ETV Bharat / city

MP Aparajita Puri Visit: ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଅପରାଜିତାଙ୍କ ନାମରେ ଏତଲା

ପୁରୀ ଗସ୍ତ ସମୟରେ ପ୍ରଶାସନ ନିୟମ ଉଲଙ୍ଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ ଥାନାରେ ଏତଲା । ଅଧିକ ପଢନ୍ତୁ

MP Aparajita Puri Visit: ନିୟମ ଉଲଙ୍ଘନ ଅଭିଯୋଗରେ ଅପରାଜିତାଙ୍କ ନାମରେ ଏତଲା

author img

By

Published : Apr 27, 2022, 3:54 PM IST

Updated : Apr 27, 2022, 5:09 PM IST

ପୁରୀ: ତେଜୁଛି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ । ପ୍ରଶାସନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସାଂସଦ ଷଡଙ୍ଗୀଙ୍କ ନାମରେ ଥାନାରେ ଏତଲା । ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି । ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ଏହି ଏତଲା ଦିଆଯାଇଛି ।

MP Aparajita Puri Visit: ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଅପରାଜିତାଙ୍କ ନାମରେ ଏତଲା

ଏହା ମଧ୍ୟ ପଢନ୍ତୁ:- MP Aparajita Puri Visit: ସାଂସଦଙ୍କ ଶୋଭାଯାତ୍ରାକୁ ଟମାଟୋ ମାଡ

ଆଜି ସାଂସଦ ଅପରାଜିତା ଷଡଙ୍ଗୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଓହ୍ଲାଇ ମେଡ଼ିକାଲ ଛକରୁ ଚାଲି ଚାଲି ଶ୍ରୀମନ୍ଦିର ଆସିଥିଲେ । ଏହି ସମୟରେ ଶତାଧିକ କର୍ମୀ ତାଙ୍କ ସହ ସାମିଲ ହୋଇ ବିଭିନ୍ନ ନରାବାଜି ଦେଇଥିଲେ । ଏହା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଭଙ୍ଗ କରିଥିବା ଅଭିଯୋଗ ହୋଇଛି । ତେଣୁ ପୁରୀ ପୋଲିସ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀକ୍ଷେତ୍ର ବିକାଶ ମଞ୍ଚ କର୍ମକର୍ତ୍ତା ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Heritage Corridor Row: ସାଂସଦଙ୍କ ଗାଡିକୁ ଅଟକାଇଲା ପୋଲିସ, ଚାଲି ଚାଲି ପୁରୀ ଗଲେ ଅପରାଜିତା

ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଏକାଠି ହୋଇ ପୁରୀ ଟାଉନ ଥାନାଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ସେପଟେ ପଦଯାତ୍ରା ପାଇଁ ସାଂସଦ ଅପରାଜିତା ପୁରୀ ଜିଲ୍ଲାପାଳଙ୍କୁ ଅନୁମତି ମାଗିଥିଲେ, କିନ୍ତୁ ଜିଲ୍ଲାପାଳ ଅନୁମତି ଦେଇନଥିବା ଚର୍ଚ୍ଚା ହେଉ ଥିବାବେଳେ ଅପରାଜିତା ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ମୁଁ କୌଣସି ପଦଯାତ୍ରା କରିବାକୁ ଆସିନାହିଁ ବରଂ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 27, 2022, 5:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.