ETV Bharat / city

ଚିଲିକାରେ ପ୍ରଥମ ପର୍ଯ୍ୟାୟ ଡଲଫିନ ଗଣନା ଶେଷ - ଚିଲିକାରେ ଡଲଫିନ ଗଣନା ଶେଷ

ଚିଲିକାରେ ଡ଼ଲଫିନର ଗଣନା କାର୍ଯ୍ୟ ଶେଷ । ଗତବର୍ଷ 167ଟି ଡ଼ଲଫିନ ଗଣନା କରାଯାଇଥିବାବେଳେ ଚଳିତ ବର୍ଷ ଆଜି (ରବିବାର) ସକାଳ 6ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅଧିକ ପଢନ୍ତୁ

ପ୍ରଥମ ଦିନ ଚିଲିକାରେ ଡଲଫିନ ଗଣନା ଶେଷ
ପ୍ରଥମ ଦିନ ଚିଲିକାରେ ଡଲଫିନ ଗଣନା ଶେଷ
author img

By

Published : Jan 9, 2022, 6:54 PM IST

ବ୍ରହ୍ମଗିରି : ଚିଲିକାରେ ଇରାୱାଡି ଡ଼ଲଫିନର ସୁରକ୍ଷା ଦାୟିତ୍ୱ ବନବିଭାଗ ଓ ଚିଲିକା ଉନ୍ନୟନ କତ୍ତୃପକ୍ଷ ହାତକୁ ନେଇଛନ୍ତି । ଏହି ବିରଳ ପ୍ରାଣୀର ପ୍ରତିବର୍ଷ ଗଣନା କରାଯାଇଥାଏ। ଗତବର୍ଷ 167ଟି ଡ଼ଲଫିନ ଗଣନା କରାଯାଇଥିବାବେଳେ ଚଳିତ ବର୍ଷ ଆଜି (ରବିବାର) ସକାଳ 6ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ 18ଟି ଟିମ ଏବଂ ପ୍ରତି ଟିମରେ 6 ଜଣ ଲେଖାଏଁ ଗଣନାକାରୀ ନିୟୋଜିତ ଥିଲେ ।

ପ୍ରଥମ ଦିନ ଚିଲିକାରେ ଡଲଫିନ ଗଣନା ଶେଷ

ଏଥିରେ ବନବିଭାଗ,ସିଡିଏ,ସ୍ଥାନୀୟ ବୋଟ ସଂଘ,ଡ଼ଲଫିନ ଗବେଷକ ଓ ପରିବେଶବିତ ସାମିଲ ଥିଲେ। ଏବେବି ସେହି ପୁରୁଣା ପଦ୍ଧତି ଜିପିଏସ,ବାଇନାକୁଲର ଓ ରେଞ୍ଜ ଫାଇଣ୍ଡରକୁ ଗଣନା ପାଇଁ ବ୍ୟବହାର କରାଯାଏ। ସାତପଡ଼ା ପଟୁ 8 ଟି ଟିମ ଗଣନାରେ ସାମିଲ ହୋଇଥିଲେ। ACFଙ୍କ ସୂଚନା ଅନୁଯାୟୀ ଏହି କାର୍ଯ୍ୟ 3 ଦିନ ଧରି ଚାଲିବ। ଏହାପରେ 18ଟି ଟିମର ସମସ୍ତ ତଥ୍ୟକୁ ଆଧାର କରି ଏକ ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବ। ଚଳିତ ବର୍ଷ ଡ଼ଲଫିନ ସଂଖ୍ୟା ହ୍ରାସ ପାଇବ ବୋଲି ଗଣନାକାରୀ ସଦସ୍ୟ ପ୍ରକାଶ କରିଛନ୍ତି।

ବ୍ରହ୍ମଗିରିରୁ ଦେବାଶିଷ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.