ETV Bharat / city

ଜଗନ୍ନାଥ ଷ୍ଟାଡିୟମ ପାଲଟିଛି ଅଳିଆ ଗଦା, ଆଖି ବୁଜି ଦେଇଛି ପ୍ରଶାସନ - ଜଗନ୍ନାଥ ଷ୍ଟାଡିୟମ

ଫନି ବାତ୍ୟା ପରେ ପୁରୀ ଜିଲ୍ଲା ପ୍ରଶାସନ ଜିଲ୍ଲାର ଯାବତୀୟ ଆବର୍ଜନାକୁ ଜଗନ୍ନାଥ ଷ୍ଟାଡିୟମରେ ଜମା କରି ରଖିଛି । ଏନେଇ ଜିଲ୍ଲାର ଖେଳାଳୀ ଓ କ୍ରୀଡାବିତ୍‌ଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

ଡିଜାଇନ ଫଟୋ
author img

By

Published : Jul 25, 2019, 12:00 PM IST

Updated : Jul 26, 2019, 8:09 PM IST

ପୁରୀ: ଯେଉଁଠି ଆଖି ବୁଲାଇଲେ ଖାଲି କୁଢ କୁଢ ଆବର୍ଜନା । ପାହାଡ ପରି ଗଦା ହୋଇଛି ମଇଳା ବର୍ଜ୍ୟବସ୍ତୁ । ତେବେ ଆପଣ ଦେଖୁଥିବା ଏହି ଦୃଶ୍ୟ କୌଣସି ଡମ୍ପିଂୟାର୍ଡର ନୁହେଁ । ଏହା ହେଉଛି ପୁରୀ ଜିଲ୍ଲାର ଜଗନ୍ନାଥ ଷ୍ଟାଡିୟମର ଚିତ୍ର ।

ଭିଡିଓ ସୌଜନ୍ୟ- ସମ୍ବାଦଦାତ, ପୁରୀ

ଆଶ୍ଚର୍ଜ୍ୟ ଲାଗିଲେ ବି ଘଟଣାଟି ସତ । ଏହା ଏକ ଷ୍ଟାଡିୟମ । ନା ଏଠି ଅଛନ୍ତି ଖେଳାଳି ନା ହେଉଛି ଖେଳ । ଫନି ବାତ୍ୟା ପରେ ଜିଲ୍ଲା ପ୍ରଶାସନ ଏହି ଆବର୍ଜନାକୁ ଷ୍ଟାଡିୟମରେ ଜମା କରି ରଖିଛି । ଏନେଇ ଜିଲ୍ଲାର ଖେଳାଳୀ ଓ କ୍ରୀଡାବିତ୍‌ଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

ଷ୍ଟାଡିୟମ ନିର୍ମାଣ ପାଇଁ ଗତବର୍ଷ ଘୋଷଣା ହୋଇଥିଲା 26 କୋଟିର ଅନୁଦାନ । ରାଜ୍ୟ ସରକାରଙ୍କ 19 କୋଟି ଓ ଖେଲୋ ଇଣ୍ଡିଆ ସ୍କିମରେ ମିଳିଥିଲା 7କୋଟି । ତେବେ କାମ ଆରମ୍ଭରେ ବିଳମ୍ବ ନେଇ ମଧ୍ୟ ଆମେ ଖବର ପ୍ରସାରଣ କରିଥିଲୁ । ମାତ୍ର ଏବେ ବର୍ଷେରୁ ଅଧିକ ସମୟ ବିତି ସାରିଲାଣି । ହେଲେ ଅଧା ବି ହୋଇ ପାରିନାହିଁ ନିର୍ମାଣ କାର୍ଯ୍ୟ । ସେପଟେ ଜିଲ୍ଲା ପ୍ରଶାସନ ନିଜର ଅପାରଗତାକୁ ଲୁଚାଇବାକୁ ଯାି ଫନି ବାତ୍ୟାକୁ ଆଳ କରି ଖସିଯିବାକୁ ବସିଛି।

ରାଜ୍ୟ କ୍ରୀଡାମନ୍ତ୍ରୀ ଖୋଦ ପୁରୀ ଜିଲ୍ଲାର ହୋଇଥିବା ବେଳେ ଷ୍ଟାଡିୟମର ଏହି ଅବସ୍ଥା କ୍ରୀଡା ବିଭାଗର ଅସଲି ଚେହେରାକୁ ପଦାରେ ପକାଉଛି । ତେବେ ଅପେକ୍ଷା କେବେ ଆଖି ଖୋଲୁଛି କ୍ରୀଡା ବିଭାଗର, କେବେ ଶେଷ ହେଉଛି ଷ୍ଟାଡିୟମର ନିର୍ମାଣ କାମ?

