ETV Bharat / city

ହୁଲିହୁଳିଆ ପୋଲ ନିକଟରୁ ଶ୍ରୀମନ୍ଦିର କର୍ମଚାରୀଙ୍କ ମୃତଦେହ ଉଦ୍ଧାର - ପ୍ରଶାନ୍ତ କୁମାର ସାହୁ

ପୁରୀ ସଦର ହୁଲିହୁଳିଆ ପୋଲ ନିକଟରୁ ଶ୍ରୀମନ୍ଦିର କର୍ମଚାରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ....

ଶ୍ରୀମନ୍ଦିର କର୍ମଚାରୀଙ୍କ ମୃତଦେହ ଉଦ୍ଧାର
ଶ୍ରୀମନ୍ଦିର କର୍ମଚାରୀଙ୍କ ମୃତଦେହ ଉଦ୍ଧାର
author img

By

Published : Oct 3, 2021, 5:52 PM IST

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁରୀ ସଦର ହୁଲିହୁଳିଆ ପୋଲ ନିକଟ ରେଳଧାରଣା ପାର୍ଶ୍ବରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ତେବେ ଏହା ହତ୍ୟା କି ଆତ୍ମହତ୍ୟା ସେ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ ।

ମୃତକ ହେଉଛନ୍ତି କୁମୁଟିପାଟଣାର ପ୍ରଶାନ୍ତ କୁମାର ସାହୁ । ସେ ମାଟିଆ ପୋଷାକ ପିନ୍ଧିଥିଲେ। ଏହାପରେ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସିଟି DSP ଓ କୁମ୍ଭାରପଡ଼ା ଥାନା IIC ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସିଟି DSP, କୁମ୍ଭାରପଡ଼ା ଥାନା IIC ଓ ଜିଆରପି ପୋଲିସ ଘଟଣାର ତଦନ୍ତ କରୁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.