଷ ଭରି ଭକ୍ତଟିଏ ଅପେକ୍ଷା କରିଥାଏ ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ । ମହାପ୍ରଭୁ ରଥାରୂଢ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପୂର୍ବରୁ ସମ୍ପାଦନ ହୋଇଥାଏ ଅନେକ ନୀତିକାନ୍ତି । ସେଥିମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ, ଯାହାକୁ ମହାପ୍ରଭୁଙ୍କ ଆଦ୍ୟଯାତ୍ରା ମଧ୍ୟ କୁହାଯାଏ । ଏହାପୂର୍ବରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହୋଇଥାଏ ।

ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କୁ ଦଇତାପତି ସେବାୟତମାନେ ପହଣ୍ଡି କରି ନେବାବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ସେନାପଟା ଓ ବାହୁଟ କଣ୍ଟ ନୀତି ହୋଇଥାଏ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତମାନେ ଏହି ନୀତି ସମ୍ପାଦନ କରନ୍ତି ।

ଶ୍ରୀଜୀଉଙ୍କ ପହଣ୍ଡି କାଳୀନ ସୁରକ୍ଷା ପାଇଁ ସେନାପଟା ଓ ବାହୁଟ ଲାଗି ସେବା ପ୍ରଚଳିତ ରହିଛି । ସାକ୍ଷୀଗୋପାଳର ବକୁଳ ବନରୁ ସଂଗୃହିତ ବଉଳ କାଠ ଚିରଟ କରାଯାଇ ସେଥିରେ ଶ୍ରୀମନ୍ଦିର ବିଶ୍ଵକର୍ମା ସେବାୟତ ବାହୁଟ ଓ ସେନାପଟା ପ୍ରସ୍ତୁତ କରନ୍ତି । ସାକ୍ଷୀଗୋପାଳକୁ ମହାପ୍ରଭୁଙ୍କ ଅଜାଘର ବୋଲି ମଧ୍ୟ କୁହାଯାଏ । ତେବେ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ କଣ୍ଟ ପାଇଁ ବକୁଳ ବନରୁ ହିଁ କାହିଁକି କାଠ ଆସେ ତା ପଛରେ ବି ରହିଛି ଏକ ସ୍ବତନ୍ତ୍ର କାହାଣୀ ।

ଏକଦା ଜଣେ ତପସ୍ବୀ ସିଦ୍ଧ ବକୁଳ ବନରେ ତପସ୍ୟା କରୁଥିଲେ । ସେହି ତପସ୍ବୀଙ୍କୁ ପରଖିବା ପାଇଁ ବଡ଼ଦେଉଳରୁ ଜଗା, ବଳିଆ ଦୁଇ ଭାଇ ବାହାରି ଆସିଥିଲେ । ପ୍ରକୃତରେ ସେ ସାଧୁ କି ନୁହେଁ ତାହା ଜାଣିବା ପାଇଁ । ପରୀକ୍ଷା କରିବା ପାଇଁ ଆସିବା ବେଳେ ବଣରେ ଖୁବ୍‌ ପାଚିଲା ପଣସ ହୋଇଥିବା ଜଗନ୍ନାଥ ବଳଭଦ୍ର ଦେଖିଲେ ଓ ତାଙ୍କର ଖାଇବାକୁ ଆଗ୍ରହ ହୋଇଥିଲା । ଏପଟେ ତପସ୍ୟାରତ ସିଦ୍ଧ ବଳରାମ ବଣରେ କେହି ପ୍ରବେଶ କରିଥିବା ଜାଣିପାରିଥିଲେ ।

ସେ ସଙ୍ଗେ ସଙ୍ଗେ ତପସ୍ୟା ଭଙ୍ଗ କରି ପଚାରିଥିଲେ, ‘କିଏ ତମେ ରାତି ସମୟରେ ବଣରେ ପ୍ରବେଶ କରି ପଣସ ଚୋରି କରୁଛ ?’ । ଯାହା ପରେ ଦୁଇ ଠାକୁର ଚୋର ନୁହନ୍ତୁ ବୋଲି କହିଥିଲେ । ତପସ୍ବୀ କିନ୍ତୁ କହିଥିଲେ ଯେ ସେ ଦୁହିଁଙ୍କୁ ବକୁଳ ଗଛରେ ବାନ୍ଧି ସକାଳୁ ରାଜାଙ୍କ ଆଗରେ ଫେରାଦ ଦେବେ । ସେମାନଙ୍କୁ ବାନ୍ଧିବାକୁ ଉଦ୍ୟତ ହୁଅନ୍ତେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ନିଜ ପରିଚୟ ଦେଇଥିଲେ ଓ କହିଥିଲେ ଯେ ସେ ଦୁହେଁ ସାଧୁଙ୍କୁ ପରଖିବା ପାଇଁ ଆସିଥିଲେ ।

ଏହାପରେ ଜଗା ବଳିଆଙ୍କୁ ତପସ୍ବୀ କହିଥିଲେ ଏପରି ଆପଣ ଚାଲିଗଲେ ଏହି ଘଟଣା ଲୁଚି ରହିଯିବ । ଭକ୍ତ ଓ ଭଗବାନର ଏହି ସମ୍ପର୍କକୁ ସାରା ଜଗତ ଜାଣିବ କେମିତି । ଯାହାପରେ ଭଗବାନ କହିଥିଲେ ଯେ, ଏହି କଥା ସାରା ଜଗତ ଜାଣିବ, ଯେଉଁ ବକୁଳ କାଠରେ ଆପଣ ଆମକୁ ବାନ୍ଧିବେ କହୁଥିଲେ ପ୍ରତିବର୍ଷ ସେହି କାଠରେ ସ୍ନାନଯାତ୍ରା ଓ ଗୁଣ୍ଡିଚା ଯାତ୍ରା ପୂର୍ବରୁ ସେନାପଟା ଓ ବାହୁଟ ନିର୍ମାଣ ହୋଇ ଆମ ଦେହରେ ବନ୍ଧା ହେବ । ତାପରେ ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପୂର୍ବରୁ ପ୍ରତ୍ୟେକ ପହଣ୍ଡିରେ ବକୁଳ କାଠରେ ନିର୍ମିତ ସେନାପଟା ଓ ବାହୁଟ ଲାଗି କରାଯାଇଥାଏ ।

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ପରେ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବାହୁଟ ଓ ସେନାପଟା ଲାଗି କରିବାର ପରମ୍ପରା ରହିଛି । ଲୀଳାମୟ ମହାପ୍ରଭୁଙ୍କ ଅନେକ ଲୀଳା । ମାନବୀୟ ଲୀଳା କରୁଥିବାରୁ ଭଗବାନ ମଧ୍ୟ ଠିକ୍‌ ମାନବ ପରି ଯାତ୍ରା ସମୟରେ ନିଜ ଅଙ୍ଗ ସୁରକ୍ଷା ପାଇଁ ସେନାପଟା, ବାହୁଟ ଧାରଣ କରନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.