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବିପର୍ଯ୍ୟସ୍ତ ଅବ ସ୍ଥାରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ। ହତୋତ୍ସାହିତ ଅବସ୍ଥାରେ କ୍ରୀଡ଼ାବିତ

Body:vo1,, କୁଡ଼ କୁଡ଼ ମଇଳା ଆବର୍ଜନା। ପାହାଡ଼ ଭଳି ଗଦା ହୋଇ ରହିଛି । ଏହା କୌଣସି ଡମ୍ପି ୟାର୍ଡ ର ଚିତ୍ର ନୁହେଁ । ପୁରୀ ପେଣ୍ଠ କଟା ରେ ଥିବା ଶ୍ରୀଜଗନ୍ନାଥ ଷ୍ଟାଡିୟମ ର ଚିତ୍ର। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହାହିଁ ସତ। ଫନି ବାତ୍ୟା ପରେ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ଆବର୍ଜନା କୁ ଶ୍ରୀଜଗନ୍ନାଥ ଷ୍ଟାଡିୟମରେ ଜମା କରି ରଖିଛି। ଯାହାକି ନେଇ ପୁରୀ ଜିଲ୍ଲାର ଖେଳାଳି ଓ କ୍ରୀଡା ବିତ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ପୁରୀ ରେ ଭଲ ଷ୍ଟାଡିୟମ ଟିଏ ନ ଥିବାରୁ କ୍ରୀଡ଼ାବିତ ମାନେ ନାହିଁ ନ ଥିବା ଅସୁବିଧା ଭୋଗୁ ଛନ୍ତି। ତେବେ ସରକାର ଷ୍ଟାଡିୟମ ପାଇଁ ଅନୁଦାନ ଦେଇ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ର ଅପାରଗତା ଯୋଗୁ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ । ଅନ୍ୟପଟେ କ୍ରୀଡା ର ବିକାଶ ପାଇଁ ନିର୍ମାଣ ହୋଇ ଥିବା ଷ୍ଟାଡିୟମ କୁ ପ୍ରଶାସନ ଡମ୍ପି ୟାର୍ଡ କରି ରଖିବା କ୍ରୀଡ଼ାବିତ ଓ କୋଚ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।

ବାଇଟ1, କୋଚ
ବାଇଟ2,, ଖେଳାଳି

vo2, ପୁରୀ ପେଣ୍ଠ କଟା ରେ ଥିବା 11 ଏକ ଜମିକୁ ନେଇ ଶ୍ରୀଜଗନ୍ନାଥ ଷ୍ଟାଡିୟମ ପ୍ରତିଷ୍ଠା ହୋଇ ଥିଲା। ହେଲେ ସରକାର ଙ୍କ ଉଦାସୀନତା ଯୋଗୁ ଷ୍ଟାଡିୟମ ଦୀର୍ଘ ବର୍ଷ ହେବ କେବଳ ଫଳକ ରେ ସୀମିତ ରହିଥିଲା। ତେବେ ଷ୍ଟାଡିୟମ ର ପୁନ ନିର୍ମାଣ ଓ ବିକାଶ ନେଇ ରାଜ୍ୟ ସରକାର 19 କୋଟୀ , କେନ୍ଦ୍ର ସରକାର ଖେଲୋ ଇଣ୍ଡିଆ ସ୍କିମ ରେ 7 କୋଟି ଟଙ୍କା ଅନୁଦାନ ଦେଇ ଥିଲେ। ଏହା ପରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟ ରେ ବିଳମ୍ବ ଯୋଗୁଁ ଏହା କେବେ ସରିବ ସେ ନେଇ ଅସଙ୍କା ସୃଷ୍ଟି ହୋଇଛି । ସେହିପରି ପୌରା ପାଳିକା ଷ୍ଟାଡିୟମରେ ବର୍ଜ୍ୟବସ୍ତୁ ପକାଇ ରଖିଥିବାରୁ ଷ୍ଟାଡିୟମରେ ଆଉଟ ଡୋର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ। ତେବେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାସନ ର ଅପରାଗତା କୁ ଲୁଚାଇ ବାକୁ ଯାଇ କାର୍ଯ୍ୟ ବିଳମ୍ବ ପାଇଁ ଫନି ବାତ୍ୟା କୁ ଆଳ କରିଛନ୍ତି।

ବାଇଟ,, ଚନ୍ଦନ କୁମାର ସାହୁ ,, ଜିଲ୍ଲା କ୍ରୀଡା ଅଧିକାରୀ , ପୁରୀ

fvo,, ରାଜ୍ୟ ସରକାର ଙ୍କ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ପୁରୀ ଜିଲ୍ଲାର ଥିବା ବେଳେ ଶ୍ରୀଜଗନ୍ନାଥ ଷ୍ଟାଡିୟମରେ ଅହେତୁକ ବିଲମ୍ଵତା କ୍ରୀଡ଼ାବିତ ଙ୍କୁ ବ୍ୟଥିତ କରିଛି।

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
Last Updated : Jul 26, 2019, 8:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.