ETV Bharat / city

ଶ୍ରୀକ୍ଷେତ୍ରରେ ଝୁଲଣ ପର୍ବ ଆରମ୍ଭ, ଉତ୍ସବ ମୁଖର ଶ୍ରୀମନ୍ଦିର ସମେତ ସମସ୍ତ ମଠ

author img

By

Published : Aug 7, 2022, 10:46 PM IST

ଶ୍ରୀକ୍ଷେତ୍ରରେ ପବିତ୍ର ଝୁଲଣ ଯାତ୍ରା ପାଇଁ ପୁରୀର ମଠବାଡ଼ି ଗୁଡ଼ିକ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି । ଝୁଲଣ ଯାତ୍ରା ଅବସରରେ ପ୍ରତ୍ୟେକ ଦିନ ମଠବାଡ଼ି ଗୁଡ଼ିକରେ ଭଜନ, କୀର୍ତ୍ତନ, ଓଡ଼ିଶୀ, ପାଲା, ନୃତ୍ୟ ସଂଗୀତ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ । ଅଧିକ ପଢ଼ନ୍ତୁ

ଶ୍ରୀକ୍ଷେତ୍ରରେ ଝୁଲଣ ପର୍ବ ଆରମ୍ଭ, ଉତ୍ସବ ମୁଖର ଶ୍ରୀମନ୍ଦିର ସମେତ ସମସ୍ତ ମଠ
ଶ୍ରୀକ୍ଷେତ୍ରରେ ଝୁଲଣ ପର୍ବ ଆରମ୍ଭ, ଉତ୍ସବ ମୁଖର ଶ୍ରୀମନ୍ଦିର ସମେତ ସମସ୍ତ ମଠ

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର ଝୁଲଣ ଯାତ୍ରା । ୭ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ସହ ପୁରୀର ମଠବାଡ଼ି ଗୁଡ଼ିକ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି । ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠଗୁଡ଼ିକରେ ଶହଶହ ବର୍ଷ ଧରି ଝୁଲଣ ଉତ୍ସବ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇ ଆସୁଛି । ମଠବାଡ଼ି ଗୁଡ଼ିକ ଜରି ଜମ୍ବୁରା, ସୋଲ ଓ ବିଭିନ୍ନ ରଂଗୀନ କାଗଜରେ ଝୁଲଣ କୁଞ୍ଜ ନିର୍ମାଣ କରି ରାଧାକୃଷ୍ଣଙ୍କ ଦୋଳି ଖେଳର ଆୟୋଜନ କରିଛନ୍ତି ।

ସେହିପରି ଝୁଲଣ ଯାତ୍ରା ଅବସରରେ ପ୍ରତ୍ୟେକ ଦିନ ମଠବାଡ଼ି ଗୁଡ଼ିକରେ ଭଜନ, କୀର୍ତ୍ତନ, ଓଡ଼ିଶୀ, ପାଲା, ନୃତ୍ୟ ସଂଗୀତ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ । ଅନ୍ୟପଟେ ଶ୍ରୀମନ୍ଦିରର ମୁକ୍ତିମଣ୍ତପ ନିକଟରେ ଝୁଲଣ କୁଞ୍ଜ ତିଆରି କରାଯାଇଥିବା ବେଳେ ସେଥିରେ ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନ ଚଳନ୍ତି ପ୍ରତିମାଙ୍କୁ ଅଣାଯାଇ ଝୁଲଣ ଉତ୍ସବ ପାଳନ କରାଯାଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଅନେକ ଯାତ୍ରାମାନଙ୍କ ମଧ୍ୟରୁ ଝୁଲଣ ଯାତ୍ରା ଅନ୍ୟତମ । ଏହି ଝୁଲଣ ଯାତ୍ରା ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରୁ ଆରମ୍ଭ ହୋଇ ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ଶେଷ ହୋଇଥାଏ ।

ମହାପ୍ରଭୁଙ୍କ ଏହି ଝୁଲଣ ଯାତ୍ରା ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ବେଶ୍ ଗହଳି ଲାଗିଛି । ସେହିପରି ମଠବାଡ଼ି ଗୁଡ଼ିକରେ ସନ୍ଧ୍ୟାରେ ଝୁଲଣ ଯାତ୍ରା ପାଳନ କରାଯାଉଥିବା ବେଳେ ମଠଗୁଡ଼ିକ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି । ଭଜନ କୀର୍ତ୍ତନରେ ଶ୍ରୀକ୍ଷେତ୍ରର ପରିବେଶ ଭକ୍ତମୟ ହୋଇ ଉଠିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.