ETV Bharat / city

ଏମାର ମଠରେ ରାମାନୁଜାଚାର୍ଯ୍ୟଙ୍କ ମହଙ୍ଗା ମଙ୍ଗଳଗିରି ତୋରଣ ନଥିବା ଅଭିଯୋଗ

author img

By

Published : May 6, 2022, 3:55 PM IST

ଏମାର ମଠରେ ରାମାନୁଜାଚାର୍ଯ୍ୟଙ୍କ ୩ କିଲୋଗ୍ରାମରୁ ଅଧିକ ଓଜନର ମଙ୍ଗଳଗିରି ତୋରଣ ନଥିବା ଅଭିଯୋଗ । ଅଧିକ ପଢନ୍ତୁ

ଏମାର ମଠରେ ରାମାନୁଜାଚାର୍ଯ୍ୟଙ୍କ ମଙ୍ଗଳଗିରି ତୋରଣ ନଥିବା ଅଭିଯୋଗ

ପୁରୀ: ପୁଣି ଚର୍ଚ୍ଚାରେ ଏମାର ମଠ । ମଠରୁ ରାମାନୁଜାଚାର୍ଯ୍ୟଙ୍କ ମୂଲ୍ୟବାନ ମଙ୍ଗଳଗିରି ତୋରଣ ଗାଏବ ଅଭିଯୋଗ ହୋଇଛି । ଯାହାର ଉଚ୍ଚତା ସାଢ଼େ ୩ଫୁଟ ଏବଂ ଓଜନ ୩ କିଲୋଗ୍ରାମରୁ ଅଧିକ ରହିଛି । ଗୁରୁବାର ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ଶୋଭାଯାତ୍ରା ପାଇଁ ମଙ୍ଗଳଗିରି ତୋରଣ ଖୋଜିବା ବେଳେ ଏଭଳି ଘଟଣା ପଦାକୁ ଆସିଛି । ଏହି ମୂଲ୍ୟବାନ ତୋରଣକୁ ନେଇ ଦେବୋତ୍ତର ବିଭାଗ ଅଧିକାରୀ କେଉଁଠି ରଖୁଛନ୍ତି ନା ମଠ ଟ୍ରଷ୍ଟବୋର୍ଡ ଜିମାନିମାରେ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

ନିଖୋଜ ତୋରଣର ମୂଲ୍ୟ କୋଟି କୋଟି ଟଙ୍କା ହେବ । ଶେଷଥର ପାଇଁ ୨୦୧୨ ରାମାନୁଜ ଜୟନ୍ତୀରେ ତାହାକୁ ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ବର୍ଷ ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ରାମାନୁଜଙ୍କ ଅଷ୍ଟଧାତୁ ମୂର୍ତ୍ତି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ପରିକ୍ରମାକରି ଥା'ନ୍ତି । ମୂର୍ତ୍ତି ଉପରେ ମଙ୍ଗଳଗିରି ତୋରଣ ଶୋଭା ପାଇଥାଏ । ଖୋଜାଖୋଜି ପରେ ତୋରଣ ନମିଳିବାରୁ ଜାଣିଶୁଣି ରାମାନୁଜାଚାର୍ଯ୍ୟଙ୍କୁ ଆଉ ଶୋଭାଯାତ୍ରାକୁ ବାହାର କରାଯାଉ ନାହିଁ ।

ରାମାନୁଜାଚାର୍ଯ୍ୟଙ୍କ ସୁନା ପ୍ରଲେପଯୁକ୍ତ ବିରଳ ଅଷ୍ଟଧାତୁ ମୂର୍ତ୍ତି ସୁରକ୍ଷିତ ରହିଛି । ତେବେ ଏହି ତୋରଣ ସୁନାର ହୋଇ ଥିବା କୁହାଯାଉଥିବା ବେଳେ ଏହାର ତଦନ୍ତ ହେବା ନେଇ କହିଛନ୍ତି ଏମାର ମଠର ଅନ୍ତରୀଣ ଟ୍ରଷ୍ଟ ସଦସ୍ୟ । ଏଥିସହ ଏହା ସୁନା ନୁହଁ ବରଂ ପିତଳ ଥିବା ମଧ୍ୟ ସ୍ପଷ୍ଟି କରଣ ରଖିଛନ୍ତି । ତେବେ ଏମାର ମଠରୁ ୨୦୧୧ରେ ୫୨୨ ଖଣ୍ଡ ରୂପା ଇଟା ଓ ୨୦୨୧ ରେ ୪୫ ଖଣ୍ଡ ରୂପା ଇଟା ଉଦ୍ଧାର ହୋଇଥିଲା । ଏହା ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ପୁରୀରେ ସବୁଠୁ ଧନିଶାଳୀ ମଠ ଭାବେ ଏମାର ମଠ ବେଶ ଜଣାଶୁଣା । ପୁଣି ମଠରୁ ମୂଲ୍ୟବାନ ତୋରଣ ଗାଏବ ଘଟଣା ଏବେ ଚର୍ଚ୍ଚା ପରିସରକୁ ଆଣିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.