ETV Bharat / city

ପୁରୀରେ ସୂର୍ଯ୍ୟକିରଣ ଜଲୱା, ରିହଲସଲ୍ କଲେ ବାୟୁବୀର - ଏୟାର ସୋ

ଭୁବନେଶ୍ବର ପରେ ଆଜି ପୁରୀରେ ସୂର୍ଯ୍ୟକିରଣ ଟିମର ଏୟାର ସୋ' ପ୍ରଦର୍ଶନ । ବେଳାଭୂମିରେ ହଜାର ହଜାର ଲୋକ ଦେଖିଲେ ବାୟୁବୀରଙ୍କ ପରାକ୍ରମ । ଅଧିକ ପଢନ୍ତୁ

ପୁରୀରେ ସୂର୍ଯ୍ୟକିରଣ ଟିମର ଏୟାର ସୋ', ଦମ ଦେଖାଇଲେ ବାୟୁବୀର

author img

By

Published : Sep 17, 2022, 2:16 PM IST

ପୁରୀ: ଆଜାଦିକା ଅମୃତ ମହୋତ୍ସବ ଅବସରରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଟିମ (IAF Surya Kiran)ଉଦ୍ରେକ କରିଛି ଦେଶପ୍ରେମ ଭାବନା । ଶୁକ୍ରବାର ଭୁବନେଶ୍ବରରେ ଏୟାର ସୋ ପରେ ଆଜି ପୁରୀରେ ଏହି ଟିମ୍ ଏୟାର ସୋ' କରିଥିଲା । ଆଜି ବ୍ଲୁ ଫ୍ଲାଗ ବିଚରେ ଇଣ୍ଡିଆନ ଏୟାର ଫୋର୍ସ ପକ୍ଷରୁ ୯ଟି ବିମାନ ଦୁର୍ଦ୍ଧର୍ସ କଳା କୌଶଳ ପ୍ରଦର୍ଶନ କରିଥିଲା । ସକାଳ ୧୦ଟା ୨୦ ରୁ ୧୧ ଟା ଯାଏଁ ବାୟୁସେନା ପକ୍ଷରୁ ଫୁଲ୍ ଡ୍ରେସ୍ ରିହଲସଲ୍ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ସୂର୍ଯ୍ୟକିରଣ ଏୟାର ସୋ’ ଦେଖିଲେ ରାଜ୍ୟବାସୀ, ଆକାଶମାର୍ଗରୁ ବୀରତ୍ବ ଦେଖାଇଲେ ବାୟୁବୀର

ଆସନ୍ତାକାଲି (ରବିବାର) ପୁରୀରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ପାଗ ଅନୁକୂଳ ନଥିବାରୁ ଆଜି ଫୁଲ୍ ଡ୍ରେସ୍ ରିହଲସଲ୍ କରାଯାଇଛି । ଯଦି ରବିବାର ପାଗ ଭଲ ରୁହେ ତେବେ ପୁଣି ଥରେ ଏୟାର ସୋ’ କରାଯିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ । ପୁରୀରେ ସ୍ବର୍ଣ୍ଣିମ ବେଳା ଭୂମିରେ ଏହି ଏୟାର ସୋ’ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ସ୍ଥାନୀୟ ଜିଲ୍ଲାପାଳ, ଏସପି, ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ପୁରୀରେ ସୂର୍ଯ୍ୟକିରଣ ଟିମର ଏୟାର ସୋ', ଦମ ଦେଖାଇଲେ ବାୟୁବୀର

ମିଳିଥିବା ସୂଚନା ଅନୁଯାୟୀ, ପୁରୀ ରାଜଭବନ ପଛପାର୍ଶ୍ଵ ବେଳାଭୂମିରେ ଆସନ୍ତାକାଲି (ରବିବାର) ବାୟୁ ସେନା ପକ୍ଷରୁ ଏୟାର ସୋ’ ହେବାର ଥିଲା । ପାଗ ଖରାପ ରହୁ ଥିବାରୁ ଆଜି ଫୁଲ ଡ୍ରେସ ରିହରସେଲ ହୋଇଥିଲା । ଏଥିପାଇଁ ପୂର୍ବରୁ ପୁରୀ ବାସିନ୍ଦାଙ୍କୁ ୯ଟା ସୁଦ୍ଧା ବ୍ଲୁ ଫ୍ଲାଗ ବିଚ୍,ନୀଳାଦ୍ରି ବିଚ୍ ଓ ଦିଗବାରିଣି ଛକ ସ୍ଥିତ ବେଳାଭୂମିରେ ଏକତ୍ରିତ ହେବା ପାଇଁ କୁହାଯାଇଥିଲା । ପୁରୀରେ ପ୍ରଥମ ଥର ପାଇଁ ଏଭଳି ଏକ ସୋ ଆୟୋଜନ କରାଯାଉଥିବାରୁ ଦର୍ଶକ ଏହାକୁ ଦେଖିବାକୁ ବେଶ ଉତ୍ସାହିତ ହେଲେ । ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ସୋ’ ଦେଖିବା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ପ୍ରଚାର ପ୍ରସାର, ସ୍ବାସ୍ଥ୍ୟ, ଅଗ୍ନିଶମ ବ୍ୟବସ୍ଥା,ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା ।

ଶୁକ୍ରବାର ଭୁବନେଶ୍ବରର କୁଆଖାଇ ପଠାରେ ଅନୁଷ୍ଠିତ ହୋଇଥିଲା ସୂର୍ଯ୍ୟକିରଣ ଟିମର ଚିତାକର୍ଷକ ଏୟାର ସୋ' । ୯ଟି ହକ୍ ବିମାନରେ ଚିତ୍ତାକର୍ଷକ ସୋ ପ୍ରଦର୍ଶନ କରିଥିଲେ ବାୟୁବୀର। ବାୟୁବୀରଙ୍କ ସାହସ ଓ ପରାକ୍ରମ ଦେଖି ଲୋକ ଉତ୍ସାହିତ ହୋଇଥିଲେ । ଅକ୍ଟୋବର ୮ ତାରିଖରେ ବାୟୁସେନା ଦିବସ ଅବସରରେ ଦିଲ୍ଲୀର ପାଲାମ ବିମାନବନ୍ଦରରେ ଏହାର ସ୍ୱତନ୍ତ୍ର ଉଡାଣ ଆୟୋଜିତ ହୋଇଥିଲା । ସୂର୍ଯ୍ୟକିରଣ ଟିମ ପକ୍ଷରୁ ୨୦୦୧ରେ ବିଦେଶରେ ପ୍ରଥମଥର ପାଇଁ ଚିତ୍ତାକର୍ଷକ ସୋ' ପ୍ରଦର୍ଶନ କରାଯାଇଥିଲା । ଶ୍ରୀଲଙ୍କାର କଲୋମ୍ବୋରେ ଏହି ସୋ' ଆୟୋଜିତ ହୋଇଥିଲା । ଏହା ପରଠାରୁ ସୂର୍ଯ୍ୟକିରଣ ଟିମ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଚିତ୍ତାକର୍ଷକ ସୋ' ପ୍ରଦର୍ଶନ କରି ଆସୁଛନ୍ତି । ଅତ୍ୟାଧୁନିକ ହକ୍ ଏମକେ ୧୩୨ ଏୟାରକ୍ରାଫ୍ଟ ଦ୍ୱାରା ବାୟୁସେନା ପକ୍ଷରୁ ଏଭଳି ନିଆରା ପ୍ରଦର୍ଶନ କରି ଆସୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.