ETV Bharat / city

ନୂଆ କଟକଣା: ରାତି 8ଟା ପରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ମନା - ପୁରୀ ଶ୍ରୀମନ୍ଦିର

ପୁଣି ନୂଆ ରୂପରେ କାୟା ବିସ୍ତାର କରିବାରେ ଲାଗିଛି ମାରାତ୍ମକ କୋରୋନା ଭାଇରସ । ଏଥିପାଇଁ ଶ୍ରୀମନ୍ଦିରରେ ଜାରି ହୋଇଛି ନୂତନ କଟକଣା । ଏଣିକି ରାତି 8ଟା ପରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ଶ୍ରଦ୍ଧାଳୁ । ଅଧିକ ପଢ଼ନ୍ତୁ...

ନୂଆ କଟକଣା: ରାତି 8ଟା ପରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ମନା

author img

By

Published : Apr 17, 2021, 6:22 PM IST

ପୁରୀ: ପୁଣି ନୂଆ ରୂପରେ କାୟା ବିସ୍ତାର କରିବାରେ ଲାଗିଛି ମାରାତ୍ମକ କୋରୋନା ଭାଇରସ । ଏଥିପାଇଁ ଶ୍ରୀମନ୍ଦିରରେ ଜାରି ହୋଇଛି ନୂତନ କଟକଣା । ଏଣିକି ରାତି 8ଟା ପରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ଶ୍ରଦ୍ଧାଳୁ । ରାଜ୍ୟରେ ଆଜିଠୁ(ଶନିବାର) ପୁଣି ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର ।

ଏଣିକି ଭକ୍ତମାନେ ରାତି 8ଟା 30 ସୁଦ୍ଧା ଶ୍ରୀମନ୍ଦିରରୁ ପ୍ରସ୍ଥାନ କରିବେ । କାରଣ ରାତି 9 ଟା ରୁ ନାଇଟ କର୍ଫ୍ୟୁ ଆରମ୍ଭ ହେଉଛି । ଏଣୁ 8 ଟା 30 ସୁଦ୍ଧା ଶ୍ରୀମନ୍ଦିରରୁ ଭକ୍ତମାନେ ପ୍ରସ୍ଥାନ କଲେ 9 ଟା ଭିତରେ ସେମାନେ ତାଙ୍କ ଘର ହେଉକି ହୋଟେଲରେ ପହଞ୍ଚିପାରିବେ।

ନାଇଟ କର୍ଫ୍ୟୁ ପରିପ୍ରେକ୍ଷୀରେ ପୁରୀ ସମେତ ବହୁ ସହରରେ ରାତି 9ଟା ପରେ ବାହାରକୁ ବାହାରିବା ଉପରେ କଟକଣା ଜାରି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଏହି କଟକଣା ଜାରି ହୋଇଛି । ଏପ୍ରିଲ 19 ତାରିଖରୁ ସପ୍ତାହରେ ଦୁଇ ଦିନ ଶ୍ରୀମନ୍ଦିର ବନ୍ଦ ରହିବ । ବଢ଼ୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।

ତେବେ ଅନ୍ୟ ଦିନେ ଜାରି ହୋଇଥିବା କଟକଣା ମାନି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ । ଶ୍ରଦ୍ଧାଳୁଙ୍କ ପାଇଁ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଖାଲି ସେତିକି ନୁହେଁ ପ୍ରତ୍ୟେକ ଶ୍ରୀମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ ।

ଏହାପୂର୍ବରୁ ଗତକାଲି(ଶୁକ୍ରବାର) ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ଏକ ଏସଓପି ଜାରି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଏହି ଏସଓପି ଅନୁଯାୟୀ ଶ୍ରୀମନ୍ଦିର ଭିତରକୁ ଯିବାକୁ ହେଲେ ଶ୍ରଦ୍ଧାଳୁଙ୍କ କୋରୋନା ନେଗେଟିଭ ରିପୋର୍ଟ ଆଣିବା ଆବଶ୍ୟକ । ଅନ୍ୟଥା ଭକ୍ତ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.