ETV Bharat / city

ଭାଙ୍ଗିଲା ବଡ ଆଖଡା ମଠ

author img

By

Published : Sep 9, 2019, 9:21 AM IST

ବହୁ ବାଦ ବିବାଦ ପରେ ଉଚ୍ଛେଦ ହେଲା ବଡ ଆଖଡା ମଠ । ଆମିକସ୍‌ କ୍ୟୁରିଙ୍କ ଗ୍ରୀନ ସିଗନାଲ ପରେ ଭଙ୍ଗାଯାଇଛି ଆଖଡା ମଠ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟର ମାନ୍ୟତା ଦେବା ଲକ୍ଷ୍ୟରେ ଆଗେଇ ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ଗୋଟିଏ ପରେ ଗୋଟିଏ ମଠକୁ ଭାଙ୍ଗିବାରେ ସଫଳ ହୋଇଛି ପ୍ରଶାସନ । ଏମାର ମଠ, ଲଙ୍ଗୁଳି ମଠ ଉଚ୍ଛେଦ ହେବା ପରେ ବଡ ଆଖଡା ମଠକୁ ଉଚ୍ଛେଦ କରାଯାଇଛି । ମଠ ମହନ୍ତଙ୍କ ବିରୋଧ ସତ୍ତ୍ବେ ଏବେ ମାଟିରେ ମିଶିଛି ବଡ ଆଖଡା ମଠ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଗତ କିଛି ଦିନ ଧରି ମଠ ମହନ୍ତଙ୍କ ବିରୋଧ ଯୋଗୁଁ ବନ୍ଦ ରହିଥିଲା ମଠ ଉଚ୍ଛେଦ ପ୍ରକ୍ରିୟା । କିନ୍ତୁ ଆମିକସ କ୍ୟୁରିଙ୍କ ଗ୍ରୀନ ସିଗନାଲ ମିଳିବା ପରେ ଆଖଡା ମଠ ଭଙ୍ଗା ଯାଇଛି । ଏପରିକି ମଠର ମହନ୍ତ ଓ ଅନୁଗାମୀ ଉଚ୍ଛେଦ ପ୍ରକ୍ରିୟାରେ ସହଯୋଗ କରିଥିଲେ । ଏହା ସହ ଏଠାରେ ଥିବା ବହୁ ଦୋକାନ ଘର ମଧ୍ୟ ଭଙ୍ଗିଦିଆଯାଇଛି ।

ଉଚ୍ଛେଦ ପ୍ରକ୍ରିୟା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଡୋଜର ମେସିନ ଲଗାଯାଇ କୋଠା ଭଙ୍ଗାଯାଇଛି । ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଲା ସହ ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇଛି ।

ତେବେ ମଠର ମୁଖ୍ୟ ମନ୍ଦିର ଓ ଗାଦି ସୁରକ୍ଷିତ ରଖାଯାଇଛି । ଏଥିସହ ସହ ବଡ ଆଖଡା ମଠକୁ ସରକାର ପୁନଃ ଥଇଥାନ କରିବେ । ଏଥିସହ ଦୋକାନ ଗୃହ ସରକାର ମାର୍କେଟ କମ୍ପ୍ଲେକ୍ସ କରି ଯୋଗାଇ ଦେବେ । ସେପଟେ ବଡ ଆଖଡା ମଠକୁ ଲାଗିଥିବା ସାନ ଛତା ଉଚ୍ଛେଦ ନେଇ ପ୍ରଶାସନ ପ୍ରସ୍ତୁତ କରିଥିବା ଜଣାପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro: ଉଛେଦ ହେଲା ବଡ଼ ଅଖଡା ମଠ

Body:ବଡ଼ ଅଖଡା ମଠ ଉଛେଦ ହୋଇଛି। ମଠ ଉଛେଦ ନେଇ ବୋହୁ ବାଦ ବିବାଦ ଯୋଗୁ ବଡ଼ ଅଖଡା ମଠ ଉଛେଦ ବନ୍ଦ ରହିଥିଲା। ତେବେ ଆମିକସ କ୍ୟୁରି ଙ୍କ ଗ୍ରୀନ ସିଗ ନାଲ ପରେ ଆଜି ବଡ଼ ଅଖଡା ମଠ ଉଛେଦ ହୋଇଛି। ଏଥିପାଇଁ ସକାଳୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ଡୋଜର ମେସିନ ଲଗାଯାଇ କୋଠା ଭଙ୍ଗାଯାଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ ରହିଥିଲେ। ତେବେ ଉଛେଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶାନ୍ତି ପୂର୍ଣ ରହିଥିଲା। ମଠର ମହନ୍ତ ଓ ତାଙ୍କ ଅନୁଗାମୀ ଉଛେଦ ପ୍ରକ୍ରିୟା ରେ ସହଯୋଗ କରିଥିଲେ। ତେବେ ମଠର ମୁଖ୍ୟ ମନ୍ଦିର ଓ ଗାଦି ସୁରକ୍ଷିତ ରଖାଯାଇଛି। ଅନ୍ୟ କୋଠା ଘର କୁ ଉଛେଦ କରାଯାଇଛି। ତେବେ ବଡ଼ ଅଖଡା ମଠ କୁ ସରକାର ପୁନ ଥଇଥାନ କରିବେ। ସେହିପରି ମଠର ଥିବା ଦୋକାନ ଗୃହ ସରକାର ମାର୍କେଟ କମ୍ପେକ୍ସ କରି ଯୋଗାଇ ଦେବେ। ତେବେ ଏହା ପରେ ବଡ଼ ଅଖଡା ମଠ କୁ ଲାଗିଥିବା ସାନ ଛତା ମଠ ଉଛେଦ ନେଇ ପ୍ରଶାସନ ପ୍ରସ୍ତୁତି କରିଥିବା ଜଣାପଡିଛି।

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.