ETV Bharat / city

Ratha Yatra 2022: ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ଭାବବିହ୍ୱଳ ଭକ୍ତ

author img

By

Published : Jun 29, 2022, 11:17 AM IST

ଆଜି (ବୁଧବାର) ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି । ପ୍ରଶାସନ ପକ୍ଷରୁ ନିର୍ଘଣ୍ଟ ସମୟ ଅନୁସାରେ ଭଗବାନଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ଅଧିକ ପଢନ୍ତୁ

ନବଯୌବନ ବେଶ ଦର୍ଶନ କରି ଭକ୍ତ ହେଲେ ଭାବବିହ୍ୱଳ

ପୁରୀ: ଆଜି (ବୁଧବାର) ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି । ପ୍ରଶାସନ ପକ୍ଷରୁ ନିର୍ଘଣ୍ଟ ସମୟ ଅନୁସାରେ ଭଗବାନଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ସକାଳ 8ଟାରୁ ତାଟି ଫିଟିବା ପରେ ପ୍ରଥମେ ଏକଘଣ୍ଟା ପରିମାଣିକ ଦର୍ଶନ ହୋଇଥିଲା । ପରେ ନବଯୌବନ ବେଶରେ ଦର୍ଶନ ଦେଇଥିଲେ ଦାରୁବିଗ୍ରହ । 9ଟାରୁ 10 ଟା ଯାଏଁ ସର୍ବସାଧାରଣ ଦର୍ଶନ ପାଇଁ ସମୟ ରହିଥିଲା । ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରି ଭାବବିହ୍ବଳ ହୋଇଛନ୍ତି ଭକ୍ତ ।

ସାଆନ୍ତେଙ୍କ ନବଯୌବନ ଦର୍ଶନ ନେଇ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଛି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ 40 ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛି । ଦିନ ସାରା ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ରହିଛି । ତେଣୁ ମଝିରେ ମଝିରେ କିଛି ଘଣ୍ଟା ଦର୍ଶନ ବନ୍ଦ ହେବ । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ଏସପି କେ ବିଶାଳ ସିଂ ।

ଗୁରୁବାର ଉଭାଯାତ୍ରା ଦିନ ସକାଳ 4 ଟାରୁ ସକାଳ 6ଟା 30 ଯାଏଁ, ମଧ୍ୟାହ୍ନ 12ଟା 30ରୁ ଅପରାହ୍ନ 1ଟା 30 ଯାଏଁ ଏବଂ ଅପରାହ୍ନ 3ଟା 30ରୁ ସନ୍ଧ୍ୟା 5ଟା ଯାଏଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ମିଳିପାରିବ । ସେହିପରି ସକାଳ 6ଟା30ରୁ ଦିନ ପ୍ରାୟ 12ଟା 30 ଯାଏଁ ଏବଂ ଅପରାହ୍ନ 1ଟା 30ରୁ 3ଟା 30 ଯାଏଁ ଦର୍ଶନ ବନ୍ଦ ରହିବ । ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସମ୍ପାଦନ ପାଇଁ ଉଭାଯାତ୍ରା ଦିନ ସନ୍ଧ୍ୟା 5 ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.