ETV Bharat / city

ଶ୍ରୀମନ୍ଦିର ସିଂହଦ୍ଵାରରେ ଦଶ ଅବତାର ମୂର୍ତ୍ତି ଲଗାଇବା ଦାବି - puri Dashavatara statue issue

ସିଂହଦ୍ୱାର ମୁଖଶାଳାରେ ଦଶ ଅବତାର ମୂର୍ତ୍ତିକୁ ଲଗେଇବା ନେଇ ଦାବି ଜୋର ଧରିଛି । ଏହା ନ ଲଗାଗଲେ ଜଗନ୍ନାଥପ୍ରେମୀ ଓ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଜୋରଦାର ଆନ୍ଦୋଳନ ହେବ। ଅଧିକ ପଢନ୍ତୁ

ଶ୍ରୀମନ୍ଦିର ସିଂହଦ୍ଵାରରେ ଦଶ ଅବତାର ମୂର୍ତ୍ତୀ ଲଗାଇବା ଦାବି

author img

By

Published : Dec 2, 2021, 10:14 PM IST

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ମୁଖଶାଳାରେ ଦଶ ଅବତାର ମୂର୍ତ୍ତିକୁ ଲଗେଇବା ନେଇ ଦାବି ଜୋର ଧରିଛି । ତୁରନ୍ତ ଏହା ନ ଲଗାଗଲେ ଜଗନ୍ନାଥପ୍ରେମୀ ଓ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ଦଶଅବତାର ମୂର୍ତ୍ତୀ ନିର୍ମାଣ ହୋଇ ରଖା ଯାଇ ଥିବା ଶିଳ୍ପୀଙ୍କ ଘରକୁ ଯାଇ ମୂର୍ତ୍ତି ଗୁଡିକୁ ପୂଜାର୍ଚ୍ଚନା କରାଯାଇଛି । ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ମରାମତି ନେଇ 2011 ମସିହାରେ ଏଏସଆଇ ଦଶଅଵତାର ମୂର୍ତ୍ତି ଖୋଲିବା ନେଇ କେତେକ ମୂର୍ତ୍ତି ଭାଙ୍ଗି ଯାଇଥିଲା।

ଶ୍ରୀମନ୍ଦିର ସିଂହଦ୍ଵାରରେ ଦଶ ଅବତାର ମୂର୍ତ୍ତୀ ଲଗାଇବା ଦାବି

ଏହାକୁ ଆଉ ଥରେ ତିଆରି କରାଯାଇ ବସାଯିବା ନେଇ ମୂର୍ତ୍ତୀ ନିର୍ମାଣ କରାଯାଇଥିଲା। ପୁରୀ ବିରହରେକୃଷ୍ଣର ମହେନ୍ଦ୍ର ସାମଲ ଏହି ମୂର୍ତ୍ତୀ ସବୁ ତିଆରି କରିଛନ୍ତି। ତେବେ ଦଶଅବତାର ମୂର୍ତ୍ତୀର ନବମ ମୂର୍ତ୍ତି ଶ୍ରୀଜଗନ୍ନାଥ କି ପ୍ରଭୁ ବୁଦ୍ଧଙ୍କ ମୂର୍ତ୍ତି ଲାଗିବ । ସେ ନେଇ ବିବାଦ ହେବାରୁ ଏଏସଆଇ କୌଣସି ସମାଧାନ କରିନପାରି ଆଜି ପର୍ଯ୍ୟନ୍ତ ନୂଆ ତିଆରି ହୋଇଥିବା ଦଶ ଅବତାର ମୂର୍ତ୍ତୀ ବସାଇ ପାରିନାହିଁ। । ୧୨ ବର୍ଷ ହେଲା ତିଆରି ହୋଇ ଶିଳ୍ପୀଙ୍କ ଘରେ ପଡିରହିଛି ଶ୍ରୀମନ୍ଦିରର ମୁଖଶାଳାର ଦଶଅବତାର ମୂର୍ତ୍ତି ।

ଏଏସଆଇଏ ପର୍ଯ୍ୟନ୍ତ ଶିଳ୍ପୀ ମହେନ୍ଦ୍ର ସାମଲଙ୍କୁ କୌଣସି ପାରିଶ୍ରମିକ ମଧ୍ୟ ଦେଇ ନାହିଁ। ବାରମ୍ବାର ଏଏସଆଇକୁ ଯୋଗାଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ପୁରୀକୁ ଐତିହ ସହର ନାଁରେ ବିକାଶ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମାତ୍ର 35 ହଜାର ଟଙ୍କା ଦେଇପାରୁ ନାହାନ୍ତି । ସିଂହଦୁଆର ମୁଖଶାଳାର ଦଶଅବତାର ମୂର୍ତ୍ତୀ ଆଣିବାକୁ। ପ୍ରତ୍ନତତ୍ୱ ବିଭାଗ ମୂର୍ତ୍ତି ବରାଦ କରିଦେଇ ଚୁପ୍ ହୋଇ ବସିପଡିଛି। ପନ୍ଦର ଦିନ ଭିତରେ ଦଶଅବତାର ମୂର୍ତ୍ତୀ ନ ଲାଗିଲେ ଆନ୍ଦୋଳନ ଆରମ୍ଭ ହେବ । ଏହା ସହିତ ମୂର୍ତ୍ତୀ ଗୁଡିକୁ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଅଣାଯାଇ ଶ୍ରୀ ମନ୍ଦିରର ମୁଖଶାଳାରେ ସ୍ଥାପନ କରାଯିବ ବୋଲି ଚୋତାବନୀ ଦେଇଛି ଶ୍ରୀଜଗନ୍ନାଥ ସେନା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.