ETV Bharat / city

ପ୍ରୋବେସନାରୀ IASଙ୍କ ପାଇଁ ନିୟୋଜିତ ହେଲା ବ୍ୟାଟେରୀ ଗାଡ଼ି, ଦର୍ଶନରୁ ବଞ୍ଚିତ ହେଲେ ଦିବ୍ୟାଙ୍ଗ

author img

By

Published : May 31, 2022, 12:19 PM IST

Updated : May 31, 2022, 2:33 PM IST

ଦିବ୍ୟାଙ୍ଗ ଲାଗି ଉଦ୍ଦିଷ୍ଟ ବ୍ୟାଟେରୀ ଗାଡି ପୁରୀରେ ବଡ଼ ବଡ଼ିଆଙ୍କ ପାଇଁ ନିୟୋଜିତ ହୋଇଥିବା ଭକ୍ତମାନେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ପ୍ରୋବେସନାରୀ IASଙ୍କ ପାଇଁ ନିୟୋଜିତ ହେଲା ବ୍ୟାଟେରୀ ଗାଡ଼ି, ଦର୍ଶନରୁ ବଞ୍ଚିତ ହେଲେ ଦିବ୍ୟାଙ୍ଗ
ପ୍ରୋବେସନାରୀ IASଙ୍କ ପାଇଁ ନିୟୋଜିତ ହେଲା ବ୍ୟାଟେରୀ ଗାଡ଼ି, ଦର୍ଶନରୁ ବଞ୍ଚିତ ହେଲେ ଦିବ୍ୟାଙ୍ଗ

ପୁରୀ: ପ୍ରୋବେସନାରୀ ଆଇଏଏସ(Probationary ias officer)ଙ୍କୁ ଶ୍ରୀମନ୍ଦିର ନେବା ପାଇଁ ନିୟୋଜିତ ହେଲା ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟାଟେରୀ ଚାଳିତ ଗାଡି । ଫଳରେ ଗାଡ଼ି ଅଭାବରୁ ଅନେକ ଦିବ୍ୟାଙ୍ଗ ଓ ବରିଷ୍ଠ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ବଡ଼ବଡ଼ିଆଙ୍କ ଲାଗି ସାଧାରଣ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଅବହେଳା କାରଣରୁ ଭକ୍ତମାନେ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି ।

ରବିବାର ୧୬୦ ଜଣ ପ୍ରୋବେସନାରୀ ଆଇଏଏସ୍(ନିଯୁକ୍ତି ପୂର୍ବରୁ ଟ୍ରେନିଂ ପିରିୟଡ଼ରେ ଥିବା ଅଫିସର) ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ତେବେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଥିବା ବ୍ୟାଟେରୀ ଗାଡି ସବୁ ଏହି ଅଫିସରଙ୍କ ପାଇଁ ଶ୍ରୀମନ୍ଦିର ପାଖକୁ ଯିବା ପାଇଁ ନିୟୋଜିତ ହୋଇଥିଲା । ଫଳରେ ବ୍ୟାଟେରୀ ଗାଡି ଅଭାବ ହେତୁ ବହୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଵ୍ୟକ୍ତି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇ ନ ପାରି ମହାପ୍ରଭୁଙ୍କ ଦର୍ଶନ ଲାଭରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ପ୍ରଶାସନର ଏହିଭଳି ବ୍ୟବସ୍ଥାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।

ରାଜ୍ୟ ବିଭିନ୍ନ ସ୍ଥାନରୁ ଆସିଥିବା ଦିବ୍ୟାଙ୍ଗ, ବରିଷ୍ଠ ଭକ୍ତମାନେ ଏହାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରତିଦିନ ଯେଉଁ ଭକ୍ତମାନେ ଆସୁଛନ୍ତି, ସେମାନେ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଗାଡ଼ି ରଖିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି । ଜଗନ୍ନାଥ ବଲ୍ଲଭ ପାର୍କିଂରୁ ପ୍ରାୟ ଦେଢ଼ କିଲୋମିଟର ହେବ ଶ୍ରୀମନ୍ଦିର । ଯେହେତୁ ଦିବ୍ୟାଙ୍ଗ, ବରିଷ୍ଠ ଭକ୍ତଙ୍କ ପକ୍ଷରେ ଚାଲିକି ଯିବା ସମ୍ଭବ ନୁହେଁ, ସେହି ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ରୁ ଅଧିକ ବ୍ୟାଟେରୀ ଚାଳିତ ଗାଡ଼ି ବରିଷ୍ଠ, ଦିବ୍ୟାଙ୍ଗ ଭକ୍ତମାନଙ୍କୁ ନେବା ଆଣିବା ପାଇଁ ନିୟୋଜିତ ହୋଇଛି ।

ସେହିଭଳି ନାଲ୍‌କୋ ପକ୍ଷରୁ ବି କିଛି ଗାଡ଼ି ଏଥିପାଇଁ ନିୟୋଜିତ ହୋଇଛି । ୨୦ରୁ ଅଧିକ ଗାଡ଼ି ଏହି ସେବା ଯୋଗାଉଛନ୍ତି । କିନ୍ତୁ ପୁରୀ ଗସ୍ତରେ ଆସିଥିବା ୧୬୦ ଜଣ ପ୍ରୋବେସନାରୀ ଆଇଏଏସ୍‌ଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବା ପାଇଁ ଦିବ୍ୟାଙ୍ଗ, ବରିଷ୍ଠ ଭକ୍ତଙ୍କ ଗାଡ଼ି ନିୟୋଜିତ ହୋଇଥିଲା । ଅତିଥିମାନେ କୋଣାର୍କ ବୁଲି ଆସି ସନ୍ଧ୍ୟାରେ ପହଞ୍ଚିଥିଲେ ବି ରବିବାର ସକାଳୁ ଏହି ବ୍ୟାଟେରୀ ଗାଡ଼ି ଗୁଡ଼ିକୁ ଜଗନ୍ନାଥ ବଲ୍ଲଭ ପାର୍କିଂରୁ ନିଆଯାଇ ବଡ଼ଦାଣ୍ଡ, ଶ୍ରୀଗୁଣ୍ଡିଚା ଭକ୍ତ ନିବାସ ଆଦି ସ୍ଥାନରେ ସଂରକ୍ଷିତ କରି ରଖାଯାଇଥିଲା ।

ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କିଛି ଭକ୍ତଙ୍କ କହିବାନୁସାରେ ଅତିଥିମାନଙ୍କ ପାଇଁ ବିକଳ୍ପ ଗାଡ଼ି ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିପାରିଥାନ୍ତେ । ଅତିଥିମାନଙ୍କୁ ସେବା ଯୋଗାଇବା ନେଇ କିଛି ଆପତ୍ତି କାହାର ନାହିଁ । କିନ୍ତୁ, ପ୍ରଶାସନ ଅତିଥି ସେବା ପାଇଁ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କୁ ଅସୁବିଧାରେ ପକାଇବା ଆଦୌ ଗ୍ରହଣୀୟ ନୁହେଁ । ବଡ଼ ବଡ଼ିଆ ଵ୍ୟକ୍ତିଙ୍କ ସୁବିଧା ପାଇଁ ସାଧାରଣ ଭକ୍ତଙ୍କୁ ଅସୁବିଧାରେ ପ୍ରଶାସନ ପକାଇବା ଠିକ ନୁହେଁ । ତେବେ ଏହି ଅଭିଯୋଗ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ପୁରୀ

Last Updated : May 31, 2022, 2:33 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.