ETV Bharat / city

ପଞ୍ଚୁକ ବ୍ରତ ଆରମ୍ଭ, ଡଙ୍ଗା ଭସା ଉପରେ ଲାଗିଲା କଟକଣା

author img

By

Published : Nov 25, 2020, 6:22 PM IST

ପଞ୍ଚୁକ ପାଇଁ ଜଗନ୍ନାଥ ଦର୍ଶନରେ ସମ୍ପୂର୍ଣ୍ଣ କଟକଣା ଥିବାରୁ ଶ୍ରଦ୍ଧାଳୁ ଓ ବ୍ରତଧାରୀ ମାନେ ସିଂହଦ୍ଵାର ସମ୍ମୁଖରେ ପତିତପାବନଙ୍କ ଦର୍ଶନ କରିଛନ୍ତି । ଭୋରରୁ ଶ୍ରଦ୍ଧାଳୁ ମାନେ ସିଂହଦ୍ଵାର ନିକଟରେ ସମବେତ ହୋଇ ପଞ୍ଚୁକ ବ୍ରତର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ଆରମ୍ଭ ହେଲା ପଞ୍ଚୁକ ବ୍ରତ, ଡଙ୍ଗା ଭଷା ଉପରେ ଲାଗିଲା କଟକଣା

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ପଞ୍ଚୁକ । ମହାକାର୍ତ୍ତିକର ଏହି ଶେଷ ପାଞ୍ଚ ଦିନ ସବୁଠାରୁ ପବିତ୍ର ବୋଲି ମନେକରାଯାଏ । ପରମ୍ପରା ଅନୁଯାୟୀ ପଞ୍ଚୁକ 5 ଦିନ ପାଞ୍ଚୋଟି ବେଶରେ ମହାପ୍ରଭୁ ବିଭୂଷିତ ହେଉଥିବା ବେଳେ ଆଜି ପ୍ରଥମ ଦିନ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହୋଇଛନ୍ତି । ତେବେ ଚଳିତବର୍ଷ ପଞ୍ଚୁକ 6ଦିନ ପଡୁଥିବାରୁ 27 ତାରିଖରେ ନାଗାର୍ଜୁନ ବେଶରେ ବିଭୂଷିତ ହେବେ ମହାପ୍ରଭୁ ।

ପଞ୍ଚୁକ ପାଇଁ ଦର୍ଶନର ସମ୍ପୂର୍ଣ୍ଣ କଟକଣା ଥିବାରୁ ଶ୍ରଦ୍ଧାଳୁ ଓ ବ୍ରତଧାରୀ ମାନେ ସିଂହଦ୍ଵାର ସମ୍ମୁଖରେ ପତିତପାବନଙ୍କ ଦର୍ଶନ କରିଛନ୍ତି । ଭୋରରୁ ଶ୍ରଦ୍ଧାଳୁ ମାନେ ସିଂହଦ୍ଵାର ନିକଟରେ ସମବେତ ହୋଇ ପଞ୍ଚୁକ ବ୍ରତର ଶୁଭାରମ୍ଭ କରିଛନ୍ତି । ପଞ୍ଚୁକ ପାଇଁ ବଡଦାଣ୍ଡରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି । କୌଣସି ଯାନବାହନ ସିଂହଦ୍ଵାରକୁ ଛଡାନଯାଇ କେବଳ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିପାରିବେ ।

ପଞ୍ଚୁକ ବ୍ରତ ଆରମ୍ଭ, ଡଙ୍ଗା ଭସା ଉପରେ ଲାଗିଲା କଟକଣା

ଶ୍ରଦ୍ଧାଳୁ ମାନେ ମରିଚିକୋଟ ଛକ ରୁ ସିଂହଦ୍ଵାର ନିକଟକୁ ଚାଲିଚାଲି ଆସି ଶୃଙ୍ଖଳିତ ଭାବେ ପତିତପାବନଙ୍କୁ ଦର୍ଶନ କରି ପାରିବେ । ନାଗାର୍ଜୁନ ବେଶ ପାଇଁ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଜଗନ୍ନାଥ ବଲ୍ଲଭ ପରିସରରେ ମହାପ୍ରସାଦ ବିକ୍ରୟର ବ୍ୟବସ୍ଥା କରାଯାଇଛି । ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁ ମାନେ ପୁଷ୍କରିଣୀ ଓ ମହୋଦଧୀରେ ଡଙ୍ଗା ଭସାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଛି ପ୍ରଶାସନ । ଭିଡ଼କୁ ଦୃଷ୍ଟି ରେ ରଖାଯାଇ କୋଭିଡ କଟକଣା ଲାଗୁ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.