ETV Bharat / city

ରାତି ପାହିଲେ ରଥଯାତ୍ରା, ରଙ୍ଗବେରଙ୍ଗ ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିର

ସିଂହଦ୍ବାର ଠୁ ଶ୍ରୀମନ୍ଦିର । ମନ୍ଦିର ବେଢା ପରିସର ଠୁ ଶ୍ରୀଗୁଣ୍ଡିଚା ମନ୍ଦିର । ଭଳିକି ଭଳି ଫୁଲରେ ସଜେଇ ହୋଇଛି ଉଭୟ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର । ଗେଣ୍ଡୁ, ମାଳତି, ଜାରଭେରା, କାରନସନ ଏମିତି ଅନେକ ପ୍ରକାର ଫୁଲରେ ମନ୍ଦିର ପରିସରକୁ ସଜାଯାଇଛି । ଯାହା ଏଥର ରଥଯାତ୍ରାରେ ବିଶେଷ ଆକର୍ଷଣ ସାଜିଛି ।

author img

By

Published : Jul 3, 2019, 5:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ପବିତ୍ର ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରଙ୍କୁ ରଙ୍ଗବେରଙ୍ଗର ଫୁଲରେ ସଜ୍ଜିତ କରାଯାଇଛି । ସିଂହଦ୍ବାର ଠାରୁ ଶ୍ରୀମନ୍ଦିର, ମନ୍ଦିର ବେଢା ପରିସର ଠାରୁ ଶ୍ରୀଗୁଣ୍ଡିଚା । ଭଳିକି ଭଳି ଗେଣ୍ଡୁ, ମାଳତୀ, ଜାରଭେରା, କାରନସନ ଭଳି ଫୁଲରେ ସଜେଇ ଦିଆଯାଇଛି । ଯାହାକି ଚଳିତ ରଥଯାତ୍ରାର ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

15ରୁ ଊର୍ଦ୍ଧ୍ବ ଟ୍ରକ ଫୁଲରେ ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ସଜ୍ଜା ଯାଇଛି । ଯାହାର ଆନୁମାନିକ ମୂଲ୍ୟ ହେବ 15ରୁ 20 ଲକ୍ଷ ଟଙ୍କା । ଏହାକୁ ସଜେଇବା ପାଇଁ ଲାଗିଥିଲେ 200ରୁ ଊର୍ଦ୍ଧ୍ବ କାରିଗର । ଦିଲ୍ଲୀର ଜଣେ ବ୍ୟବସାୟୀ ନିଜସ୍ବ ଖର୍ଚ୍ଚରେ ପ୍ରଶାସନର ଅନୁମତି କ୍ରମେ ଏଭଳି ନିଆରା ପଦକ୍ଷେପ ନେଇଛନ୍ତି । ତେବେ କେବଳ ରଥଯାତ୍ରା ନୁହେଁ ସୁନାବେଶ ଓ ନିଳାଦ୍ରୀ ବିଜେ ମଧ୍ୟ ଏଭଳି ମନ୍ଦିର ସଜ୍ଜିତକରଣ କରିବାର କାର୍ଯ୍ୟକ୍ରମ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ତାପସ ପରିଡା, ଇଟିଭି ଭାରତ

Intro:ରଥଯାତ୍ରା ପାଇଁ ସଜେଇ ହୋଇଛି ଶ୍ରିମନ୍ଦିରBody:ସିଂହଦ୍ବାରଠୁ ଶ୍ରିମନ୍ଦିର ।ମନ୍ଦିର ବେଢା ପରିସରଠୁ ଶ୍ରିଗୁଣ୍ଡିଚା ମନ୍ଦିର। ଭେଳିକି ଫୁଲରେ ସଜେଇ ହୋଇଛି ଉଭୟ ଶ୍ରିମନ୍ଦିର ଓ ଗୁଣ୍ଡିଚା ମନ୍ଦିର।ଗେଣ୍ଡୁ,ମାଳତି,ଜାରଭେରା,କାରନସନ ଏମିତି ଅନେକ ପ୍ରକାର ଫୁଲରେ ମନ୍ଦିର ପରିସରକୁ ସଜାଯାଇଛି। ଯାହା ଏଥର ରଥ ଯାତ୍ରାରେ ବିଶେଷ ଆକର୍ଷଣ ସାଜିଛି।୨୦୦ରୁ ଉର୍ଧ ଫୁଲ କାରିଗର ସଜାଇଛନ୍ତି ଏହି ମନ୍ଦିର। ୧୫ରୁ ଉର୍ଧ ଟ୍ରକ ଫୁଲରେ ସଜାଯାଇଛି ଯାହାର ଆନୁମାନିକ ମୁଲ୍ଯ ୧୫ରୁ ୨୦ ଲକ୍ଷ ହେବ। ଏହି ଦାୟିତ୍ବ ଦିଲ୍ଲିର ଜଣେ ବ୍ଯବସାୟି ଶ୍ରିମନ୍ଦିର ପ୍ରଶାସନର ଅନୁମତି କ୍ରମେ ନିଜସ୍ବ ଖର୍ଚରେ କରିଛନ୍ତି ଏଭଳି ପଦକ୍େଷେପ। ତେବେ ଏହି ଭଳି ନିଳାଦ୍ରି ବିଜେ ଓ ସୁନା ବେଷ ଦିନ ମଧ୍ଯ ସଜାଇବାର କାର୍ଯକ୍ରମ ରହିଛି।Conclusion:ଫାଇଲ ଥ୍ରି ରେ ଭିଜୁଆଲ ଶକ୍ତି ମୋଜରେ ବାଇଟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.