ETV Bharat / city

ବାଲୁକା କଳାରେ ‘ଫ୍ଲାଇଂ ଶିଖ୍‌’ଙ୍କୁ ଶ୍ରଦ୍ଧାଞ୍ଜଳି - Milkha singh

ପୁରୀ ବେଳାଭୂମିରେ ମିଲଖା ସିଂହଙ୍କ ବାଲୁକା ପ୍ରତିକୃତି କରି ଶ୍ରଦ୍ଧାଞ୍ଜଳି ଦେଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ...

international sand artist Sudarshan pattaink, Sudarshan pattnaik pays tribute to Milkha singh, sand art of milkha singh, puri sea beach, ମିଲଖା ସିଂହଙ୍କ ବାଲୁକା ପ୍ରତିକୃତି, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ , Milkha singh, ଫ୍ଲାଇଂ ଶିଖ୍‌ଙ୍କୁ ଶ୍ରଦ୍ଧାଞ୍ଜଳି
ବାଲୁକା କଳାରେ ‘ଫ୍ଲାଇଂ ଶିଖ୍‌’ଙ୍କୁ ଶ୍ରଦ୍ଧାଞ୍ଜଳି
author img

By

Published : Jun 19, 2021, 5:46 PM IST

ପୁରୀ: ସୁବର୍ଣ୍ଣ ବେଳାଭୂମିରେ ଭାରତର ମହାନ ଆଥଲେଟ ମିଲଖା ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଶୁକ୍ରବାର ରାତିରେ ମିଲଖାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମିଲଖାଙ୍କର ହୋଇଛି ପରଲୋକ ।

ବାଲୁକା କଳାରେ ‘ଫ୍ଲାଇଂ ଶିଖ୍‌’ଙ୍କୁ ଶ୍ରଦ୍ଧାଞ୍ଜଳି

ଧାବକ ମିଲଖା ସିଂ ଏସିଆନ ଗେମ୍ସରେ ୪ ଥର ସ୍ବର୍ଣ୍ଣ ପଦକ ଜିତିଥିଲେ । ୧୯୫୮ କମନୱେଲଥ ଗେମ୍ସରେ ଚାମ୍ପିୟନ ହୋଇଥିଲେ। ସେ ମଧ୍ୟ ୧୯୫୬ ଏବଂ ୧୯୬୪ ଅଲିମ୍ପିକ୍ ଗେମରେ ମଧ୍ୟ ଭାଗ ନେଇଥିଲେ। ୧୯୫୯ରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। କିଛିଦିନ ତଳେ କୋରୋନା ମହାମାରୀରେ ଆକ୍ରାନ୍ତ ହୋଇଥିଲେ ମିଲଖା । ତେବେ କୋରୋନା ରିପୋର୍ଟ ନେଗେଟିଭ ଆସିବା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଶୁକ୍ରବାର ପୁଣି ଥରେ ସଙ୍କଟାପନ୍ନ ହୋଇଥିଲା । ଶୁକ୍ରବାର ରାତିରେ ଚଣ୍ଡୀଗଡ଼ ସ୍ଥିତ PGIMER ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ପୁରୀ ବେଳାଭୂମିରେ ମିଲଖା ସିଂହଙ୍କ ବାଲୁକା ପ୍ରତିକୃତି ସହ ଟ୍ରାକରେ ମିଲଖା ଦୌଡୁଥିବାର ଏକ ବାଲୁକା କଳା କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.