ETV Bharat / city

ମହାପ୍ରଭୁଙ୍କ ତିନି ପ୍ରକାର ସ୍ନାନ ନୀତି - ଅବକାଶ ନୀତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ରହିଛି ସେଥିମଧ୍ୟରୁ ଠାକୁରଙ୍କ ତିନି ପ୍ରକାରର ସ୍ନାନର ହେଉଛି ଅନ୍ୟତମ । ଅଧିକ ପଢ଼ନ୍ତୁ...

different kind of snana of lord jagannath, divine bath of mahaprabhu jagannath, 3 types of snana, ତିନି ପ୍ରକାରର ସ୍ନାନ, ଅବକାଶ ନୀତି, ଦେବସ୍ନାନ ପୂର୍ଣ୍ଣିମା,  ମହାସ୍ନାନ ତଥା ମାଘ ସ୍ନାନ
ମହାପ୍ରଭୁଙ୍କ ତିନି ପ୍ରକାର ସ୍ନାନ ନୀତି
author img

By

Published : Jun 25, 2021, 10:18 PM IST

ପୁରୀ: ଲୀଳାମୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରହିଛି ଅନେକ ସ୍ବତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ପ୍ରତିଦିନ ଅନୁଷ୍ଠିତ ହେଉଛି। ତେବେ ମହାପ୍ରଭୁଙ୍କ ଅନେକ ସ୍ନାନ ନୀତି ରହିଛି। ଯାହାକି ଅନେକ ଭକ୍ତ ଜାଣିନାହାନ୍ତି। ତେବେ ଶ୍ରୀମନ୍ଦିର ମହାପ୍ରଭୁଙ୍କ 3 ଟି ପ୍ରମୁଖ ସ୍ନାନ ନୀତି ରହିଛି। ମହାପ୍ରଭୁଙ୍କ ପ୍ରତ୍ୟେକ ଦୈନିକ ସ୍ନାନନୀତିକୁ ଅବକାଶ ନୀତି କୁହାଯାଏ।

ମହାପ୍ରଭୁଙ୍କ ତିନି ପ୍ରକାର ସ୍ନାନ ନୀତି

ପ୍ରତିଦିନ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ମଇଲମ, ତଡପ ଲାଗି ପରେ ଏହି ଅବକାଶ ନୀତି ହୋଇଥାଏ। ତେବେ ଅବକାଶ ନୀତିରେ ମହାପ୍ରଭୁଙ୍କୁ ଜଳ ଦ୍ବାରା ସ୍ନାନ କରାଯାଏ ନାହିଁ। ମନ୍ତ୍ର ଉଚ୍ଚରଣରେ ଏହି ସ୍ନାନ ହୋଇଥାଏ । ମହାପ୍ରଭୁଙ୍କ ଆଗରେ ଏକ ଦର୍ପଣ ରଖାଯାଏ । ସେଠାରେ ମହାପ୍ରଭୁଙ୍କ ପ୍ରତିବିମ୍ବକୁ ସ୍ନାନ କରାଯାଏ । ତେଣୁ ଏହାକୁ ବିମ୍ବ ସ୍ନାନ କୁହାଯାଏ।

ଅନ୍ୟ ଏକ ସ୍ନାନ ନୀତି ହେଉଛି ଦେବ ସ୍ନାନ ତଥା ସ୍ନାନଯାତ୍ରା । ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ଦାରୁ ବ୍ରହ୍ମଙ୍କ ଏହା ଆବିର୍ଭାବ ଦିବସ ହୋଇଥିବା ହେତୁ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନ ଜଳରେ ହୋଇଥାଏ। 108 ଗଡୁ ଜଳରେ ସ୍ବତନ୍ତ୍ର ଅଧିବାସ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଏ। ବର୍ଷକୁ ଗୋଟିଏ ଥର ଦେବସ୍ନାନ ପୂର୍ଣ୍ଣିମାରେ ଦାରୁ ବିଗ୍ରହ ପ୍ରତ୍ୟକ୍ଷ ସ୍ନାନ କରନ୍ତି।

ସେହିପରି ମହାପ୍ରଭୁଙ୍କର ଆଉ ଏକ ସ୍ନାନ ନୀତି ହେଉଛି ମହା ସ୍ନାନ ତଥା ମାଘ ସ୍ନାନ । ଯେତେବେଳେ ଶ୍ରୀମନ୍ଦିର ଭିତରେ ନୀତିକାନ୍ତି ବେଳେ କୌଣସି ମାରା ହୋଇଯାଏ ସେତେବେଳେ ଏହି ମହା ସ୍ନାନ ନୀତି ହୋଇଥାଏ। ଶ୍ରୀମନ୍ଦିର ସ୍ବତଲିପି ଅନୁଯାୟୀ ଶ୍ରୀମନ୍ଦିରର ଭିତର ବେଢ଼ାରେ ଯଦି ଅସ୍ଥି, ମୃତଦେହ ମିଳିଥାଏ ଏବଂ କୁକୁର ପଶିଯାଏ ସେତେବେଳେ ଚୂନ ପାଣି ପଡି ଶୋଧ କରାଯାଇ ମହାପ୍ରଭୁଙ୍କ ମହାସ୍ନାନ ହୋଇଥାଏ।

ସେହିପରି ଶ୍ରୀମନ୍ଦିର ଗର୍ଭ ଗୃହ ଭିତରେ ଯଦି କେହି ଭକ୍ତ , ସେବାୟତ ଅବା କୌଣସି ବ୍ୟକ୍ତି ଏବଂ ଛୋଟ ପିଲା ମଳ ତ୍ୟାଗ , ପରିସ୍ରା କରିଦିଏ ଏବଂ କୌଣସି ଦୁର୍ଘଟଣା ଘଟି କେହି ଆହତ ହୋଇ ରକ୍ତ ଛିଟା ପଡିଲେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ହୋଇ ମହାସ୍ନାନ ହୋଇଥାଏ। ପରେ ଅନ୍ୟାନ୍ୟ ନୀତି ହୋଇ ଥାଏ। ସେହିପରି ମହାପ୍ରଭୁଙ୍କ ଭୋଗ ସମୟରେ ଏହି ଭଳି ସ୍ଥିତି ଉପୁଜିଲେ ସବୁ ଭୋଗକୁ କୋଇଲି ବୈକୁଣ୍ଠ ପୋତା ଯିବାର ବିଧି ରହିଛି। ଏହି ଭଳି ଭାବରେ ମହାପ୍ରଭୁଙ୍କର 3ଟି ପ୍ରମୁଖ ସ୍ନାନ ନୀତି ଅବକାଶ, ମହାସ୍ନାନ ତଥା ମାଘ ସ୍ନାନ ଏବଂ ଦେବ ସ୍ନାନ ପୂର୍ଣ୍ଣିମାରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.