ETV Bharat / city

ବର୍ଷାରେ ବେହାଲ ପୁରୀ ସହର, ଘରେ ପଶିଲା ଡ୍ରେନ ପାଣି - ପୁରୀ ସହରରେ ଡ୍ରେନ ସମସ୍ୟା

ବର୍ଷାରେ ବେହାଲ ପୁରୀ ସହର । ସହରରେ ଡ୍ରେନ ସମସ୍ୟା ରହିଥିବା କାରଣରୁ ଜଳ ନିଷ୍କାସନ ହୋଇନପାରି ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବର୍ଷାରେ ବେହାଲ ପୁରୀ ସହର, ଘରେ ପଶିଲା ଡ୍ରେନ ପାଣି

author img

By

Published : Jul 17, 2022, 12:11 PM IST

ପୁରୀ: ଜାରି ରହିଛି ଲଘୁଚାପ ଜନିତ ବର୍ଷା । ବର୍ଷାରେ ବେହାଲ ହୋଇଛି ପୁରୀ ସହର । ପୁରୀ ସହର ସମେତ ଅନେକ ଅଞ୍ଚଳରେ ଜଳ ବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ସହରରେ ଡ୍ରେନ ସମସ୍ୟା ରହିଥିବା କାରଣରୁ ଜଳ ନିଷ୍କାସନ ହୋଇନପାରି ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି ।

ବର୍ଷାରେ ବେହାଲ ପୁରୀ ସହର, ଘରେ ପଶିଲା ଡ୍ରେନ ପାଣି

ପୁରୀ ସହରରେ ଗତକାଲି(ଶନିବାର) ବିଳମ୍ବିତ ରାତି ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ଲାଗିରହିଥିଲା । ଫଳରେ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି । ପୁରୀ ବାସେଳିସାହି ମୁଦୁଲିଯାଗା ନିକଟ ନୀଳଚକ୍ର ଲେନରେ ଡ୍ରେନ ସମସ୍ୟା ଯୋଗୁଁ ଜଳ ନିଷ୍କାସନ ନ ହୋଇ ପାରି ଲୋକଙ୍କ ଘରେ ଅଣ୍ଠୁଏ ଉଚ୍ଚର ପାଣି ଲହଡି ମାରିଥିଲା। ଫଳରେ ଭୋକ ଉପବାସରେ ରହିଥିଲେ ନୀଳଚକ୍ର ବାସିନ୍ଦା । ଜିଲ୍ଲାପାଳ, ପୁରୀ ବିଧାୟକଙ୍କୁ ବାସ୍ତବ ଚିତ୍ର ବିଷୟରେ ଅବଗତ କରାଇଥିବା ନେଇ କହିଛନ୍ତି ସ୍ଥାନୀୟ ଲୋକେ । ଯଦି ପ୍ରଥମ ବର୍ଷାରେ ଏମିତି ଅବସ୍ଥା ତେବେ ବର୍ଷା ମାସ ଆହୁରି 3 ମାସ ରହିଥିବାରୁ ଚିନ୍ତାରେ ସହରବାସୀ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.