ETV Bharat / city

ଶ୍ରୀମନ୍ଦିରକୁ 2 କୁଇଣ୍ଟାଲ ଚନ୍ଦନ କାଠ ଦାନ କଲେ ଭକ୍ତ - 2 କୁଇଣ୍ଟାଲ ଚନ୍ଦନ କାଠ ଦାନ କଲେ ଭକ୍ତ

ଖଲ୍ଲିକୋଟ ବଜାର ନିବାସୀ ସକଳେଶ୍ବର ରଥ ଶ୍ରୀମନ୍ଦିରକୁ ପ୍ରାୟ ୨ କ୍ବିଣ୍ଟାଲ ଓଜନର ଚନ୍ଦନ କାଠ ଦାନ କରିଛନ୍ତି । ନିଜ ଘରବାଡିରେ ଥିବା ଚନ୍ଦନ ଗଛ କାଠକୁ ଦାନ କରିବା ନିମନ୍ତେ ସେ ପ୍ରାୟ ୨ ବର୍ଷ ହେବ ମନ୍ଦିର ପ୍ରଶାସନ ସହ ଯୋଗାଯୋଗରେ ଥିଲେ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରକୁ 2 କୁଇଣ୍ଟାଲ ଚନ୍ଦନ କାଠ ଦାନ କଲେ ଭକ୍ତ

author img

By

Published : Sep 2, 2021, 10:36 PM IST

ପୁରୀ: ଖଲ୍ଲିକୋଟ ବଜାର ନିବାସୀ ସକଳେଶ୍ବର ରଥ ଶ୍ରୀମନ୍ଦିରକୁ ପ୍ରାୟ ୨ କ୍ବିଣ୍ଟାଲ ଓଜନର ଚନ୍ଦନ କାଠ ଦାନ କରିଛନ୍ତି । ନିଜ ଘରବାଡିରେ ଥିବା ଚନ୍ଦନ ଗଛ କାଠକୁ ଦାନ କରିବା ନିମନ୍ତେ ସେ ପ୍ରାୟ ୨ ବର୍ଷ ହେବ ମନ୍ଦିର ପ୍ରଶାସନ ସହ ଯୋଗାଯୋଗରେ ଥିଲେ । ସେ ତାଙ୍କ ପିତା ଆର୍ତ୍ତତ୍ରାଣ ରଥ ଏବଂ ସପରିବାର ଆସି ଏହି କାଠକୁ ଦାନ କରିଛନ୍ତି ।

ଶ୍ରୀମନ୍ଦିରକୁ 2 କୁଇଣ୍ଟାଲ ଚନ୍ଦନ କାଠ ଦାନ କଲେ ଭକ୍ତ
ଶ୍ରୀମନ୍ଦିରକୁ 2 କୁଇଣ୍ଟାଲ ଚନ୍ଦନ କାଠ ଦାନ କଲେ ଭକ୍ତ

ଏଥିରେ ଉକ୍ତ ଗଛର ଗଣ୍ତି ଅଂଶର ୧୭ ଖଣ୍ତ, ଶାଖା ୨୨, ମୂଳ ୯ ଖଣ୍ତ ଏବଂ କାଟିବା ବେଳେ ବାହାରିଥିବା ୩ କିଲୋଗ୍ରାମ ଛାଲି ରହିଛି । ସରକାରୀ ନିୟମ ଅନୁଯାୟୀ ଗଛ କାଟି ଆବଶ୍ୟକୀୟ ମାପଚୁପ କରାଯାଇଛି ।

ଖଲ୍ଲିକୋଟ ବନଖଣ୍ତ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ ମଧ୍ୟ ସେମାନଙ୍କ ସହ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ପୂର୍ବରୁ ସକଳେଶ୍ବର ରଥ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚନ୍ଦନ ଚାରା ବଣ୍ଟନ କରିଛନ୍ତି ।

ଏହି ଅବସରରେ ଶ୍ରୀମନ୍ଦିର ରାଜସ୍ବ ଉପ ପ୍ରଶାସକ ସୁବ୍ରତ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.