ETV Bharat / city

ଅକ୍ଷୟ କଳ୍ପବଟ: ମୂଳଠୁ ପତ୍ର ପର୍ଯ୍ୟନ୍ତ ଦେବତା ବିରାଜିତ

ଯାହାର ମୂଳରେ ବ୍ରହ୍ମା, ମଧ୍ୟରେ ରୁଦ୍ର, ପତ୍ରେ ପତ୍ରେ ସ୍ବତନ୍ତ୍ର ଭାବେ ଦେବତା ବିରାଜିତ, ସୃଷ୍ଟିର ଆଦି, ଅନ୍ତରେ ବି ଯାହାର ବିଲୋପ ନାହିଁ ସେ ଅବିନାଶୀ ବୃକ୍ଷ କଳ୍ପବଟ । ବିଚିତ୍ରଧାମ ପୁରୁଷୋତ୍ତମ କ୍ଷେତ୍ରରେ ଏ ଦ୍ରୁମ ରହସ୍ୟମୟ, ମୁକ୍ତିମୟ, ସର୍ବ ବୃକ୍ଷଙ୍କ ମଧ୍ୟରେ ଗରିଷ୍ଠ । ଜାଣନ୍ତୁ କଣ ରହିଛି କଳ୍ପବଟର ବିଶେଷତ୍ତ୍ବ, କାହିଁକି ଏହାକୁ ଦେବ ବୃକ୍ଷ କୁହାଯାଏ ।

ଅକ୍ଷୟ କଳ୍ପବଟ: ମୂଳଠୁ ପତ୍ର ପର୍ଯ୍ୟନ୍ତ ଦେବତା ବିରାଜିତ
ଅକ୍ଷୟ କଳ୍ପବଟ: ମୂଳଠୁ ପତ୍ର ପର୍ଯ୍ୟନ୍ତ ଦେବତା ବିରାଜିତ
author img

By

Published : Jul 6, 2022, 7:02 AM IST

Updated : Jul 6, 2022, 11:57 AM IST

ପୁରୀ: ଲୀଳାମୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ରହସ୍ୟରେ ଘେରା । ଶ୍ରୀମନ୍ଦିର ଇତିହାସ, କିମ୍ବଦନ୍ତୀର ପଟାନ୍ତର ନାହିଁ । ମନ୍ଦିରକୁ ଘେରି ରହିଛି ଅନେକ ଗୁଢ ତତ୍ତ୍ବ । ଏଠାରେ ଥିବା ପାଣି, ପବନ, ବୃକ୍ଷଲତା ମହାପ୍ରଭୁଙ୍କ ଜୟ ଜୟ ଗାନ କରନ୍ତି । କୁହାଯାଏ ଯେ, ଶ୍ରୀମନ୍ଦିରର ପତ୍ର, ପଥରରେ ବି ଦେବତା ବିରାଜମାନ କରିଛନ୍ତି । ଏହାର ପ୍ରମାଣ କଳ୍ପବଟ ବୃକ୍ଷ । କାରଣ କଳ୍ପବଟର ମୂଳରେ ବ୍ରହ୍ମା, ମଧ୍ୟରେ ରୁଦ୍ର ଏବଂ ପତ୍ରେ ପତ୍ରେ ସ୍ବତନ୍ତ୍ର ଭାବେ ଦେବତା ବିରାଜିତ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ ।

ଅକ୍ଷୟ କଳ୍ପବଟ: ମୂଳଠୁ ପତ୍ର ପର୍ଯ୍ୟନ୍ତ ଦେବତା ବିରାଜିତ

ସୃଷ୍ଟିର ଆଦି, ଅନ୍ତରେ ବି ଏ ବୃକ୍ଷର ବିଲୋପ ନାହିଁ । ବିଚିତ୍ରଧାମ ପୁରୁଷୋତ୍ତମ କ୍ଷେତ୍ରରେ ଏ ଦ୍ରୁମ ରହସ୍ୟମୟ, ମୁକ୍ତିମୟ, ସର୍ବ ବୃକ୍ଷଙ୍କ ମଧ୍ୟରେ ଗରିଷ୍ଠ । ତେବେ ଆସନ୍ତୁ ଜାଣିବା କଣ ରହିଛି କଳ୍ପବଟର ମହାତ୍ମ୍ୟ, କାହିଁକି ଭକ୍ତଗଣ ଏ ବୃକ୍ଷର ପୂଜାର୍ଚ୍ଚନା କରିଥାନ୍ତି...

