ETV Bharat / city

ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

author img

By

Published : Sep 21, 2021, 8:25 AM IST

ଶ୍ରୀମନ୍ଦିରର ୭୫ ମିଟର ସୁରକ୍ଷା ଜୋନ ମଧ୍ୟରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ଏଯାବତ୍ ୯୫ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଥିବାବେଳେ ସମ୍ପୂର୍ଣ୍ଣ ଅଧିଗ୍ରହଣ ସରିବା ପରେ ଆରମ୍ଭ ହେବ ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା
ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

ପୁରୀ: ଶ୍ରୀମନ୍ଦିରର ୭୫ ମିଟର ସୁରକ୍ଷା ଜୋନ ମଧ୍ୟରେ ପୁଣିଥରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ବାସେଳୀ ସାହି ମୌଜା ଗାଣ୍ଡୁଆଚଉରା ଛକରେ ଥିବା ୩ଟି ଘରୋଇ କୋଠାକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ କାର୍ଯ୍ୟରେ ଗୋଟିଏ ଜେସିବି ମେସିନ ସହ ଏକ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ମେଘନାଦ ପାଚେଚୀ ଠାରୁ ୭୫ ମିଟର ସୁରକ୍ଷା ଜୋନ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଲାଣି । କିଛି ଜମିକୁ ନେଇ ହାଇକୋର୍ଟରେ ମାମଲା ଥିବାବେଳେ ଆଉ କିଛି ପ୍ଲଟର କ୍ଷତିପୂରଣ ନେଇ ଜିଲ୍ଲା ପ୍ରଶାସନ ସହ ଆପୋଷ ଆଲୋଚନା ଚାଲିଛି । ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ସରିବା ପରେ ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.