ETV Bharat / city

ଜଳୁଛି ବାଲୁଖଣ୍ଡ ଅଭୟାରଣ୍ୟ, ବିପଦରେ ବନ୍ୟଜନ୍ତୁ - ବାଲୁଖଣ୍ଡ ଅଭୟାରଣ୍ୟରେ ଲାଗିଛି ନିଆଁ

ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟର କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କୁରୁଜଙ୍ଗ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ଅଧିକ ପଢନ୍ତୁ

ଜଳୁଛି ବାଲୁଖଣ୍ଡ ଅଭୟାରଣ୍ୟ:ବିପଦରେ ବନ୍ୟଜନ୍ତୁ

author img

By

Published : Jun 16, 2022, 11:20 AM IST

ପୁରୀ: ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟର କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କୁରୁଜଙ୍ଗ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ରାମଚଣ୍ଡୀ ଥାନା ନିକଟରେ ଥିବା ୩ ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ 10 ଅଗ୍ନିଶମ କର୍ମଚାରୀ ଓ ବନ ବିଭାଗ ୨ ଜଣ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କୁରୁଜଙ୍ଗ ସେକ୍ସନରେ ଲାଗିଥିବା ନିଆଁ ନିୟନ୍ତ୍ରଣକୁ ଆସି ନ ଥିବା ସୂଚନା ମିଳିଛି । ସେଠାରେ ଜଙ୍ଗଲ ସୁରକ୍ଷା କମିଟି ଓ ବନ ବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଜଳୁଛି ବାଲୁଖଣ୍ଡ ଅଭୟାରଣ୍ୟ:ବିପଦରେ ବନ୍ୟଜନ୍ତୁ

କୁରୁଜଙ୍ଗ ସେକ୍ସନରେ ବୁଧବାର ରାତିରେ ନିଆଁ ଲାଗି ୭ ଏକରରୁ ଅଧିକ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ରାମଚଣ୍ଡୀ ଅଞ୍ଚଳରେ ପୋଡିଥିବା ଜଙ୍ଗଲ ରାଜସ୍ବ ବିଭାଗ ଅଧୀନରେ ଥିବା ରେଞ୍ଜ ଅଫିସର ବେଣୁଧର ବେହେରା କହିଛନ୍ତି । ପ୍ରତିବର୍ଷ ଜଙ୍ଗଲରୁ କାଜୁ ସଂଗ୍ରହ ପରେ ପରେ ଜଙ୍ଗଲରେ ନିଆଁ ଲାଗି ଯାଉଥିବା ପରିଲକ୍ଷିତ ହେଉଛି । ତେବେ ବନ ବିଭାଗର ଅବହେଳାରୁ ଜଙ୍ଗଲରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବା ଅଭିଯୋଗ ହୋଇ ଆସୁଥିବାବେଳେ, ଏହା ଉପରେ ରୋକ ଲାଗିବା ପାଇଁ କଡା ପଦକ୍ଷେପ ନିଆଯିବାକୁ ପରିବେଶବିତ କହିଛନ୍ତି । ଜଙ୍ଗଲରେ ବାରମ୍ବାର ଅଗ୍ନିକାଣ୍ଡ ଫଳରେ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.