ETV Bharat / city

ଲାଗିବ କାଳିଆ ଡୋରି, ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ - ଭକ୍ତ

ଆସନ୍ତାକାଲିଠୁ (ସୋମବାର) ରାଜ୍ୟବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ବଡଦାଣ୍ଡରେ ଜମିବ ଭିଡ । ଅଧିକ ପଢନ୍ତୁ...

ସୋମବାରଠୁ ସମସ୍ତ ଭକ୍ତ ପାଇବେ ଜଗା ଦର୍ଶନ
ସୋମବାରଠୁ ସମସ୍ତ ଭକ୍ତ ପାଇବେ ଜଗା ଦର୍ଶନ
author img

By

Published : Aug 22, 2021, 2:59 PM IST

Updated : Aug 22, 2021, 3:07 PM IST

ପୁରୀ: ଆସନ୍ତାକାଲି (ସୋମବାର)ଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର । ଏଥିପାଇଁ ଆଜି ଶ୍ରୀମନ୍ଦିର ପୁନଃ ସାନିଟାଇଜ କରାଯାଇଛି । ରବିବାର ସପ୍ତାହନ୍ତ ସଟ ଡାଉନ ଅବସରରେ ସାନିଟାଇଜ କରାଯାଇଛି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧା ସାଜିଥିଲା କୋଭିଡ଼ ମହାମାରୀ ।

ସୋମବାରଠୁ ସମସ୍ତ ଭକ୍ତ ପାଇବେ ଜଗା ଦର୍ଶନ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି । ଅଗ୍ନିଶମ ବାହିନୀ ପୌର ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ବାରା ଶ୍ରୀମନ୍ଦିରର ଚାରିଦ୍ବାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ଼ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଇଛି । ଶ୍ରୀମନ୍ଦିରରେ ପ୍ରତିଦିନ ମହାପ୍ରଭୁଙ୍କ ଦୈନନ୍ଦିନ ସେବା, ପୂଜା କରୁଥିବା ସେବାୟତଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ସାନିଟାଇଜ କରାଯାଇଛି ।

ସର୍ବସାଧାରଣ ଦର୍ଶନ ପାଇଁ ବ୍ୟାରିକେଡ ସହ ସବୁ ପ୍ରସ୍ତୁତି ସରିଛି । ରାଜ୍ୟ ଭିତର ତଥା ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ୯୬ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ୟାୟ କୋଭିଡ ଟୀକାକରଣ ପ୍ରମାଣପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇବା ବାଧ୍ୟତାମୂଳକ ରହିଛି । ତେବେ ପ୍ରଥମେ 12 ଓ 13 ତାରିଖରେ କେବଳ ସେବାୟତଙ୍କ ପରିବାର 16ରୁ 20 ତାରିଖ ଯାଏଁ କେଵଳ ପୁରୀ ପୌରାଞ୍ଚଳ ବାସିନ୍ଦାଙ୍କ ପାଇଁ ପ୍ରଥମେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିଲା । ତେବେ ସର୍ବସାଧାରଣ ଦର୍ଶନକୁ ନେଇ ଥିବା କୋଭିଡ ଗାଇଡ଼ ଲାଇନ ମଧ୍ୟ ସ୍ବାଗତ କରିଛନ୍ତି ଭକ୍ତ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 22, 2021, 3:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.