ETV Bharat / city

ଘୋଷ ଯାତ୍ରା ପାଇଁ ତିନି ରଥର ଚଉଦ ନାହାକା ଓ ପ୍ରଥମ ଭୂଇଁ ନିର୍ମାଣ କାର୍ଯ୍ୟ ଜାରି

କୋଭିଡ କଟକଣା ଭିତରେ ଜୋରସୋରରେ ଆଗେଇ ଚାଲିଛି ରଥନିର୍ମାଣ କାର୍ଯ୍ୟ । ବିଶ୍ୱକର୍ମା ମହାରଣା ମାନେ ରଥର ପ୍ରଥମ ଭୂଇଁ ନିର୍ମାଣ କାର୍ଯ୍ୟ ଜାରି ରଖିଥିବାବେଳେ ଚଉଦ ନାହାକା ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 19, 2021, 6:39 PM IST

ଘୋଷ ଯାତ୍ରା ପାଇଁ ତିନି ରଥର ଚଉଦ ନାହାକା ଓ ପ୍ରଥମ ଭୂଇଁ ନିର୍ମାଣ କାର୍ଯ୍ୟ ଜାରି
ଘୋଷ ଯାତ୍ରା ପାଇଁ ତିନି ରଥର ଚଉଦ ନାହାକା ଓ ପ୍ରଥମ ଭୂଇଁ ନିର୍ମାଣ କାର୍ଯ୍ୟ ଜାରି

ପୁରୀ: ଆଗକୁ ସ୍ନାନଯାତ୍ରା ପାଳନ ହେବାକୁ ଥିବାବେଳେ ରଥନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ଯଥେଷ୍ଟ ସମୟ ପୂର୍ବରୁ ରଥର ଚାରିନାହାକା ଟେକା ସରିଥିବାବେଳେ ଏବେ ଚଉଦ ନାହାକା ଓ ପ୍ରଥମ ଭୂଇଁ ନିର୍ମାଣ କାର୍ଯ୍ୟ ଜାରି ରହିଛି । ରୂପକାର ସେବାୟତମାନେ ରଥର ସୌନ୍ଦର୍ଯ୍ୟକରଣ ଓ ଖୋଦେଇ କାର୍ଯ୍ୟ ନିଷ୍ଠାର ସହ କରୁଛନ୍ତି । ଏପଟେ ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସେବାୟତଙ୍କ ଟିକାକରଣ ଓ କୋଭିଡ୍ ଟେଷ୍ଟ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଏବେ ବିଶ୍ୱକର୍ମା ମହାରଣାମାନେ ରଥର ପ୍ରଥମ ଭୂଇଁ ନିର୍ମାଣ କାର୍ଯ୍ୟ ଜାରି ରଖିଥିବାବେଳେ ଚଉଦ ନାହାକା ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି । ସେହିପରି ରୂପକାର ସେବାୟତମାନେ ରଥର ସୌନ୍ଦର୍ଯ୍ୟକରଣ ଓ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ନାଟଗୋଡ ଓ ପଟାଗୁଜରେ ନରବିରାଳ, ସିଂହବିରାଳ, ଗଜବିରାଳ ଖୋଦେଇ କାମ କରୁଛନ୍ତି । ଆଗକୁ ରଥର ପ୍ରଭା, ସିଂହାସନ, ଜୁଆଳୀ, ଇଶ ସହ ସାରଥୀ ଓ ଘୋଡାର ମରାମତି କାମ କରାଯିବ ବୋଲି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.