ETV Bharat / city

ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଜମୁଛି ଭିଡ

author img

By

Published : Jul 8, 2022, 1:17 PM IST

ଆଜି ଆଡପମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଏହି ଅବସରରେ ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ଚତୁର୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

devotees avail darshan of lord jagannath
ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଶେଷ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ଆସନ୍ତାକାଲି ବାହୁଡ଼ା ଯାତ୍ରା । ରାତି ପାହିଲେ ଜନ୍ମବେଦୀ ଛାଡି ମହାପ୍ରଭୁ ବାହୁଡିବେ ଶ୍ରୀମନ୍ଦିର ରତ୍ନବେଦୀକୁ । ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ଶେଷ ହେବାକୁ ଯାଉଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ଏହି ପରିପ୍ରେକ୍ଷୀରେ ଆଡପମଣ୍ଡପରେ ଅପରାହ୍ନ 4ଟା ସୁଦ୍ଧା ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆଜି ସକାଳୁ ଗୁଣ୍ଡିଚା ମନ୍ଦିର ଦ୍ୱାର ଫିଟାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଚାଲୁ ରହିଛି । ମଙ୍ଗଳଆଳତି ପରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ | ସନ୍ଧ୍ୟା ଦର୍ଶନ ଯୋଗୁଁ ଗୁଣ୍ଡିଚା ମନ୍ଦିରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । କିଛି ସମୟ ପରେ ଦର୍ଶନ ବନ୍ଦ ହେବାକୁ ଥିବାରୁ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି । ସେପଟେ ଆସନ୍ତାକାଲି ବାହୁଡାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.