ETV Bharat / city

ଅନନ୍ୟ ଅଧରପଣା ନୀତି, ତୃପ୍ତି ପାଇଁ ଚାହିଁ ରହିଥାନ୍ତି ଅଶରୀରୀ

ଆଶ୍ଚର୍ଯ୍ୟ, ଅଦ୍ଭୂତ, ବିଶ୍ମୟର ଠାକୁର କାଳିଆ ଠାକୁର । ନାହିଁ ଏମିତି କେଉଁଠି ଦାରୁ ମୂରତ୍ତି, ସବୁ ତନ୍ତ୍ର, ମନ୍ତ୍ର, ଶାସ୍ତ୍ରର ଊର୍ଦ୍ଧ୍ବରେ କାଳିଆର ନୀତିକାନ୍ତି । ଅଦ୍ଭୁତ ଠାକୁରର ବିଭିନ୍ନ ନୀତିକାନ୍ତି ମଧ୍ୟରୁ ଅନନ୍ୟ ଅଧରପଣା ନୀତି । ଦେବାଦେବୀ, ଦାନବ, ଗନ୍ଧର୍ଭ, ଯକ୍ଷ, ଚଣ୍ଡି, ଚାମୁଣ୍ଡା ତଥା ଅଶରୀରୀମାନେ ମୁକ୍ତି ପାଇଁ ମହାପ୍ରଭୁଙ୍କ ଅଧରପଣାକୁ ଚାହିଁ ରହିଥାନ୍ତି ବୋଲି ରହିଛି ବିଶ୍ବାସ । ଜାଣନ୍ତୁ କଣ ରହିଛି କିମ୍ବଦନ୍ତୀ, ନୀତି ପଛର ଗୁଢ ତତ୍ତ୍ବ ।

author img

By

Published : Jul 11, 2022, 7:09 AM IST

Updated : Jul 11, 2022, 7:41 AM IST

adhara pana
adhara pana

ପୁରୀ: ଲୀଳାଚଳିଆ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଯେମିତି ରହସ୍ୟମୟ ତାଙ୍କ ନୀତିକାନ୍ତି ମଧ୍ୟ ବିଚିତ୍ରମୟ । କାଳିଆର ଲୀଳାକୁ ଯିଏ ଶୁଣେ ସିଏ, ବିସ୍ମିତ ହୁଏ । ସଂସାରରେ ଏମିତି କେହି ଠାକୁର ନାହାନ୍ତି ଯିଏ ଦାରୁରୁ ଉତ୍ପତି । ଏମିତି କେଉଁ ଭୋଗ ନାହିଁ ଯାହା ପ୍ରସାଦ ପରେ ଚାଉଳ ହୋଇଛି । ଏପରି କିଛି ଅଦ୍ଭୁତ ହୁଏ ଲୀଳାଚଳିଆର ଶ୍ରୀମନ୍ଦିରରେ । କାଳିଆର ସେହି କିମିଆ ଚକାଆଖି ପାଇଁ ନେତ୍ରୋତ୍ସବର ଆୟୋଜନ ହେଉ ଥିବାବେଳେ ଅଧର ପାଇଁ ଅଧରପଣା ପ୍ରସ୍ତୁତି ।

ତେବେ ଅନନ୍ୟ ଏ ଅଧରପଣା ନୀତି ପଛରେ ରହିଛି ଗୁଢ ତତ୍ତ୍ବ । ପାପୀ, ତପି, ମ୍ଳେଚ୍ଛ, ଦୀନ, ଯବନ ଉଦ୍ଧାର ପାଇଁ ରଥଯାତ୍ରାର ଶେଷରେ ଜନ ସମାଜକୁ ଅମୃତର ପାନ ପାଇଁ ଅଧରପଣା ନୀତି ବୋଲି ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ । ତେବେ ଆସନ୍ତୁ ଜାଣିବା ଅଧରପଣା ନୀତି କାହିଁକି ଓ କିପରି ହୁଏ ଅନୁଷ୍ଠିତ...

