ETV Bharat / city

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, 27 ତାରିଖରୁ ନିଖୋଜ ଥିଲେ - puri police

କୋଣାର୍କ ଚନ୍ଦ୍ରଭାଗା ନିକଟ କଇଁଛଘର ନିକଟରେ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ସାଙ୍ଗମାନଙ୍କ ସହ ଖୋର୍ଦ୍ଧା ବୁଲିବାକୁ ଯାଇ ଘରକୁ ଫେରି ନ ଥିବାବେଳେ ଆଜି ଉଦ୍ଧାର ହୋଇଛି ଝୁଲନ୍ତା ମୃତଦେହ । ଅଧିକ ପଢନ୍ତୁ...

ଜନ୍ଦେହଜନକ ଅବସ୍ଥାରେ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Aug 29, 2021, 4:22 PM IST

ପୁରୀ: କୋଣାର୍କ ଚନ୍ଦ୍ରଭାଗା ନିକଟ କଇଁଛଘର ନିକଟରେ ଯୁବକର ସନ୍ଦେହଜନକ ମୃତ୍ୟୁ । ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା କୋଣାର୍କ ପୋଲିସ। ମୃତ ଯୁବକଜଣଙ୍କ ପିପିଲି ମଙ୍ଗଳପୁର ଅଞ୍ଚଳର ଆଦିତ୍ୟ ନାରାୟଣ ପଣ୍ଡା ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନ ଥିବାବେଳେ ସନ୍ଦେହ ବଢିବାରେ ଲାଗିଛି ।

ସନ୍ଦେହଜନକ ଅବସ୍ଥାରେ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମିଳିଥିବା ସୂଚନା ଅନୁସାରେ, ଗତ 27 ତାରିଖରେ ଆଦିତ୍ୟ ସାଙ୍ଗମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ବୁଲିବାକୁ ଯାଇ ଘରକୁ ଫେରି ନ ଥିଲେ । ଏ ନେଇ ପରିବାର ପକ୍ଷରୁ ପିପିଲି ଥାନାରେ ଅଭିଯୋଗ କରାଯାଇଥିଲା । ତେବେ ଆଜି ତାଙ୍କ ମୃତଦେହ କୋଣାର୍କ ନିକଟସ୍ଥ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଏବେ ଅସ୍ପଷ୍ଟ ଥିବାବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସନ୍ଦେହ ଉପରୁ ପରଦା ହଟିବା ନେଇ ପୋଲିସ କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.