ETV Bharat / city

ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ସର୍ବସାଧାରଣ ଭକ୍ତ

author img

By

Published : Apr 22, 2022, 7:55 PM IST

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ 2022 -23 ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିରର ବଜେଟ ମୋଟ 237 କୋଟି 58 ଲକ୍ଷ ଟଙ୍କା ହୋଇଛି । ଏଣିକି ପଶ୍ଚିମ ଦ୍ବାର ଦେଇ ସର୍ବସାଧାରଣ ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନେଇ ବୈଠକରେ ନିଷ୍ପତି । ଅଧିକ ପଢନ୍ତୁ

ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ସର୍ବସାଧରଣ ଭକ୍ତ

ପୁରୀ: ଗଜପତି ମହାରାଜ ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ଆଜି ନିଳାଦ୍ରୀ ଭକ୍ତ ନିବାସରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବୈଠକରେ ଆଗାମୀ ଚନ୍ଦନଯାତ୍ରା ଓ ରଥ ନିର୍ମାଣ ନେଇ ଆଲୋଚନା ହୋଇଛି । ଏହାସହ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତିକ୍ରମେ ଏଣିକି ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ସର୍ବସାଧାରଣ ଭକ୍ତ ।

ଏଥିସହ ଚଳିତ 2022 -23 ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିରର ମୋଟ 237 କୋଟି 58 ଲକ୍ଷ ଟଙ୍କା ବଜେଟ ହୋଇଛି । ତେବେ ଏହାର ରୂପରେଖ କିଭଳି ହେବ ସେ ନେଇ ଆଗାମୀ 25 ତାରିଖ ବୈଠକରେ ବଜେଟକୁ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ । ସେହିପରି ଆସନ୍ତା ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହେବାକୁ ଥିବା ବେଳେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହେବ । ଫଳରେ ରଥ ଖଳାରେ ରଥ କାର୍ଯ୍ୟ ଓ ଚନ୍ଦନ ଯାତ୍ରା ପାଇଁ ସେବାୟତ ଓ ଠାକୁର ଯାତାୟତ ସୁଗମ ପାଇଁ ଅସ୍ଥାୟୀ ସେଡ୍‌ ଖୋଲାଯିବ । ପଶ୍ଚିମ ଦ୍ବାରରେ ଏହି ସେଡ ଲଗାଯାଇ ପଶ୍ଚିମ ଦ୍ବାର ଦେଇ ସର୍ବସାଧାରଣ ଭକ୍ତଙ୍କ ପ୍ରବେଶ ଅନୁମତି ଆଗାମୀ 29 ତାରିଖରୁ ଦିଆଯିବ ।

ଏଣିକି ସମସ୍ତ ଭକ୍ତ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଓ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ପ୍ରସ୍ଥାନ କରିବେ । ଆସନ୍ତା ରଥଯାତ୍ରା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଆସ୍ଥାୟୀ ଭାବେ ଚାଲୁ ରହିବ । ଏହାବାଦ ଚଳିତ ବର୍ଷ ଚନ୍ଦନଯାତ୍ରାରେ ଭକ୍ତଙ୍କୁ ସାମିଲ ହେବାର ସୁଯୋଗ ଦିଆଯିବ । ତେବେ ଏଥିପାଇଁ କୋଭିଡ ଗାଇଡ ଲାଇନ ଅନୁଯାୟୀ SOP ଜାରି କରାଯିବ । ଆଜିର ବୈଠକରେ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଏସପି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ପୂର୍ବରୁ କୋଭିଡ ସଂକ୍ରମଣ ଓ କଟକଣାକୁ ନେଇ ପଶ୍ଚିମଦ୍ବାର ଦେଇ କେବଳ ସେବାୟତଙ୍କ ପରିବାର ଓ ପୁରୀବାସୀଙ୍କୁ ପ୍ରବେଶ ଅନୁମତି ଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.