ETV Bharat / city

ନୂତନ ଆଭୂଷଣରେ ଶୋଭା ପାଇବେ ଶ୍ରୀବିଗ୍ରହ, ଲାଗିବ ୫ କେଜି ସୁନା

author img

By

Published : May 22, 2022, 6:08 PM IST

ମହାପ୍ରଭୁଙ୍କ ନୂତନ ଆଭୂଷଣ ନିର୍ମାଣ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଛି । ଏଥିଲାଗି ପ୍ରାୟ ୫ କେଜି ସୁନାର ଆବଶ୍ୟକ ରହିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ଶ୍ରୀବିଗ୍ରହଙ୍କ ନିର୍ମାଣ ହେବ ନୂତନ ଆଭୂଷଣ, ଲାଗିବ ୫ କେଜି ସୁନା

ପୁରୀ: ଶ୍ରୀବିଗ୍ରହଙ୍କ ସୁବର୍ଣ୍ଣ ତିଳକ ଓ ରାହୁ ରେଖା ବଦଳାଯିବ। ଏହି ଆଭୂଷଣକୁ ନୂତନ କରି ନିର୍ମାଣ କରିବାକୁ ଗତକାଲି (ଶନିବାର) ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେବାୟତଙ୍କ ପ୍ରସ୍ତାବକୁ ଗ୍ରହଣ କରି ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଛି ।

ପରିଚାଳନା କମିଟି ବୈଠକରେ ମାଧବ ପୂଜାପଣ୍ଡା, ମାଧବ ମହାପାତ୍ର, ଅନନ୍ତ ତିଆଡି, ଦୁର୍ଗାପ୍ରସାଦ ଦାସ ମହାପାତ୍ର ପ୍ରମୁଖ ସେବାୟତ ସଦସ୍ୟ ପ୍ରସ୍ତାବ ଦେଇଥିଲେ। ସେବାୟତ ସଦସ୍ୟଙ୍କ ଏହି ପ୍ରସ୍ତାବକୁ ପରିଚାଳନା କମିଟି ଗ୍ରହଣ କରିନେଇଛି । ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା ଓ ରାହୁରେଖାକୁ ନୂତନ କରି ନିର୍ମାଣ କରିବାକୁ ପାଖାପାଖି ୫ କିଲୋ ସୁନା ଆବଶ୍ୟକ । ଏହି ସୁବର୍ଣ୍ଣ ଆଭୂଷଣକୁ ଦାତାଙ୍କ ଦାନ ସୁନାରେ ପ୍ରସ୍ତୁତ କରିବାକୁ ପରିଚାଳନା କମିଟି ଅଗ୍ରାଧିକାର ଦେଉଛି ।

କମିଟିର ଏହି ନିଷ୍ପତ୍ତି ସମ୍ପର୍କରେ ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ୩ଟି ସୁବର୍ଣ୍ଣ ତିଳକ ଏବଂ ଶ୍ରୀମୁଖ ସୁରକ୍ଷା ପାଇଁ ୩ଟି ସୁବର୍ଣ୍ଣ ରାହୁରେଖା ଲାଗି ହେଉଛି । ସମୟ ପ୍ରବାହରେ ଏହି ସବୁ ସୁବର୍ଣ୍ଣ ଆଭୂଷଣ ଅବକ୍ଷୟ ହେବାରେ ଲାଗିଛି । ଏଣୁ ଏହି ଆଭୂଷଣକୁ ନୂତନକରି ନିର୍ମାଣ କରିବାକୁ ସେବାୟତ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁବର୍ଣ୍ଣ ଚିତାରେ ବ୍ରହ୍ମଜ୍ୟୋତି ହୀରା, ବଡ଼ଠାକୁରଙ୍କ ସୁବର୍ଣ୍ଣ ଚିତାରେ ନିଳା ମା' ସୁଭଦ୍ରାଙ୍କ ଚିତାରେ ମାଣିକ୍ୟ ରତ୍ନପଥର ଶୋଭା ପାଉଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.