ETV Bharat / city

ନୀଳାଚଳେ ଜଗନ୍ନାଥ: ପତିତ ଉଦ୍ଧାର ପାଇଁ ପତିତପାବନ ବାନା

author img

By

Published : Jun 18, 2020, 6:03 AM IST

ଭକ୍ତଟିଏ ଶ୍ରୀକ୍ଷେତ୍ର ମାଟିରେ ପ୍ରଥମେ ପାଦ ପକାଇଲେ ଦୂରରୁ ନୀଳଚକ୍ର ବାନା ତଥା ପତିତପାବନ ବାନା ଦେଖି ଅପାର ଆନନ୍ଦ ଲାଭ ସହ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ ହୋଇ ଉଠେ । ତେବେ ସେହି ପତିତପାବନ ବାନାକୁ ନେଇ ରହିଛି ସ୍ୱତନ୍ତ୍ର ପରମ୍ପରା । ଅଧିକ ପଢନ୍ତୁ...

ନୀଳାଚଳେ ଜଗନ୍ନାଥ: ପତିତ ଉଦ୍ଧାର ପାଇଁ ପତିତପାବନ ବାନା
ନୀଳାଚଳେ ଜଗନ୍ନାଥ: ପତିତ ଉଦ୍ଧାର ପାଇଁ ପତିତପାବନ ବାନା

ପୁରୀ: ଶ୍ରୀମନ୍ଦିର ନୀଳଚକ୍ରରେ ଉଡୁଥିବା ବାନାକୁ ପତିତପାବନ ବାନା କୁହାଯାଏ । ଭକ୍ତଟିଏ ଶ୍ରୀକ୍ଷେତ୍ର ମାଟିରେ ପ୍ରଥମେ ପାଦ ପକାଇଲେ ଦୂରରୁ ନୀଳଚକ୍ର ବାନା ତଥା ପତିତପାବନ ବାନା ଦେଖି ଅପାର ଆନନ୍ଦ ଲାଭ ସହ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ ହୋଇ ଉଠେ । ତେବେ ସେହି ପତିତପାବନ ବାନାକୁ ନେଇ ରହିଛି ସ୍ୱତନ୍ତ୍ର ପରମ୍ପରା । ଶ୍ରୀମନ୍ଦିର ର ଚୂନରା ସେବାୟତ ପ୍ରତିଦିନ ସନ୍ଧ୍ୟାରେ ନୀଳଚକ୍ର ଉପରେ ଚଢ଼ି ପତିତପାବନ ବାନା ଚଢାଇ ଥାନ୍ତି। ତେବେ ବିଶ୍ୱାସ ରହିଛି ନୀଳଚକ୍ର ରେ ଭକ୍ତ ମାନେ ବାନା ଚଢାଇଲେ ସକଳ ମନୋକମନା ପୂର୍ଣ୍ଣ ହୁଏ। ମହାପ୍ରଭୁ ଙ୍କ ଆଶୀର୍ବାଦ ମିଳେ। ସେଥି ପାଇଁ ପ୍ରତିଦିନ ନୀଳଚକ୍ର ରେ ବାନା ଚଢାଇବା ପାଇଁ ଭକ୍ତ ଙ୍କ ଭିଡ଼ ହୋଇ ଥାଏ ଶ୍ରୀମନ୍ଦିର ରେ। ସେହିପରି ଆଲୌକିକ ଘଟଣା ହେଉଚି ନୀଳଚକ୍ର ବାନା ସବୁବେଳେ ପବନ ର ବିପରୀତ ଦିଗରେ ଉଡୁଥାଏ। ଏଣୁ ବିଶ୍ୱାସ ରହିଛି ଏହି ବାନା କୁ ନେଇ ଘରେ ରଖିଲେ ଘର କୁ କୌଣସି ବିପଦ ଆସି ନ ଥାଏ। ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ ଗୃହ କର୍ତା ଉପରେ ।