ଅନନ୍ୟ ଅଧରପଣା ନୀତି, ତୃପ୍ତି ପାଇଁ ଚାହିଁ ରହିଥାନ୍ତି ଅଶିରିରୀ

ପୌରାଣିକ ବର୍ଣ୍ଣନାନୁଯାୟୀ, ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁଙ୍କ ସହ ରଥରେ ଅନେକ ଦେବାଦେବୀ, ଦାନବ, ଗନ୍ଧର୍ଭ, ଯକ୍ଷ, ଚଣ୍ଡି, ଚାମୁଣ୍ଡା ତଥା ଅଶରିରୀମାନେ ଯାତ୍ରା କରିଥାନ୍ତି । ଏସବୁ ଆତ୍ମାର ଶାନ୍ତି ନିମନ୍ତେ ନୀଳାଦ୍ରି ବିଜେ ପୂର୍ବରୁ ମହାପ୍ରଭୁ ଅଧର ଅମୃତ ପାନ କରିଥାନ୍ତି । ଦ୍ବାଦଶୀ ତିଥିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଧ୍ୟାହ୍ନ ଧୂପ ବଢିବା ପରେ ଏହି ନୀତି ଅନୁଷ୍ଠିତ ହୁଏ । ମନ୍ଦିର ପ୍ରଶାସନ, ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ , ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥାନ୍ତି ।

ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ । ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିଥାନ୍ତି । ସିଂହଦ୍ୱାର ସମ୍ମୁଖ କୂପରୁ ଏହି ଜଳ ଅଣାଯାଏ । ଅଧରପଣା ଭୋଗ ପୂର୍ବରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ , ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି । ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା ଜାଲିକନା ପକାଯାଏ । ଜଳ ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତ ରହିଛି ।

ମହାସୁଆରମାନେ ପ୍ରତି ରଥରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି । ଏହାପରେ ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପାଳିଆ ସେବକ ତିନି ରଥରେ ପୂଜା କରନ୍ତି । ତତ୍ ପରେ ସାମନ୍ତ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରିଥାନ୍ତି । ରଥ ଉପରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ ।

ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ । ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ଟି ହାଣ୍ଡି ଅଧରପଣା ଭୋଗ କରାଯାଇଥାଏ । ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି । ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ୱ ଦେବାଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି ।

ଅଧରପଣା ଜୀଉମାନଙ୍କ ପ୍ରସାଦ ପରେ ରଥାରୂଢ଼ ଅନୁଚର, ଅନୁଗମନକାରୀ, ସହଚର ଗଣ ପାଇଥାନ୍ତି । ଶାସ୍ତ୍ର ବର୍ଣ୍ଣନାନୁଯାୟୀ, ରଥର ଚକ ଠାରୁ ଆରମ୍ଭ କରି ଧ୍ବଜ ନେତ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଭିନ୍ନ ଦେବତା, ଋଷି, ଗନ୍ଧର୍ବ, ଯକ୍ଷ, ରକ୍ଷ, କିନ୍ନର, ଚଣ୍ଡି, ଚାମୁଣ୍ଡା, ଅଶରୀରୀ, ପିଶାଚ, ଯୋଗିନୀ ପ୍ରଭୃତିଙ୍କୁ ଆବାହନ କରି ଅବସ୍ଥାପିତ କରାଯାଇଥାଏ । ଏହି ନବଦିନ ଯାତ୍ରାରେ ସେମାନେ ପ୍ରଭୁଙ୍କ ଅନୁଚର ଓ ରଥ ରକ୍ଷକ ଭାବେ ସେବା ପ୍ରଦାନ କରିଥାନ୍ତି । ମହାପ୍ରଭୁଙ୍କ ଅଧରପଣା ପାଇ ସେମାନେ ମୁକ୍ତ ହୋଇଥାନ୍ତି, ମୋକ୍ଷ ପାଇଥାନ୍ତି ବୋଲି ବିଶ୍ବାସ ରହିଛି ।

ଇଟିଭି ଭାରତ, ପୁରୀ

Last Updated : Jul 11, 2022, 7:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.