ETV Bharat / city

ରାଷ୍ଟ୍ରପତି ଭବନରେ ପହଞ୍ଚିଲା କୋହିନୂର ଫେରସ୍ତ ଦାବି

author img

By

Published : Sep 12, 2022, 9:03 PM IST

କୋହିନୂର ହୀରାକୁ ଶ୍ରୀଜଗନ୍ନାଥଙ୍କ ନିକଟକୁ ଫେରାଇ ଆଣିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କଲା ଜଗନ୍ନାଥ ସେନା । ଅଧିକ ପଢନ୍ତୁ

କୋହିନୂରକୁ ଶ୍ରୀଜଗନ୍ନାଥଙ୍କ ନିକଟକୁ ଫେରାଇ ଆଣିବା ଦାବି, ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ

ପୁରୀ: କୋହିନୂର ହୀରା (Kohinoor Diamond)କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ପାଖକୁ ଫେରାଇ ଆଣିବା ପାଇଁ ଦାବି କଲା ଜଗନ୍ନାଥ ସେନା । ଏନେଇ ସେନା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପଞ୍ଜାବର ରାଜା ରଣଜିତ ସିଂ କୋହିନୂରକୁ ମହାପ୍ରଭୁଙ୍କୁ ଦେବା ପାଇଁ ଘୋଷଣାନାମା କରିଥିବା ନେଇ ଉକ୍ତ ପତ୍ରରେ ଉଲ୍ଲେଖ ରହିଛି ।

ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ନିଧନ ପରେ କୋହିନୂର ହୀରା ଭାରତକୁ ଫେରିବା ନେଇ ଦାବି ଉଠିଛି । ଏହି ହୀରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବୋଲି ଦାବି ହେଉଛି । ପଞ୍ଜାବର ରାଜା ରଣଜିତ ସିଂ କୋହିନୂରକୁ ମହାପ୍ରଭୁଙ୍କୁ ଦେବା ପାଇଁ ପୁରୀ ଆସି ତାଙ୍କ କୌଳିକ ପଣ୍ଡାଙ୍କୁ ଜଣାଇଥିଲେ । ଏନେଇ ଏକ ଘୋଷଣା ନାମା ମଧ୍ୟ କରିଥିବା ଦସ୍ତାବିଜ ଏବେ ବି କୌଳିକ ପଣ୍ଡାଙ୍କ ପାଖରେ ରହିଛି । ତେବେ ତାଙ୍କର ମୃତ୍ୟୁ ପରେ ଇଂରେଜ ସରକାର ଏହାକୁ ନେଇଯାଇଥିଲେ ।

କୋହିନୂରକୁ ନେଇ ବଙ୍କିହମ ପ୍ୟାଲେସରୁ ଚିଠି
କୋହିନୂରକୁ ନେଇ ବଙ୍କିହମ ପ୍ୟାଲେସରୁ ଚିଠି

ତେବେ ଏହାକୁ ଭାରତ ଆଣି ଜଗନ୍ନାଥ ମହାପ୍ରଭୁଙ୍କୁ ଦେବା ପାଇଁ ଭାରତ ସରକାର ବ୍ରିଟେନ ସରକାରଙ୍କ ଆଲୋଚନା କରନ୍ତୁ ବୋଲି ଜଗନ୍ନାଥ ସେନା କହିଛି । ଏନେଇ ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି, "କୋହିନୂର ଜଗନ୍ନାଥ ମହାପ୍ରଭୁଙ୍କ ର। ତେବେ ମହାପ୍ରଭୁ ପାଇଁ କୋହିନୂର ହୀରା ଫେରାଇ ଆଣିବାକୁ ଜଗନ୍ନାଥ ସେନା ଇଣ୍ଟରନେସନାଲ କୋର୍ଟ ଅଫ୍ ଜଷ୍ଟିସ ତଥା ICJକୁ ଯିବ ।" ଗତ ୨୦୧୬ ମସିହାରେ ଜଗନ୍ନାଥ ସେନା ପକ୍ଷରୁ ଇଂଲଣ୍ଡ ରାଣୀ ଏଲିଜାବେଥଙ୍କୁ କୋହିନୂର ହୀରା ଜଗନ୍ନାଥ ମହାପ୍ରଭୁଙ୍କୁ ଫେରାଇ ଦେବା ପାଇଁ ଚିଠି ଲେଖି ଅନୁରୋଧ କରାଯାଇଥିଲା ।

କୋହିନୂରକୁ ଶ୍ରୀଜଗନ୍ନାଥଙ୍କ ନିକଟକୁ ଫେରାଇ ଆଣିବା ଦାବି

ଏହା ବି ପଢନ୍ତୁ- ବ୍ରିଟେନ କବଳରେ କୋହିନୂର ସମେତ ଅନେକ ମୂଲ୍ୟବାନ ପଦାର୍ଥ, ଫେରସ୍ତ ପାଇଁ ଉଠିଲା ଦାବି

କୋହିନୂରକୁ ଭାରତକୁ ଫେରାଇ ଦେବା ପାଇଁ ରାଣୀଙ୍କ କୌଣସି ଭୂମିକା ନାହିଁ । ଭାରତ ସରକାର ବ୍ରିଟେନ ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ଉଚିତ ବୋଲି ବଙ୍କିମହମ ପ୍ୟାଲେସରୁ ଜଗନ୍ନାଥ ସେନାକୁ ଚିଠି କରାଯାଇଥିଲା । ଏନେଇ ଐତିହାସିକ ଅନିଲ ଧୀର କହିଛନ୍ତି, "ରାଜା ରଣଜିତ ସିଂ ପୁରୀ ମନ୍ଦିରକୁ ଅନେକ ସୁନା ଅଳଙ୍କାର ଦେଇଛନ୍ତି । ଏହି ହୀରା ମଧ୍ୟ ପୁରୀ ଆସି ପ୍ରଭୁ ଜଗନ୍ନାଥଙ୍କ ମୁକୁଟରେ ଲାଗୁ ବୋଲି ସେ ଚାହୁଁଥିଲେ । ସେ ପୁରୀ ଭ୍ରମଣ କରିବାକୁ ମଧ୍ୟ ଚାହୁଁଥିଲେ । ମାତ୍ର ତାଙ୍କୁ ପୋଲିଓ ହୋଇଥିବାରୁ ସେ ଏତେ ଦୂର ଆସିପାରିନଥିଲେ । ରାଜାଙ୍କ ଏ ସମସ୍ତ କଥା ଦିଲ୍ଲୀରେ ନେସନାଲ ଆରକାଇଭରେ ରହିଛି ।"

ସୂଚନା ଥାଉ କି ମହାରାଣୀ ଏଲିଜାବେଥ ଏହି କୋହିନୂର ହୀରାକୁ ନିଜ ମୁକୁଟରେ ପିନ୍ଧିଥାନ୍ତି । ତାଙ୍କର ମୃତ୍ୟୁ ପରେ କୋହିନୂର ହୀରା ଫେରସ୍ତକୁ ନେଇ ଦାବି ହେଉଛି । ଏଥିରେ ଭାରତ ସରକାର ହସ୍ତକ୍ଷେପ କରି ଏହି ମୂଲ୍ୟବାନ ହୀରାକୁ ଭାରତ ଫେରାଇ ଆଣି ଶ୍ରୀଜଗନ୍ନାଥଙ୍କ ନିକଟରେ ପହଞ୍ଚାନ୍ତୁ ବୋଲି ଜଗନ୍ନାଥ ସେନା ପକ୍ଷରୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.