ତେବେ ଶ୍ରୀମନ୍ଦିର ର ପରମ୍ପରା ଅନୁଯାୟୀ ନୀଳଚକ୍ର ରେ ଯଦି କୌଣସି କାରଣରୁ ବାନା ଉଡିଯାଏ ତାହା ହେଲେ ମହାପ୍ରଭୁଙ୍କ ନୀତିକାନ୍ତି ଆଗକୁ ବଢ଼ିବାରେ ନାହିଁ। ଏଣୁ ବର୍ଷା , ପବନରେ ଯଦି ନୀଳଚକ୍ର ବାନା ଉଡିଯାଏ ସଂଗେ ସଂଗେ ଚୂନରା ସେବାୟତ ଶ୍ରୀମନ୍ଦିର ଉପରେ ଚଢ଼ି ସଂଗେ ସଂଗେ ବାନା ଲଗାଇଥାନ୍ତି। ବିଶେଷ କରି ନାଲି , ହଳଦିଆ ,ଧଳା ରଙ୍ଗର ବାନା ନୀଳଚକ୍ର ରେ ଲଗାଯାଏ। କଳା ଓ ନୀଳ ରଙ୍ଗ ଅଶୁଭ ବିବେଚନା କରାଯାଉଥିବା ଯୋଗୁ ଏହି ରଙ୍ଗର ବାନା ଚଢାଯାଏ ନାହିଁ। ତେବେ ପତିତପାବନ ବାନା ଚଢା ଯାଉଥିବା ନୀଳଚକ୍ର ର ଉଚ୍ଚତା ସାଢ଼େ 13 ଫୁଟ । ଏହାର 8 ଟି ଅର , 8ଟି ଦଣ୍ଡା , ସହ ପରିଧି ଦେଢ଼ ଫୁଟ । ନୀଳଚକ୍ର ଲୁହା , ସୁଵର୍ଣ , ରୌପ୍ୟ , ତାମ୍ର , ପାରଦ ଆଦି ପ୍ରମୂଖ ଅଷ୍ଟ ଧାତୁରେ ନିର୍ମିତ ।

ତେବେ ପ୍ରତିଦିନ ସନ୍ଧ୍ୟାରେ ନୀଳଚକ୍ରରେ ଚୁନରା ସେବକମାନେ ଶ୍ରୀମନ୍ଦିର ଉପରକୁ ଚଢ଼ି ବାନା ଲଗାଇବା ଦୃଶ୍ୟ ହଜାର ହଜାର ଶ୍ରଦ୍ଧାଳୁ ଦେଖନ୍ତି। କାରଣ ଶ୍ରୀମନ୍ଦିରରେ ବାନା ଚଢାଇବା ଯେତିକି ମନୋରମ ସେତିକି ଭକ୍ତ ମନରେ ଶିହରଣ ସୃଷ୍ଟି କରେ। କାରଣ ଶ୍ରୀମନ୍ଦିର ବେଢ଼ାରୁ ନୀଳଚକ୍ରର ଉଚ୍ଚତା 180 ଫୁଟ। ବିନା କୌଣସି ସାଧନ ଯଥା ରଶି ସୀଢୀ ବିନା ଶ୍ରୀମନ୍ଦିର ରେ ଲାଗିଥିବା ପଥର ରେ ଚୂନରା ସେବାୟତ ଓଲଟା ଚଢି ନୀଳଚକ୍ରରେ ବାନା ଚଢ଼େଇ ଥାନ୍ତି । ଆଜି ପର୍ଯ୍ୟନ୍ତ ଇତିହାସରେ ନାହିଁ କୌଣସି ସେବକ ବାନା ଚଢାଇବା ବେଳେ କୌଣସି ଦୁର୍ଘଟଣା ଘଟିନାହିଁ। ଚୂନରା ସେବକଙ୍କ କହିବା କଥା ସେମାନେ ଚଢିବାବେଳେ କେହି ଅଦୃଶ୍ୟ ଶକ୍ତି ତାଙ୍କ ପାଖରେ ଥାଏ। ମା ବିମଳା ତାଙ୍କୁ ପଣତ କାନି ଘୋଡେ଼ଇ ସୁରକ୍ଷା ଦେଇ ଥାନ୍ତି। ଶ୍ରୀମନ୍ଦିର ରେ ନୀଳଚକ୍ର ବାନା ରେ ଚୂନରା ସେବାୟତ ମାନେ ପ୍ରତିଦିନ ନୀଳଚକ୍ର ରେ ବାନା ଚଢାଇବା ସେବା ରହିଛି। 10 ରୁ 12 ବର୍ଷ ପିଲା ଙ୍କୁ ସେମାନେ ତାଲିମ ଦେଇ ଥାନ୍ତି। ପିଲାଟି ଯେତେବେଳେ ଏକୁଟିଆ ନୀଳଚକ୍ର ରେ ଚଢି ବାନା ଲାଗେଇବ ସକ୍ଷମ ହୁଏ ସେତେବେଳେ ସେ ସେବା ପାଳିରେ ଅନ୍ତର୍ଭୁକ୍ତ କରାଯାଏ। 37 ଜଣ ପରିବାର ଏହି ସେଵା ଏବେ କରୁଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.