କୁହାଯାଏ ଯେ, ସାଗର ମନ୍ଥନରୁ କଳ୍ପବଟର ଆବିର୍ଭାବ । ପ୍ରଳୟ ସମୟରେ ଏ ବୃକ୍ଷ ମାର୍କଣ୍ଡ ଋଷିଙ୍କୁ ଆଶ୍ରୟ ଦେଇଥିଲା । ମାର୍କଣ୍ଡ ଋଷି ବଟବୃକ୍ଷର ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିରାଜମାନ କ୍ଷେତ୍ରରେ ପ୍ରଥମ ଦାୟିତ୍ବ ନିର୍ବାହ କରିଥିଲେ । ତେଣୁ କଳ୍ପବଟକୁ ଦେବ ବୃକ୍ଷ ବୋଲି ମଧ୍ୟ କୁହାଯାଏ । ଅତିବଡି ଜଗନ୍ନାଥ ଦାସ ଏହି ବୃକ୍ଷ ମୂଳରୁ ଭାଗବତର ଓଡିଆ ଅନୁବାଦ କରିଥିଲେ । ଦ୍ବାପର ଯୁଗରେ ଶ୍ରୀକୃଷ୍ଣ ଭଗବାନ ସତ୍ୟଭାମାଙ୍କ ପ୍ରିତି ଅର୍ଥେ କଳ୍ପବଟକୁ ସ୍ବର୍ଗ ଲୋକରୁ ମର୍ତ୍ତ୍ୟଲୋକକୁ ଆଣିଥିବା ପୁରାଣରେ ବର୍ଣ୍ଣିତ ।

ପାଣ୍ଡବମାନେ ଏହି ବୃକ୍ଷ ମୂଳରେ ଶୋକ ନାଶନ କରିଥିବାରୁ ଏହାକୁ ଶୋକ ନାଶନ ବୃକ୍ଷ ମଧ୍ୟ କୁହାଯାଏ । ଶ୍ରୀମନ୍ଦିର ମଧ୍ୟରେ ଥିବା ଏହି ପୂର୍ଣ୍ମ, ପବିତ୍ର କଳ୍ପବଟ ମୂଳରେ ବାଳକୃଷ୍ଣ ଭଗବାନ ପୂଜା ପାଇଥାନ୍ତି । ବୁଢା ଆଙ୍ଗୁଠିକୁ ପାଟିରେ ରଖିଥିବା ବାଳକୃଷ୍ଣ ମୂର୍ତ୍ତି ଏଠାରେ ପୂଜାପାଏ । ଧର୍ମ, ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ କଳ୍ପ ଦ୍ରୁମ ଭକ୍ତଙ୍କ ମନସ୍କାମ ପୂର୍ଣ୍ଣକରେ । ଏଠାରେ ସୂତାରେ ଗୋଡିଟିଏ ବାନ୍ଧିଦେଇ ଯାହା କାମନା କରାଯାଏ ତାହା ସିଦ୍ଧି ହୋଇଥାଏ, ତେଣୁ ଏହାକୁ କାମନା ସିଦ୍ଧ ବା ବାଞ୍ଛାବଟ ମଧ୍ୟ କୁହାଯାଏ ।

ସେହିପରି ପୁରୀରେ ୫ଟି ବୃକ୍ଷ ରହିଛି ବୋଲି ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ । ପୂର୍ବଦିଗରେ ଥିବା ଜହ୍ନିମୁଣ୍ଡିଆ ଛକରେ ରହିଛି ଅଙ୍ଗିରା ବଟ, ଦକ୍ଷିଣରେ ନିକୁମ୍ଭିଲା, ମହାପ୍ରଭୁଙ୍କ ମାର୍କଣ୍ଡ ସରୋବର ନିକଟରେ ଅଘୋରା ବଟ, ଏସିଏସ କଲେଜ ନିକଟରେ ରହିଛି ଗୋଚ୍ଛନ୍ଦ ବଟ ଏବଂ ଶ୍ରୀମନ୍ଦିରରେ ରହିଛି ବଟବୃକ୍ଷ । ଶ୍ରୀକ୍ଷେତ୍ରରେ ବିଚିତ୍ରମୟ ଦାରୁବ୍ରହ୍ମଙ୍କ ସହ ବିରାଜିତ ରହସ୍ୟମୟ କଳ୍ପଦ୍ରୁମ । ମୋକ୍ଷ, ତୃପ୍ତି, ଶାନ୍ତିର ଏ ଧାମ ପୁରୁଷୋତ୍ତମ କ୍ଷେତ୍ରର ଅନ୍ୟ ଏକ ପରିଚୟ ହେଉଛି ଏହି କଳ୍ପବଟ ।

ଇଟିଭି ଭାରତ, ପୁରୀ

Last Updated : Jul 6, 2022, 11:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.