ETV Bharat / city

ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷାରେ ଅବହେଳା ଦର୍ଶାଇ ASI ସୁପରଟେଣ୍ଡଣ୍ଟଙ୍କ ନାଁରେ ଏତଲା

ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷାରେ ଏଏସଆଇ ଅବହେଳା କରୁଥିବା ଅଭିଯୋଗରେ ସୁପରଟେଣ୍ଡଣ୍ଟଙ୍କ ନାମରେ ଏତଲା । ଅଧିକ ପଢନ୍ତୁ

author img

By

Published : May 19, 2022, 10:34 PM IST

ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷାରେ ଅବହେଳା ଦର୍ଶାଇ ASI ସୁପରଟେଣ୍ଡଣ୍ଟଙ୍କ ନାମରେ ଏତଲା

ପୁରୀ: ଏମାର ମଠ ଖନନ ସ୍ଥଳରେ ଏଏସଆଇର ଯାଞ୍ଚ ସମୟରେ ପୁରୀ ସିଂହ ଦ୍ୱାର ଥାନାରେ ଏତଲା । ଐତିହ୍ୟ କୀର୍ତ୍ତିରାଜି ପ୍ରତି ଏଏସଆଇର ଅବହେଳା ଓ ମନମୁଖି ବୟାନବାଜିକୁ ନେଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ବିରୋଧରେ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି । ପୁରୀର ସଂଗଠନ ଭଏସ ଅଫ୍ କମନ ମ୍ୟାନ ପକ୍ଷରୁ ହେକ୍ଟର ମିଶ୍ର ଏହି ଏତଲା ଦେଇଛନ୍ତି ।

ସେ ଅଭିଯୋଗ ଆଣିଛନ୍ତି ଯେ, 'ଗତ ୨୯.୦୪.୨୦୨୨ରେ ଏଏସଆଇ ପକ୍ଷରୁ ହାଇକୋର୍ଟରେ ସିଂହମୂର୍ତ୍ତିର ଫଟୋଚିତ୍ର ସହ ସତ୍ୟପାଠ ଦାଖଲ ହୋଇଥିଲେ ହେଁ ସିଂହମୂର୍ତ୍ତି ସ୍ଥାନାନ୍ତରଣ ହୋଇନଥିଲା । ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏଏସଆଇ ବୈଷୟିକ କମିଟି ଆସି ଅନୁଧ୍ୟାନ କରି ତରବରିଆ ଭାବେ ଏହା ଗଙ୍ଗ ବଂଶର ମୂର୍ତ୍ତି ବୋଲି କହିଥିଲେ । Radiometric Dating ବିନା ଏହା କେଉଁ ସମୟର ମୂର୍ତ୍ତି ବୋଲି କହିହେବ ନାହିଁ । ରାଜ୍ୟରେ Radiometric Dating ର ବ୍ୟବସ୍ଥା ନାହିଁ । ନମୁନା ସଂଗ୍ରହ କରି ପରୀକ୍ଷଣ ପରେ ରିପୋର୍ଟ ଆସିବାକୁ ଅନୁନ୍ୟ ଏକ ସପ୍ତାହ ଲାଗିବ ।'

ଏଭଳି ସ୍ଥଳେ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଭଗ୍ନ ସିଂହମୂର୍ତ୍ତିକୁ ଗଙ୍ଗ ବଂଶର ବୋଲି କହି ସାଢେ ଚାରି କୋଟି ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କୁ ବିଭ୍ରାନ୍ତ କରିଥିବାରୁ ତୁରନ୍ତ ତାଙ୍କୁ କେନ୍ଦ୍ର ସରକାର ବହିଷ୍କାର କରନ୍ତୁ ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି । ଅରୁଣ ମଲ୍ଲିକ ଅଯଥା ବିବାଦ ସୃଷ୍ଟି କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ବିଳମ୍ବିତ କରୁଥିବାବେଳେ ସେ କାହା ଚାପରେ ଏଭଳି କାର୍ଯ୍ୟ ଓ ବୟାନବାଜି କରୁଛନ୍ତି ତା'ର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ହେକ୍ଟର ମିଶ୍ର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.