ETV Bharat / city

ଜନ୍ମବେଦୀରୁ ଆଜି ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି

author img

By

Published : Jul 20, 2021, 7:05 AM IST

Updated : Jul 20, 2021, 7:39 AM IST

ଶ୍ରୀମନ୍ଦିରକୁ ଶୂନ୍ୟକରି ଭାଇ-ଭଉଣୀଙ୍କୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରନ୍ତି ମହାପ୍ରଭୁ ଜଗନ୍ନାଥ । ଜନ୍ମବେଦୀରେ ୯ ଦିନ ଲୀଳା ଖେଳା ସାରି ଆଜି ପୁଣି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିବେ ମହାପ୍ରଭୁ । ଯାହାକୁ ବାହୁଡ଼ା ଯାତ୍ରା ବୋଲି ମଧ୍ୟ କୁହାଯାଏ । ଅଧିକ ପଢ଼ନ୍ତୁ...

Bahuda Yatra,  special rituals of bahuda yatra, Poda Pitha, bahuda yatra,  Mausi maa temple, ମାଉସୀ ଘରେ ପୋଡ଼ପିଠା, ରାଘବ ଦାସ ମଠ, ପୋଡ଼ପିଠା ପ୍ରସ୍ତୁତି, ବାହୁଡ଼ା ଯାତ୍ରା, ଗୁଣ୍ଡିଚା ମନ୍ଦିର, ଆଡ଼ପ ମଣ୍ଡପ, ଚାହାଣୀ ମଣ୍ଡପ, ମା ମହାଲକ୍ଷ୍ମୀ, ରଥଯାତ୍ରା, ନବଦିନାତ୍ମକ ଯାତ୍ରା, ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି
ଜନ୍ମଦେବୀରୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: 9 ଦିନର ଯାତ୍ରା ସାରି ଆଜି ବଡଦେଉଳ ଅଭିମୁଖେ ବାହାରିବେ ବଡ ଠାକୁର । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ସେହିପରି ମହାପ୍ରଭୁ ଯେଉଁ ଦିନ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ତାହାକୁ ବାହୁଡ଼ା ଯାତ୍ରା କୁହାଯାଏ। ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହି ବାହୁଡା ଯାତ୍ରା ଅନୁଷ୍ଠିତ ହୁଏ ।

ଜନ୍ମଦେବୀରୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି

ବାହୁଡ଼ା ଦିନ ପ୍ରାତଃ କାଳରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି, ଅବକାଶ, ମଇଲମ, ତଡପଲାଗି, ଦ୍ବାରପାଳ ପୂଜା ପରେ ସ୍ବତନ୍ତ୍ର ଖେଚେଡ଼ି ଭୋଗ ହୋଇଥାଏ । ପରେ ଡୋର ଲାଗି, ପୁଷ୍ପାଞ୍ଜଳି ନୀତି ପରେ ଚତୁର୍ଦ୍ଧାମୂର୍ତ୍ତି ରଥ ଅଭିମୁଖେ ଧାଡି ପହଣ୍ଡିରେ ବିଜେ କରନ୍ତି। ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ବାହୁଡା ଯାତ୍ରା ତଥା ଦକ୍ଷିଣାମୁଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ । ଯେଉଁମାନେ ଏହି ବାହୁଡ଼ା ଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି ସେମାନେ ଅଶ୍ବମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ବାସ ରହିଛି ।

ତେବେ ମହାପ୍ରଭୁଙ୍କ ର ଏହି ବାହୁଡା ଯାତ୍ରାର ଏକ ଅନନ୍ୟ ପରମ୍ପରା ହେଉଛି ମାଉସୀ ମାଙ୍କ ପୋଡ଼ପିଠା । ଯେତେବେଳେ ନନ୍ଦିଘୋଷ ରଥ ବଳଗଣ୍ଡି ନିକଟତର ହୁଏ ସେତେବେଳେ ମାଉସୀ ମାଙ୍କ ମନ୍ଦିର ନିକଟରେ ରଥ କିଛି ସମୟ ଅଟକି ରହେ। ମାଉସୀ ମା ଅର୍ଦ୍ଧାଶିନିଙ୍କ ଦ୍ଵାରା ପ୍ରସ୍ତୁତ ସ୍ବତନ୍ତ୍ର ପୋଡ଼ ପିଠା ମହାପ୍ରଭୁ ସେବନ କରନ୍ତି। ମାଉସୀ ମା’ଙ୍କ ପୂଜକ ଏହି ସ୍ବତନ୍ତ୍ର ପୋଡ଼ ପିଠାକୁ ପୂର୍ବରୁ ପ୍ରସ୍ତୁତ କରି ରଖି ବାହୁଡ଼ା ଦିନ ମହାପ୍ରଭୁଙ୍କୁ ଅର୍ପଣ କରନ୍ତି। ମହାପ୍ରଭୁଙ୍କ ମାନନୀୟ ଲୀଳାର ଏହା ଏକ ସ୍ବତନ୍ତ୍ର ନୀତି।

ସେପଟେ ରଥଯାତ୍ରାରେ ମହାପ୍ରଭୁ ସାଙ୍ଗରେ ନେଇ ନଥିବାରୁ ଅଭିମାନ କରିଥାନ୍ତି ଭଗବତୀ ଦେବୀ ଲକ୍ଷ୍ମୀ । ଯେତେବେଳେ ମହାପ୍ରଭୁଙ୍କ ରଥ ରାଜ ନହର ସମ୍ମୁଖରେ ପହଞ୍ଚେ ପରମ୍ପରା ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ ମଧ୍ୟ ଭେଟ ହୋଇଥାଏ। ଆନନ୍ଦ ବଜାରର ଚାହାଣି ମଣ୍ଡପରେ ରହି ମା ଲକ୍ଷ୍ମୀ ନନ୍ଦିଘୋଷ ରଥକୁ ନିରୀକ୍ଷଣ କରନ୍ତି । ପରେ ମା ଲକ୍ଷ୍ମୀ ନନ୍ଦିଘୋଷ ରଥ ନିକଟକୁ ଯାଇଥାନ୍ତି ।

ମହାପ୍ରଭୁ ନନ୍ଦିଘୋଷରେ ଫେରିଛନ୍ତି କି ନାହିଁ ତାହା ଦେଖିଥାନ୍ତି ମା ଲକ୍ଷ୍ମୀ । ଉକ୍ତ ନୀତି ବେଳେ କ୍ରୋଧରେ ଥିବା ମହାଲକ୍ଷ୍ମୀଙ୍କୁ ଗଜପତି ମହାରାଜା ସ୍ବତନ୍ତ୍ର ବନ୍ଦାପନା ଓ ଦହିପଟି ମଣୋହି କରି ଶାନ୍ତ କରାଇ ଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ ମଧ୍ୟରେ ଗଜପତି ମହାରାଜ ମଧ୍ୟସ୍ଥି କରି ବୁଝାଇ ମା’ ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରାନ୍ତି । ପରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହ ଦ୍ବାର ସମ୍ମୁଖରେ ଲାଗିଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 20, 2021, 7:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.